PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି- ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୬|୧୨: ପୂର୍ବତ୍ତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ଡିଟେନ୍ସନ୍ ସେଣ୍ଟରକୁ ନେଇ ନରେନ୍ଦ୍ର ମୋଦୀ ଦେଇଥିବା ବୟାନକୁ ନେଇ ରାହୁଲ ତାଙ୍କୁ ଘେରିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି। ଆସାମରେ ଡିଟେନ୍ସନ୍ ସେଣ୍ଟରକୁ ନେଇ ଜଡିତ ଏକ ଖବରକୁ ସେ ଟ୍ୱିଟରରେ ସେୟାର କରିଛନ୍ତି।

ଗତ କିଛିଦିନ ତଳେ ମୋଦୀ ରାମଲୀଳା ମଇଦାନରେ ଦେଶରେ ଡିଟେନ୍ସନ୍ ସେଣ୍ଟର ଖୋଲାଯିବା ନେଇ ହେଉଥିବା ଆଲୋଚନାକୁ ଗୁଜବ ଓ ମିଛ ବୋଲି କହିଥିଲେ। କଂଗ୍ରେସ ନେତା ଯେଉଁ ଖବର ସେୟାର କରିଛନ୍ତି, ଏହା ଅନୁସାରେ ଆସାମରେ ଡିଟେନ୍ସନ୍ ସେଣ୍ଟର ପୂର୍ବରୁ ରହିଛି।

ମୋଦୀ ଦିଲ୍ଲୀରେ କହିଥିଲେ ଯେ, ଯେଉଁମାନେ ଭାରତର ମୁସଲମାନ ସେମାନଙ୍କ ପୂର୍ବପୁରୁଷ ଭାରତ ମାତାର ସନ୍ତାନ। ସେମାନଙ୍କର ଏନଆରସି ଓ ସିଏଏ ସହ କୌଣସି ସମ୍ପର୍କ ନାହିଁ। ଦେଶର ମୁସଲମାନଙ୍କୁ ଡିଟେନ୍ସନ୍ ସେଣ୍ଟରକୁ ପଠାଯିବ ନାହିଁ। ଭାରତରେ କୌଣସି ଡିଟେନ୍ସନ୍ ସେଣ୍ଟର ନାହିଁ।  

ସମ୍ବନ୍ଧିତ ଖବର