ଜାଣନ୍ତୁ ଏହି ନେତା ଜଣକ କିଏ? ଯାହାଙ୍କ ସହ ହାତ ମିଳାଇ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ରାହୁଲ

ନୂଆଦିଲ୍ଲୀ,୯।୪: ନିର୍ବାଚନୀ ଋତୁରେ ଦଳୀୟ ପ୍ରଚାର ଯେତେ ଜମିବାରେ ଲାଗିଛି ତା ଅପେକ୍ଷା ଆହୁରି ବଢିଯାଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଆଉ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଫଟୋକୁ ନେଇ ଆରମ୍ଭ ହୋଇଛି ବିତର୍କ। ଏବେ ରାହୁଲଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଲୋକେ ରାହୁଲଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। କାରଣ ଏହି ଫଟୋରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜଣେ ଧୋତି ପିନ୍ଧିଥିବା ନେତାଙ୍କୁ ଦୂରରୁ ହାତ ମିଳାଉଛନ୍ତି, ତେବେ ଏଥିରେ ସେହି ନେତାଙ୍କର ମୁହଁ ଦେଖାଯାଉନଥିବା ବେଳେ କେବଳ ତାଙ୍କର ପଛପଟ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସହିତ ରାହୁଲ ଏଭଳି ଦୂରରୁ ହାତ ମିଳାଉଛନ୍ତି। ରାହୁଲଙ୍କ ଏଭଳି ଫଟୋକୁ ଲୋକେ ଅଶିଷ୍ଟାଚାର ବୋଲି କହୁଛନ୍ତି। ସମ୍ବିଧାନିକ ପଦବୀରେ ଥିବା ଜଣେ ନେତାଙ୍କୁ ଏଭଳି ଭାବରେ ଦୂରକୁ ଅଶିଷ୍ଟ ଭାବରେ ହାତ ମିଳାଇବାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଛି।
କିନ୍ତୁ ଏବେ ଜଣାପଡିଛି ଯେ, ଫଟୋରେ ଦେଖିବାକୁ ମିଳିଥିବା ନେତା ଜଣକ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ନୁହେଁ ବଂର କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ। ପ୍ରଦୀନ ତମହଙ୍କର ନାମ ଜଣେ ବ୍ୟକ୍ତି ଏହି ଫଟୋକୁ ନିଜର ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହା ସହ ଲେଖିଥିଲେ ’ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ବେଳେ ରାହୁଲ ଗାନ୍ଧି ଅଶିଷ୍ଠ ବ୍ୟବହାରକୁ ଦେଖି ଯଦି କଂଗ୍ରେସ ଏଭଳି ଅଶିକ୍ଷିତଙ୍କୁ କଂଗ୍ରେସ ପ୍ରଧାନମନ୍ତ୍ରୀ କରିବାକୁ ସ୍ବପ୍ନ ଦେଖୁଛି।’ ଏହି ପୋଷ୍ଟକୁ ୪୫୦ରୁ ଅଧିକ ଲୋକ ସେୟାର କରିସାରିଛନ୍ତି।
ବହୁ ଲୋକ ଏହି ଫଟୋ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କିନ୍ତୁ କିଛି ଲୋକଙ୍କ କହିବା ଅନୁସାରେ ଏହା ଭୁଲ। ହେମନ୍ତ ସୀତାରମ ନାମକ ଜଣେ ବ୍ୟକ୍ତି ଏହି ପୋଷ୍ଟର ଉତ୍ତରରେ ଲେଖିଛନ୍ତି ଯେଉଁ ବ୍ୟକ୍ତିଙ୍କ ସହ ରାହୁଲ ହାତ ମିଳାଉଛନ୍ତି ଯେ ଭେଙ୍କେୟା ନାଇଡୁ ନୁହେଁ ବଂର ଚିଦମ୍ବରମ। ତେବେ ଏହି ଫଟୋ ୬ ବର୍ଷ ପୁରୁଣା ବୋଲି କୁହାଯାଉଥିବା ବେଳେ ୧୦ ଜନପଥ ସ୍ଥିତ କଂଗ୍ରେସର ଓ୍ବାର୍କିଂ କମିଟି ବୈଠକ ସମୟର ଫଟୋ ବୋଲି ଜଣାପଡିଛି।