କଂଗ୍ରେସର ‘ନ୍ୟାୟ’ ଯୋଜନା ଫଟୋରେ ରହସ୍ୟମୟ ହାତ, ସୋସିଆଲ ମିଡିଆରେ ଟ୍ରୋଲ ହେଲେ ରାହୁଲ

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଛୋଟ ହେଉ କିମ୍ବା ବଡ କଥା ସବୁବେଳେ କିନ୍ତୁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ତାଙ୍କ କଥା ହେବାର ଶୈଳି ହେଉ କିମ୍ବା ସଂସଦ ଚାଲୁଥିବା ବେଳେ ଆଖି ମାରିବା ଘଟଣା। ତେବେ ଏଥର କିନ୍ତୁ ରାହୁଲ ଗାନ୍ଧି ଏକ ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି।  ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି।  ପ୍ରକୃତ କଥାଟି ହେଉଛି ଗତକାଲି ଦଳ ପକ୍ଷରୁ ଲୋକସଭା ନିର୍ବାଚନକୁ ନେଇ ଘୋଷଣା ପତ୍ର ଜାରି କରାଯାଇଛି। କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କାର ସହାୟତା ଦେବ ବୋଲି କହି ଏକ ବିଜ୍ଞାପନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।  ‘ଏବେ ନ୍ୟାୟ ହେବ’ ନାମକ ଏହି ଘୋଷଣା ପତ୍ର ଦଳ ପକ୍ଷରୁ  ଉନ୍ମୋଚନ କରାଯିବା  ପରେ ଆଜି   ରାହୁଲ ଗାନ୍ଧି  ଜଣେ ବୟସ୍କ ମହିଳାଙ୍କୁ ଆଲିଙ୍ଗନ କରୁଥିବା ଏକ ଫଟୋର ବିଜ୍ଞାପନ ଖବର କାଗଜରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ମହିଳାଙ୍କ ସହିତ ଏକ ରହସ୍ୟମୟୀ ହାତ ଦେଖିବାକୁ ମିଳୁଛି। ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ରାହୁଲ ଗାନ୍ଧୀ।

ସୋସିଆଲ ମିଡିଆରେ  ଏହି ଫଟୋ ଭାଇରାଲ ହେବାପରେ ଦିଲ୍ଲୀ ବିଜେପିର ମୁଖପାତ୍ର ତେଜିନ୍ଦର ପାଲ ସିଂହ ଟ୍ବିଟ୍ କରି ରାହୁଲଙ୍କୁ ପ୍ରଶ୍ନ ପଚାରିଛନ୍ତି। ସେ ଏହି ଫଟୋରେ  ତୃତୀୟ ହାତଟି କାହାର ରାହୁଲ ଗାନ୍ଧିଜୀ ବୋଲି ପ୍ରଶ୍ନ ପଚାରିଛନ୍ତି। ମୁଁ କାଲି କହିଥିଲା ଭଲ ପିଆର ଏଜେନ୍ସି ନିୟୋଜିତ କରାନ୍ତୁ। ତେଜିନ୍ଦରଙ୍କ ଟ୍ବିଟରରେ ୫ ଲକ୍ଷ ଫଲୋଅର୍ସ ରହିଛନ୍ତି। ବହୁ ଲୋକ ଏହି ଫଟୋରେ ଦେଖା ଯାଉଥିବା ହାତକୁ ନେଇ କଂଗ୍ରେସକୁ ପ୍ରଶ୍ନ ପଚାରିଛନ୍ତି। ବହୁ ୟୁଜର ଲେଖିଛନ୍ତି ରାହୁଲ ଗାନ୍ଧିଙ୍କ ଏହି ଫଟୋ ଏଡିଟେଡ୍ ନା ପ୍ରକୃତରେ?

ପ୍ରକୃତରେ ଯେଉଁ ଫଟୋକୁ ନେଇ ରାହୁଲ ଗାନ୍ଧି ଲୋକଙ୍କ ଭିତରେ ଟ୍ରୋଲ ହେଉଛନ୍ତି ତାହାକୁ କଂଗ୍ରେସ  ୯ ଡିସେମ୍ବର ୨୦୧୫ରେ ଟ୍ବିଟ୍ କରିଥିଲା। ଏହି ଫଟୋ ରାହୁଲ ଗାନ୍ଧିଙ୍କ ୮ ଡିସେମ୍ବର ୨୦୧୫ରେ ତାମିଲନାଡୁ ଓ ପୁଡୁଚେରୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ଗସ୍ତ ସମୟରେ ଉଠାଯାଇଥିଲା। ପ୍ରକୃତ ଫଟୋ ଦେଖିବା ପରେ ତାହା ସ୍ପଷ୍ଟ ହୋଇଯାଉଛି। ଗରିବ ବୟସ୍କା ମହିଳାଙ୍କ ପିଠି ପଛରେ ଯେଉଁ ହାତଟି ଦେଖାଯାଉଛି ତାହା ଜଣେ କଂଗ୍ରେସ ନେତାଙ୍କର। ଏହି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଠିଆ ହୋଇଚନ୍ତି ଓ ମହିଳା ଜଣଙ୍କୁ ସାହାର ଦେବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଫଟୋକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା