PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

କଂଗ୍ରେସର ଭାରତର ବଞ୍ଚାଅ ରାଲି: ମୋ ନାଁ ରାହୁଲ ସାଭରକର ନୁହେଁ… ମରିଯିବି ପଛେ ସତ କହିବାକୁ କେବେ କ୍ଷମା ମାଗିବିନି

ନୂଆଦିଲ୍ଲୀ,୧୪।୧୨: ମୋ ନାଁ ରାହୁଲ ସାଭରକର ନୁହେଁ, ମୁଁ ରାହୁଲ ଗାନ୍ଧି। ମୁଁ ସତ କହିବାକୁ କେବେ ବି କ୍ଷମା ମାଗିବିନି। ମରିଯିବି କିନ୍ତୁ କ୍ଷମା ମାଗିବିନି, ନା କେହି କଂଗ୍ରେସ ନେତା ଓ କର୍ମୀ ମାଗିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଦେଶକୁ କ୍ଷମା ମାଗିବା ଦରକାର ବୋଲି ଆଜି କଂଗ୍ରେସର  ଭାରତ ବଞ୍ଚାଅ ରାଲି​‌ରେ ଦୃଢ ଭାବରେ କହିଛନ୍ତି ରାହୁଲ ଗାନ୍ଧି। ନିକଟରେ  ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ରାହୁଲ ଏହା କହିଛନ୍ତି।

ନାଗିରକତା ଆଇନ, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଚାଷୀ ସମସ୍ୟା, ବେରୋଜଗାର ଓ ଅର୍ଥବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ବର୍ଷିଛି କଂଗ୍ରେସ।  ଏହି ରାଲିରେ ରାହୁଲ କଂଗ୍ରେସର କର୍ମୀଙ୍କୁ  ବାଘ-ବାଘୁଣୀ ସହିତ ତୁଳନା କରିଥିଲେ। ସେ କହିଥିଲେ, କଂଗ୍ରେସ କର୍ମୀ କାହାକୁ ଭୟ କରନ୍ତି ନାହିଁ। ଦେଶ ପାଇଁ ଜୀବନ ଦେବାକୁ ପଛଘୁଞ୍ଚ  ଦିଅନ୍ତି ନାହିଁ। ସେହି ଲୋକମାନେ ମୋତେ କ୍ଷମା ମାଗିବାକୁ କହୁଛନ୍ତି।

ପୂର୍ବରୁ ଦେଶର ଶକ୍ତି ଓ ଆତ୍ମା ଏହାର ଅର୍ଥବ୍ୟବସ୍ଥା ଥିଲା। ସାରା ବିଶ୍ବ ଆମକୁ ଦେଖିକି କହୁଥିଲା ଭାରତରେ କ’ଣ ଚାଲିଛି। ୟୁରୋପୀୟ ଦେଶ ଭାରତ ଓ ଚୀନକୁ ଦେଖୁଥିଲେ। କିନ୍ତୁ ଆଜି ଦେଶ ପିଆଜ ଧରିକି ବସିଛି। ଦେଶର ଅର୍ଥବ୍ୟବସ୍ଥା ନିଜେ ନରେନ୍ଦ୍ର ମୋଦି ନଷ୍ଟ କରିଦେଇଛନ୍ତି। ଏହାପରେ ଦେଶର ଅର୍ଥବ୍ୟବସ୍ଥା ଯେଉଁଭଳି ସ୍ଥିତିକୁ ଯାଇଛି ଏଯାଏ ଠିକ୍ ହୋଇପାରିନି। ଦେଶର ୨-୩ ଜଣ ଉଦ୍ୟୋଗପତିଙ୍କ ଟଙ୍କା ଧରା ହୋଇଛି ହେଲେ ବାକି ବ୍ୟବସାୟୀଙ୍କୁ ଧରା ହୋଇନି। ପୂର୍ବରୁ ଦେଶର ଜିଡିପି ୯% ଥିଲା ଏବେ ୪.୫% ରହିଛି। ଭାରତର ସବୁ ଶତ୍ରୁ ଚାହାନ୍ତି ଦେଶର ଅର୍ଥବ୍ୟବସ୍ଥା ନଷ୍ଟ ହୋଇଯାଉ। ଏହି କାମ ଶତ୍ରୁମାନେ ନୁହେଁ, ପ୍ରଧାନମନ୍ତ୍ରୀ କରିଛନ୍ତି।’ ଉଲ୍ଲେଖନୀୟ ଯେ, ଆଜି କଂଗ୍ରେସର ଭାରତର ବଞ୍ଚାଅ ରାଲିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହିତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର