ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବୀର ସବରକରଙ୍କ ବିରୁଦ୍ଧରେ ଟ୍ୱିଟ୍ ଘଟଣାରେ ଫସିଲେ ରାହୁଲ ଗାନ୍ଧୀ, ପଚରା ଉଚରା କରିବ ମୁମ୍ବାଇ ପୋଲିସ

ନୁଆଦିଲ୍ଲୀ ୧୮/୯: ବୀର ସବରକରଙ୍କ ବିରୁଦ୍ଧରେ ଟ୍ୱିଟ୍ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସକୁ ଯାଞ୍ଚ କରିବା ପାଇଁ ମାଜିଷ୍ଟ୍ରେଟ୍ କୋର୍ଟ ଆଦେଶ ଦେଇଛନ୍ତି । ୨୦୧୬ରେ ରାହୁଲ ଗାନ୍ଧୀ ବୀର ସବରକରଙ୍କ ବିରୁଦ୍ଧରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମୁମ୍ବାଇର ଭୋଇୱାଡା କୋର୍ଟରେ ଅନୁପସ୍ଥିତ ରହିବା ପରେ କୋର୍ଟ ପୋଲିସକୁ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ବୀର ସବରକରଙ୍କ ଉପରେ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁମ୍ବାଇ ପୋଲିସ ପଚରାଉଚରା କରିବ ।

ସ୍ୱାୟତ୍ତ ବୀର ସବରକର ସଂସ୍ଥାର କହିବାନୁସାରେ ମୁମ୍ବାଇର ଭୋଇୱାଡା କୋର୍ଟ ବୁଧବାର ଏହି ମାମଲାରେ ଆଇ.ପି.ସି ଧାରା ୨୦୨ ଅନୁସାରେ ମୁମ୍ବାଇ ପୋଲିସକୁ ଆଦେଶ ଜାରି କରିଛି ।

୨୦୧୬ରେ ରାହୁଲ ଗାନ୍ଧୀ ବୀର ସବରକରଙ୍କୁ ନେଇ ଏକ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହା ପରେ ରଣଜୀତ ସବରକର ମୁମ୍ବାଇ ପୋଲିସ ଶିବାଜୀ ପାର୍କ ପୋଲିସ ଷ୍ଟେସନରେ ରାହୁଲଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ଓକିଲଙ୍କ କହିବାନୁସାରେ ‘କୋର୍ଟଙ୍କ ଶୁଣାଣି ସମୟରେ ରାହୁଲ ଅନୁପସ୍ଥିତ ଥିବାରୁ ମୁମ୍ବାଇ ପୋଲିସକୁ ଯାଞ୍ଚ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.