ରାହୁଲ ଗାନ୍ଧୀଙ୍କୁ ପଡୋଶୀ ଦେଶରୁ ଆଗାମୀ ନିର୍ବାଚନ ଲଢିବାକୁ ପଡ଼ିବ: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ୍

ନୂଆଦିଲ୍ଲୀ ୨୧।୪: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି କହିଛନ୍ତି ଯେ, ରାହୁଲଙ୍କୁ ପଡୋଶୀ ଦେଶରୁ ଆଗାମୀ ଲୋକସଭା ନିର୍ବାଚନ ଲଢିବାକୁ ପଡ଼ିବ। କାହିଁକି ନା ରାହୁଲ ଗାନ୍ଧୀ ଯେଉଁ ଦୁଇଟି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି, ସେଠାରୁ ସେ ହାରିବା ନିଶ୍ଚିତ।
ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଥି ଓ କେରଳର ବାୟନାଡରୁ ପରାଜିତ ହେବେ ବୋଲି ପୀୟୁଷ ଗୋଏଲ୍ କହିଛନ୍ତି। ଆମେଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏଥର ରାହୁଲ ଗାନ୍ଧୀଙ୍କୁ ହରାଇବେ। ଠିକ୍ ସେହିପରି ବାୟନାଡରୁ ମଧ୍ୟ ରାହୁଲଙ୍କ ପରାଜୟ ସୁନିଶ୍ଚିତ। ସେ ଆହୁରି ବି କହିଛନ୍ତି କି ରାହୁଲଙ୍କ ପାଖରେ ଏତେ ବି ସାହସ ନାହିଁ କି ସେ ବାମଦଳଙ୍କ ବିପକ୍ଷରେ ମୁହଁ ଖୋଲି କିଛି କହିବେ।
ପୀୟୁଷ ଗୋଏଲ୍ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେତେବେଳେ ଜାଣିପାରିଲେ ସେ ଯେ ଆମେଥିରୁ ହାରିବେ,ସେତେବେଳେ ପରାଜୟ ଭୟରେ ବାୟନାଡ ଚାଲିଯାଇଛନ୍ତି।