PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଟୀକାକରଣ ନୀତି ନେଇ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ-ଭାରତ ମାତାର ଛାତିରେ ଛୁରୀ ଭଳି କାମ କରୁଛି

ନୂଆଦିଲ୍ଲୀ,୩୧।୫:କେନ୍ଦ୍ର ସରକାରଙ୍କ ଟୀକାକରଣ ନୀତି ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ରହିଛି। ଏଥିପାଇଁ ସେ ଲଗାତାର ସରକାର ଟାର୍ଗେଟ କରୁଛନ୍ତି। ସୋମବାର ମଧ୍ୟ ସେ ସମାନ କାର୍ଯ୍ୟ କରିଥିଲେ। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ‘ଜିରୋ ଭାକସିନେସନ ପଲିସି’ ଭାରତ ମା’ର ଛାତିରେ ଛୁରୀ ଭଳି କାମ କରୁଛି। କେବଳ ସେତିକି ନୁହେଁ କରୋନା ମହାମାରୀର ଦ୍ୱିତୀୟ ଲହରୀରେ ବେକାରୀ ସମସ୍ୟା ବୃଦ୍ଧି ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ରାହୁଲ ଟୁଇଟ କରିଛନ୍ତି ଯେ, ମୋଦୀ ସରକାର ‘ଜିରୋ ଭାକସିନେସନ ପଲିସି’ ଭାରତ ମା ‘ର ଛାତିରେ ଛୁରୀ ଭଳି କାମ କରୁଛିl ଏହା ଏକ ଦୁଃଖଦ ସତ୍ୟl ବେରୋଜଗାର ପ୍ରସଙ୍ଗ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଉପରେ କଟାକ୍ଷ କରି କହିଛନ୍ତି, ଜଣେ ବ୍ୟକ୍ତିର ଅହଂକାର ଏକ ଭାଇରସ ଓ ଏହାର ବହୁ ସ୍ୱରୂପ ରହିଛିlଉଲେଖନୀୟ ଯେ, ରାହୁଲ ଗାନ୍ଧୀ ଗତ କିଛି ଦିନ ହେବ ସରକାରଙ୍କ ଟିକାକରଣ ନୀତିକୁ ନେଇ ଲଗାତାର ଟାର୍ଗେଟ କରିଚାଲିଛନ୍ତିl ଅନ୍ୟ ପକ୍ଷେ ବିଜେପି ତାଙ୍କ ଉପରେ ଭୁଲ ସୂଚନା ଦେଉଥିବାର ଅଭିଯୋଗ ଆଣିଛିl

ସମ୍ବନ୍ଧିତ ଖବର