PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଏନଆରସି ଓ ଏନପିଆର ହେଉଛି ଗରିବଙ୍କ ଉପରେ ଟିକସ୍- ରାହୁଲ ଗାନ୍ଧୀ

ରାୟପୁର, ୨୭|୧୨:  କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ଏନଆରସି ଓ ଏନପିଆରକୁ ନେଇ କେନ୍ଦ୍ରରେ ନେତୃତ୍ୱାଧିନ ବିଜେପି ସରକାର ଉପରେ ବର୍ଷିଛନ୍ତି। ଏହା ଗରିବଙ୍କ ଉପରେ ଲଗାଯାଇଥିବା ଟିକସ୍ ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି ଯେ, ନୋଟବନ୍ଦୀ ଭାରତର ଗରିବ ଲୋକଙ୍କ ଉପରେ ବସାଯାଉଥିବା ଟିକସ୍ ଥିଲା। ସାଧାରଣ ଜନତା ବ୍ୟାଙ୍କ ଯାଇ ଅସୁବିଧାର ସମ୍ମୁଖୀନ ହେଲେ, କିନ୍ତୁ ସମସ୍ତ ଟଙ୍କା ୧୫ରୁ ୨୦ଜଣଙ୍କୁ ଦିଆଗଲା। ଏନଆରସି ଓ ଏନପିଆର ମଧ୍ୟ ଠିକ୍ ଏହିଭଳି। ଏବେ ଗରିବଙ୍କୁ ପ୍ରମାଣପତ୍ର ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ଦେବାକୁ ପଡିବ।

ଏହାସହ ସେ ରୋଜଗାର ଓ ଅର୍ଥବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଛନ୍ତି। ରାହୁଲ କହିଛନ୍ତି ଯେ, ଆଜି ସାରା ବିଶ୍ୱ ଭାରତରେ ହିଂସା ହେଉଥିବା କହୁଛି। ମହିଳାଙ୍କୁ ରାସ୍ତାରେ ଚାଲିବାକୁ ଦିଆଯାଉ ନାହିଁ। ବେରୋଜଗାରୀ ୪୫ ବର୍ଷ ମଧ୍ୟରେ ସବୁଠାରୁ ଉତ୍କଟ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ କିଛି କରିପାରୁ ନାହାଁନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର