ଭୁବନେଶ୍ୱରରେ ପହଂଚି ନିଜ ମାନବିକତାର ପରିଚୟ ଦେଲେ ରାହୁଲ

ଭୁବନେଶ୍ବର,: ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଉଦବୋଧନ ଶୁଣିବାକୁ ଜନତା ଯେତେ ବ୍ୟାକୁଳ ନ ଥିଲେ ତାଙ୍କ ପହଞ୍ଚିବାକୁ ନେଇ ଲୋକଙ୍କ ମନରେ ଥିଲା ଅଧିକ ଉତ୍କଣ୍ଠା । ତା ଭିତରେ ନିଜର ମାନବିକତାକୁ ଆଜି ଦେଖାଇଦେଲେ ରାହୁଲ ଗାନ୍ଧୀ

ବିମାନବନ୍ଦରରୁ ବାହାରୁଥାନ୍ତି ରାହୁଲ ଗାନ୍ଧୀ। ଠିକ୍ ଏହି ସମୟରେ ଜଣେ ଫଟୋ ସାମ୍ବାଦିକ ରାହୁଲଙ୍କ ଫଟୋ ଉଠାଇବାବେଳେ ହଠାତ୍ ଶିଡ଼ିରୁ ଖସି ତଳେ ପଡ଼ିଯାଇଥିଲେ। ତାଙ୍କୁ ପଡ଼ିବାର ଦେଖି ରାହୁଲ ସଙ୍ଗେ ସଙ୍ଗେ ଦୋୖଡ଼ି ଯାଇ ତାଙ୍କୁ ତଳୁ ଉଠାଇଥିଲେ। ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି। ଯାହାକୁ ଦେଖି ଲାଇକ୍ ପରେ ଲାଇକ, କମେଣ୍ଟ ଆଉ ସେୟାର ଜୋରସୋର ଚାଲିଛି। ସଂପୃକ୍ତ ଫଟୋ ସାମ୍ବାଦିକ ଜଣକ ରାହୁଲଙ୍କ ସହ ବିମାନରେ ଦିଲ୍ଲୀରୁ ଆସିଥିଲେ।ଯାହା ବି ହେଉ, ଓଡ଼ିଆ ମାଟିରେ ଆଜି ପହଞ୍ଚି ନିଜ ମାନବିକତାର ପରିଚୟ ଦେଇଛନ୍ତି ରାହୁଲ।

   ସମ୍ବନ୍ଧିତ ଖବର


ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଡର ଭିତରେ ବିଧାନସଭା

ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ

ତେଜସ୍ୱୀ ସୂର୍ଯ୍ୟା ଯୁବ ମୋର୍ଚ୍ଚା ଅଧ୍ୟକ୍ଷ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ

ବିଧାନସଭା ବେଳେ ବିକ୍ଷୋଭ ମନା