PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆପ୍ ସହିତ ମେଣ୍ଟ କରିବା ଲାଗି ଇଶାରା ଦେଲେ ରାହୁଲ ଗାନ୍ଧୀ

ନୂଆଦିଳ୍ଲୀ,୨।୩: କଂଗ୍ରେସ ଦିଳ୍ଳୀରେ ଆଗାମୀ ଲୋକସଭା ନିର୍ବାଚନ ଏକୁଟିଆ ଲଢ଼ିବ ବୋଲି ବିଚାର କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ ଆଦମି ପାର୍ଟି (ଆପ୍) ସହିତ ମେଣ୍ଟ କରିବା ଲାଗି ଇଶାରା ଦେଇଥିବା କୁହାଯାଉଛି।  ଉଭୟ ଦଳର ବରି​ଷ୍ଠ​‌ ନେତାମାନେ ମଧ୍ୟ ଏକଥାକୁ ସ୍ବିକାର କରିଛନ୍ତି।

ରାହୁଲ ଗାନ୍ଧୀ ଅନୁମୋଦନ ପରେ ଆପ୍ ଓ କଂଗ୍ରେସ ମଧ୍ୟ ମେଣ୍ଟ ଲାଗି କଥାବାର୍ତ୍ତା ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଦିଳ୍ଲୀ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ଅଜୟ ମାକେନଙ୍କୁ ଦଳ ଏହି ଦାୟିତ୍ବ ଅର୍ପଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଯଦି କଥାବର୍ତ୍ତା ଠିକଠାକ୍ ଚାଳେ ତେବେ ଆଗାମୀ ସପ୍ତାହରେ ମେଣ୍ଟ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ଏବଂ ଆପ୍ କଂଗ୍ରେସ କେତୋଟି ଲେଖାଁଏ ଆସନରେ ଲୋକସଭା ପ୍ରାର୍ଥୀ ଦେବେ ତାହା ମଧ୍ୟ ସ୍ବଷ୍ଟ ହୋଇଯିବ ବୋଲି କୁହାଯାଇଛି। ଏହି ମେର୍ଟକୁ କେବଳ ଦିଳ୍ଳୀରେ ସୀମିତ ରଖାଯିବ ଓ ଅନ୍ୟାନ୍ୟ ରାଜ୍ୟରେ ଏହାର କୈଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି। ତେବେ ଆପ୍ ପଞ୍ଜାବ, ହରିଆନା ଓ ଗୋଆ ଭଳି ରାଜ୍ୟରେ ମଧ୍ୟ କଂଗ୍ରେସ ସହିତ ମେଣ୍ଟ କରିବାକୁ ଚାହୁଁଥିବା କୁହାଯାଉଛି।