୨୬ରେ ବାଲେଶ୍ୱର ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭୁବନେଶ୍ବର ୨୨।୪: ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ନେତାମାନେ ଓଡ଼ିଶା ଗସ୍ତରେ ସେତିକି ଆସୁଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୬ରେ ଓଡ଼ିଶା ଆସିବେ । ବାଲେଶ୍ୱରର ଏକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ନିର୍ବାଚନୀ ଯୁଦ୍ଧ ସମୟରେ ନିୟମିତ ଓଡ଼ିଶା ଆସୁଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷଙ୍କ ଫୋକସରେ ଓଡ଼ିଶା । ଲୋକଙ୍କ ନିକଟତର ହେବା ସହ ଲୋକଙ୍କ ମନ ଜିଣିବା ପାଇଁ ସେ ଆପ୍ରାଣ ଉଦ୍ୟମ କରୁଛନ୍ତି । ବାଲେଶ୍ୱରର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର ଯୋଜନା ରହିଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ