PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ୧୧ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦାମୀ କାର ଜବତ, ୨ ଝାଡ଼ଖଣ୍ଡ ଯୁବକ ଗିରଫ
  • ||
  • କେନ୍ଦୁଝର : ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
  • ||
  • ବାଲିପାଟଣା: ପ୍ରେମିକର ବିବାହ ଖବର ଶୁଣି ଥାନାରେ ବିଷ ପିଇଦେଲେ ପ୍ରେମିକା
  • ||
  • ରାଉରକେଲା: ମାଡ଼ପିଟ ଘଟଣାରେ ଆଖିବୁଜିଲେ ଯୁବକ, ଶବ ରଖି ରାଉରକେଲା ଝିରପାଣି ଥାନା ଘେରାଉ, କ୍ଷତିପୂରଣ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ
  • ||
  • ଅନୁଗୁଳ: ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କୁଟର, ଆରୋହୀ ମୃତ
  • ||
  • ସମ୍ବଲପୁର: ଭିସୁଟରେ ବଢିଛି ସଂକ୍ରମଣ, ଫଳରେ ବଢ଼ିଲା ସର୍ଟଡାଉନ ନିୟମ ସୀମା, ପିସିବ୍ରିଜ ଛକ ଠାରୁ ଫାଣ୍ଡି ଛକ ପର୍ଯ୍ୟନ୍ତ କଟକଣା ନେଇ ବୁର୍ଲା ପୁଲିସ ପକ୍ଷରୁ ସୂଚନା ଜାରି
  • ||
  • ବଲାଙ୍ଗୀର: ରେଳ ଷ୍ଟେସନର ନିକଟ ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ନାଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ
  • ||
  • ରାଜସୁନାଖଳା: ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟର ଅହେତୁକ ବିଳମ୍ବ ନେଇ ତାତିଲେ ଅଞ୍ଚଳ ବାସୀ, ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ
  • ||
  • ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତର ନୂଆ କୀର୍ତ୍ତିମାନ, ଇସ୍ରୋ ସଫଳତାର ସହ ଲଞ୍ଚ କଲା ଆମାଜୋନିଆ-୧, ମହାକାଶକୁ ଗଲା ମୋଦି ଓ ଭଗବତ ଗୀତାର ଫଟୋ
  • ||
  • କଟକ : କଟକ ଚାଉଳିଆଗଞ୍ଜ ଗତିରାଉତପାଟଣା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ, ୩ ଗୁରୁତର
  • ||
  • ଅନୁଗୁଳ: କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ ଅଭାବନୀୟ ଘଟଣା, ଗାଡ଼ି ଡୋରରେ ଚାପି ହୋଇ ଘଟଣା ସ୍ଥଳରେ ଆଖିବୁଜିଲେ ଡ୍ରାଇଭର
  • ||
  • ଆଜି ଆମାଜୋନିଆ-୧ର ପ୍ରକ୍ଷେପଣ କରିବ ଇସ୍ରୋ, ୧୮ଟି ଛୋଟ ଉପଗ୍ରହକୁ ମହାକାଶକୁ ପଠାଯିବ
  • ||
  • ନୟାଗଡ଼: ସାତକୋଶିଆ ଇକୋ ରିଟ୍ରିଟ୍ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କଟେଜ୍, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ
  • ||
  • ସମ୍ବଲପୁର: ଭିସୁଟ୍‌ ଏବେ କରୋନା ହଟ୍‌ସ୍ପଟ୍, କଣ୍ଟେନମେଣ୍ଟ ଜୋନ୍‌ରେ ୧୧ ଛାତ୍ରାବାସ
  • ||

ମୋଦିଙ୍କ ହାତରେ ନବୀନଙ୍କ ରିମୋଟ୍‌

ଭୁବନେଶ୍ୱର,୨୪ା୧(ବ୍ୟୁରୋ): “ମୋଦିଙ୍କ ହାତରେ ରହିଛି ନବୀନଙ୍କ ରିମୋଟ୍‌ । ମୋଦିଙ୍କ ସବୁ ନିଷ୍ପତ୍ତିରେ ନବୀନ ହଁ ମାରୁଛନ୍ତି । ନବୀନ ପାଲଟିଛନ୍ତି ମୋଦିଙ୍କ ଜୁନିଅର ପାର୍ଟନର” । ଦେହରେ ଗଳି ଗଲା ଭଳି ଏମିତି ଟାଏଁ ଟାଏଁ ଶବ୍ଦରେ ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।
ଦୀର୍ଘ ସାଢ଼େ ୩ ବର୍ଷ ପରେ ଓଡ଼ିଶାରେ ପାଦ ଥାପିଲେ ରାହୁଲ ।ଏଥର କିନ୍ତୁ ଏକଦମ୍‌ ଆକ୍ରାମଣାତ୍ମକ ଅବତାର ଦେଖିବାକୁ ମିଳିଲା । ୩୨ ମିନିଟ୍‌ର ଭାଷଣରେ କେନ୍ଦ୍ରର ବିଜେପି ସରକାରଠୁ ନେଇ ରାଜ୍ୟର ବିଜେଡି ସରକାର ବିରୋଧରେ ସମାନ୍ତରାଳ ଭାବେ ଆକ୍ରମଣ କରିଛନ୍ତି ରାହୁଲ । ତାଙ୍କ ଆକ୍ରମଣରୁ ନା ମୋଦି ବର୍ତ୍ତିିଲେ ନା ନବୀନ । ନନ୍‌ ଷ୍ଟପ୍‌ ବର୍ଷିଥିଲେ । ରାହୁଲଙ୍କ ଏଭଳି ତାଗଡ଼ା ଆକ୍ରମଣରେ ଆଜି କମ୍ପିଥିଲା ତମାଣ୍ଡୋ ମିନି ଷ୍ଟାଡିୟମ ।
ପ୍ରବଳ ଜନସମାଗମ ଯୋଗୁ ଦୀର୍ଘ ସମୟ ଟ୍ରାଫିକ୍‌ରେ ଫସି ଯାଇଥିଲେ ରାହୁଲ । ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିିଲେ ପରିବର୍ତ୍ତନ ସଂକଳ୍ପ ସମାବେଶରେ । ସେ ପହଞ୍ଚିବା ମାତ୍ରେ ରାହୁଲ… ରାହୁଲ… ଧ୍ୱନିରେ କମ୍ପିଥିଲା ତମାଣ୍ଡୋ ପଡ଼ିଆ । ଅପରାହ୍ନ ୪ଟା ୩୫ ମିନିଟ୍‌, ‘ଜୟ ଜଗନ୍ନାଥ’ କହି ଭାଷଣ ଆରମ୍ଭ କଲେ ରାହୁଲ । ଆରମ୍ଭରୁ ଶେଷ ଯାଏଁ ଉଭୟ ମୋଦି ଓ ନବୀନଙ୍କୁ ଘନଘନ ଆକ୍ରମଣ କରିଥିଲେ ।
ମୋଦି-ନବୀନ ଭିତିରି ବୁଝାମଣା ଥିବା ନେଇ ରାହୁଲ ଆକ୍ଷେପ କରିଥିଲେ । ମୋଦିଙ୍କୁ ଟାର୍ଗେଟ କରି ସେ କହିଲେ, ଚୌକିଦାର ଚୋରି କରିଛନ୍ତି । ହେଲେ ଓଡ଼ିଶାରେ ବି ବହୁ ଚୋରି ହେଲାଣି । ଏଠି ଚିଟ୍‌ଫଣ୍ଡ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସଂପୃକ୍ତି ରହିଛି । ଚିଟ୍‌ଫଣ୍ଡ ଦୁର୍ନୀତି ଯୋଗୁ ଓଡ଼ିଶାର ରିମୋଟ୍‌ ଭ୍ରଷ୍ଟ ଚୌକିଦାରଙ୍କ ହାତରେ ରହିଛି । ମୋଦି ଯେମିତି ବଟନ୍‌ ଟିପୁଛନ୍ତି, ନବୀନ ସେମିତି ପରିଚାଳିତ ହେଉଛନ୍ତି । ସଂସଦରେ ବିଲ୍‌ ପାସ୍‌ ହେଉ କି ନୋଟ୍‌ ବନ୍ଦୀ କିମ୍ବା ଜିଏସ୍‌ଟି ପ୍ରସଙ୍ଗ, ମୋଦିଙ୍କ ସବୁ ନିଷ୍ପତ୍ତିରେ ନବୀନ ହଁ ମାରୁଛନ୍ତି । କାରଣ ତାଙ୍କ ରିମୋଟ୍‌ ମୋଦିଙ୍କ ହାତରେ । ନବୀନଙ୍କୁ ମୋଦି ଚପାଇ ରଖିଛନ୍ତି । ଓଡ଼ିଶା ଶାସନକୁ ନାଗପୁର ଓ ଦିଲ୍ଲୀରୁ ଚଳାଯାଉଛି । ଯେଉଁଥିପାଇଁ ଓଡ଼ିଶାକୁ ତା’ର ହକ୍‌ ମିଳୁନି । ଆଉ ନବୀନ କେନ୍ଦ୍ରଠାରୁ ଓଡ଼ିଶାର ହକ୍‌ ମାଗିପାରୁନାହାନ୍ତି ।
ଆକ୍ରମଣ ତୀରକୁ ଆହୁରି ଶାଣିତ କରି ରାହୁଲ କହିଲେ, ନବୀନ-ମୋଦିଙ୍କ ଭିତରେ ପାର୍ଟନରସିପ୍‌ ରହିଛି । ନବୀନ ହେଉଛନ୍ତି ମୋଦିଙ୍କ ଜୁନିଅର ପାର୍ଟନର । ମୋଦି ଯୁଆଡ଼େ ଯାଉଛନ୍ତି କୃଷକଙ୍କର ବିକାଶ କରିବେ ବୋଲି କହି ବୁଲୁଛନ୍ତି । ଆଉ ନବୀନ ଖାଲି ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି । ରାଜ୍ୟରେ ଦୀର୍ଘ ବର୍ଷ ହେଲାଣି ବିଜେଡି ସରକାରରେ ରହିଛି । ପ୍ରତି ଥର ମିଛ କହୁଛନ୍ତି । ସେହିପରି ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବା ନେଇ ମୋଦି ବି ମିଛ କହିଥିଲେ ।
ରାହୁଲ ପୁଣି କହିଲେ, ଦିଲ୍ଲୀର ମୋଦି ସରକାର ଏବଂ ଓଡ଼ିଶାର ନବୀନ ସରକାରଙ୍କ ଚିନ୍ତାଧାରା ବି ସମାନ । ଉଭୟ ସରକାର ୧୦/୧୫ଜଣ ଶିଳ୍ପପତିଙ୍କ ବିକାଶ ପାଇଁ ବ୍ୟଗ୍ର । ଶିଳ୍ପପତିଙ୍କ ହାତରେ ଜନତାଙ୍କ ସମ୍ପତ୍ତି ଟେକି ଦେଇ ଉଭୟ ସରକାର ନିଜର ମାର୍କେଟିଂ କରାଉଛନ୍ତି ।
ରାହୁଲ କହିଲେ, ଓଡ଼ିଶା ଗରିବ ରାଜ୍ୟ ନୁହେଁ । ମାତ୍ର ଓଡ଼ିଶାର ଜନତା ଆଜି ଗରିବ । ରାଜ୍ୟବାସୀଙ୍କ ସମ୍ପଦ, ଭବିଷ୍ୟତ, ପାଣି, ବିଜୁଳି ସବୁ ଛଡ଼ାଇ ନେଇ ଶିଳ୍ପପତିଙ୍କ ହାତରେ ଟେକି ଦିଆଯାଉଛି । ଲୋକଙ୍କୁ ନିଜ ଅଧିକାର ମିଳୁନି । ଚାଷୀ ହତାଶ । କୃଷି କ୍ଷେତକୁ ଜଳସେଚନ ନାହିଁ । ଦୀର୍ଘ ବର୍ଷର ଶାସନ କାଳ ଭିତରେ ମୁଖ୍ୟମନ୍ତ୍ରୀ ରାଜ୍ୟର କେତେ ଜମିକୁ ଜଳସେଚିତ କରିଛନ୍ତି? ଏଠି ଚାଷ ପାଇଁ ବିହନ ମିଳୁନି । ଫସଲର ଉଚିତ୍‌

ମୂଲ୍ୟ ମିଳୁନି । ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ବିପର୍ଯ୍ୟସ୍ତ ଦର୍ଶାଇ ରାହୁଲ କହିଲେ, ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ସେବା ନେଇ ବଡ଼ ବଡ଼ କଥା କହୁଥିବାବେଳେ ବାସ୍ତବତା ଭିନ୍ନ । ଏଠି ଜଣେ ଆଦିବାସୀ ନିଜ ପତ୍ନୀର ଶବକୁ ୧୦ କିଲୋମିଟର ବୋହି ବୋହି ନେଲେ ।
ବେକାରୀ ସମସ୍ୟା କଥା ଉଠାଇ ରାହୁଲ ଉଭୟ ନବୀନ ଓ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଲେ, ମୋଦି ବର୍ଷକୁ ୨ କୋଟି ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ୨୦୨୦ ସୁଦ୍ଧା ଓଡ଼ିଶାରେ ୩୦ ଲକ୍ଷ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୋଦି ଓ ନବୀନ କାହାକୁ ଚାକିରି ଦେଇଛନ୍ତି କି? ସମାବେଶ ମଞ୍ଚରୁ ଏଭଳି ପ୍ରଶ୍ନ କରିଥିଲେ ରାହୁଲ ।
ସେ ପୁଣି କହିିଲେ, ଓଡ଼ିଶାର ୬୦ ଲକ୍ଷ ଯୁବକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଛନ୍ତି । କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟରେ ରହି କାମ କରୁଛନ୍ତି ।
ଶିକ୍ଷା ବ୍ୟବସ୍ଥା ନେଇ ବି ରାହୁଲ ବର୍ଷିଥିଲେ । କହିଲେ, ରାଜ୍ୟରେ ୧ ଲକ୍ଷ ୩୧ ହଜାର ସରକାର ପଦବୀ ଖାଲି ପଡ଼ିଛି । ୩୦ ହଜାର ଶିକ୍ଷକ ପଦବୀ ଖାଲି ଅଛି । ବିଶ୍ୱବିଦ୍ୟାଳୟରେ ୧୨୦୦ ଓ କଲେଜଗୁଡ଼ିକରେ ୩ ହଜାର ଅଧ୍ୟାପକ ପଦବୀ ଖାଲି ପଡ଼ିଛି ।
ରାହୁଲ ଆହୁରି କହିଲେ, ନବୀନ ରାଜ୍ୟରେ ବ୍ୟୁରୋକ୍ରାଟ୍‌ ସରକାର ଚଳାଇଛନ୍ତି । ଜନତାଙ୍କ ସ୍ୱରକୁ ସେ ଶୁଣୁନାହାନ୍ତି ।
ଏହି ସମାବେଶରୁ ରାହୁଲ ରାଜ୍ୟରେ କଂଗ୍ରେସ ପାଇଁ ୨୦୧୯ ନିର୍ବାଚନ ପ୍ରଚାରର ବିଗୁଲ୍‌ ବଜାଇଛନ୍ତି । ରାହୁଲ ଦୃଢ଼ୋକ୍ତି ବାଢ଼ିଛନ୍ତି, ଆଉ ମାତ୍ର ୨/୩ ମାସର ଅପେକ୍ଷା । ଦିଲ୍ଲୀରେ ମୋଦି ଏବଂ ଓଡ଼ିଶାରେ ନବୀନଙ୍କୁ ଆମେ ହରାଇବୁ । ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ । ରାଜ୍ୟରେ କଂଗ୍ରେସ ସରକାର ଆସିଲେ ୧୦ ଦିନ ଭିତରେ କୃଷି ଋଣ ଛାଡ଼ କରିଦେବୁ । ଖାଲି ସେତିକି ନୁହେଁ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୨୬୦୦ ଟଙ୍କା ହେବ ।
ରାହୁଲ ପୁଣି କହିଲେ, ମୁଁ ମୋଦି କି ନବୀନ ନୁହେଁ । ଯାହା କହେ, ତାହା କରି କି ଦେଖାଏ । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ କଂଗ୍ରେସ ସରକାର ଗଠନ ହେବାର ଦୁଇଦିନ ଭିତରେ କୃଷି ଋଣ ଛାଡ଼ କରି ଦେଖାଇଛୁ । ଓଡ଼ିଶାରେ ବି କୃଷକକୁ ତା’ର ହକ୍‌ ଦେବୁ । ପ୍ରତି ଜିଲ୍ଲାରେ ଚାଷ ଜମି ପାଖରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲାଯିବ । ଯୁବବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରାଯିବ । ବନ୍ଦ ହେଉଥିବା ଉଦ୍ୟୋଗକୁ ଖୋଲାଯିବ । ଆଦିବାସୀଙ୍କୁ ତାଙ୍କ ଅଧିକାର ମିଳିବ । ଜଙ୍ଗଲ, ଜମି, ଜଳର ସୁରକ୍ଷା କରାଯିବ । ଶିକ୍ଷା, ସ୍ୱାସ୍ଥ୍ୟ ସେବାର ବିକାଶ ହେବ । ଓଡ଼ିଶାକୁ ଆମେ ବଦଳାଇବୁ, ଆଗେଇ ନେବୁ ।
ରାହୁଲଙ୍କ ଏହି ଜୋରଦାର ଆକ୍ରମଣରେ ଉପସ୍ଥିତ କର୍ମକର୍ତ୍ତାଙ୍କ ଭିତରେ ଉତ୍ସାହ ଭରିଯାଇଥିଲା । କେତେବେଳେ ତାଳି ତ କେତେବେଳେ ଜିନ୍ଦାବାଦ୍‌ ନାରାରେ କମ୍ପୁଥିଲା ତମାଣ୍ଡୋ ପଡ଼ିଆ ।

ସମ୍ବନ୍ଧିତ ଖବର