ମୋଦୀଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ୍, ଯଦି ସାହସ ଅଛି ତେବେ…

ନୂଆଦିଲ୍ଲୀ, ୧୩|୦୧: ନୂଆଦିଲ୍ଲୀରେ ଆଜି ଅନେକ ବିରୋଧୀ ଦଳ ସିଏଏ ଓ ଏନଆରସି ବିରୋଧରେ ଏକଜୁଟ ହୋଇଥିଲେ। ବିଭିନ୍ନ ଦଳଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଟନା କରିଥିଲେ। ରାଜ୍ୟର ଯୁବକମାନେ ଯେଉଁ ସ୍ୱର ଉଠାଉଛନ୍ତି ତାକୁ ସରକାର ବିଚାର କରିବା ଉଚିତ ବୋଲି ସେ କହିଥିଲେ।

ରାହୁଲ ଆହୁରି କହିଥିଲେ ଯେ, ଦେଶର ଯୁବକଙ୍କୁ କିପରି ରୋଜଗାର ମିଳିବ, ଦେଶର ଆର୍ଥିକ ବ୍ୟବସ୍ଥା କିପରି ସୁଧୁରିବ ତାହା ଉପରେ ଜବାବ ରଖନ୍ତୁ। ଏହାକୁ ନେଇ ଯୁବକଙ୍କ ମନରେ ରାଗ ଓ ଡର ମଧ୍ୟ ରହିଛି। ସରକାର ରାସ୍ତା ଦେଖାଇବାରେ ଅସଫଳ ହୋଇଛନ୍ତି। ତେଣୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ହିଂସା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରୁ ଧ୍ୟାନ ହଟାଇବାକୁ ଚାହୁଁଛନ୍ତି। କିନ୍ତୁ ଯୁବକଙ୍କ ସ୍ୱରକୁ ସରକାର ଚାପି ପାରିବେ ନାହିଁ।

ସେ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ଦେଶକୁ ବିଭାଜନ କରି ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସରକାର ଏଡାଇ ଦେଉଛନ୍ତି। ଏହାସହ ସେ ମୋଦୀଙ୍କ ଚ୍ୟାଲେଞ୍ଜ କରିଛନ୍ତି। ମୋଦୀ ବିନା ସୁରକ୍ଷାକର୍ମୀରେ କୌଣସି ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରନ୍ତୁ ବୋଲି ରାହୁଲ ଚ୍ୟାଲେଞ୍ଜ ଦେଇଛନ୍ତି। ମୋଦୀ ସାହସର ସହ ଛାତ୍ରଙ୍କ ବେରୋଜଗାର ବାବଦରେ ନ କହି ପୋଲିସ ଦ୍ୱାରା ସେମାନଙ୍କ ସ୍ୱରକୁ ଚାପି ଦେଉଛନ୍ତି।  

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ