PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ, କହିଲେ ବାଜପେୟୀଙ୍କ ଯୋଗୁଁ କଶ୍ମୀରରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି

source:zeenews.india.com

ବେଙ୍ଗାଲୁରୁ ୧୩/୩: କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ କଶ୍ମୀର ମାମଲାରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ବାଜପେୟୀଙ୍କ ଭୁଲ୍ ନୀତି ଯୋଗୁଁ ଜମ୍ମୁ କଶ୍ମୀରରେ ପରିସ୍ଥିତି ବିଗିଡି ଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ସବୁବେଳେ ଜମ୍ମୁ କଶ୍ମୀରର ପରିସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ବାଜପେୟୀଙ୍କ ଭୁଲ୍ ନୀତି ଯୋଗୁଁ ଆଜି ସେଠାରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । 

ତାମିଲନାଡୁରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଆଲୋଚନା କରିବା ସମୟରେ ରାହୁଲ କହିଲେ ଯେ ‘୨୦୦୪ରେ ଯେତେବେଳେ ୟୁପିଏ ସରକାର ଗଠନ ହୋଇଥିଲା ସେତେବେଳେ ସେଠାକାର ପରିସ୍ଥିତି ବହୁତ ଖରାପ ଥିଲା । ବାଜପେୟୀ ସରକାରଙ୍କ ଭୁଲ୍ ରାଜନୈତିକ ନୀତି ଯୋଗୁଁ କଶ୍ମୀର ପରିସ୍ଥିତି ବିଗିଡି ଯାଇଥିଲା । ଆମ ସରକାରଙ୍କ ରାଜନୀତି  ଯୋଗୁଁ ସେଠାକାର ପରିସ୍ଥିତି ସୁଧୁରିଲା । ଆମେ ପାକିସ୍ତାନ ଉପରେ ଦବଦବା ବନାଇବାରେ ସଫଳ ହେଲୁ । ଆମ ଜମ୍ମୁ କଶ୍ମୀରର ଜନତାଙ୍କ ସହିତ ସମ୍ପର୍କ ବଢାଇବାରେ ଲାଗିଥିଲୁ ।’

ରାହୁଲ କହିଲେ ଯେ ୨୦୧୧ରୁ ୨୦୧୩ ପର୍ଯ୍ଯନ୍ତ ଜମ୍ମୁ କଶ୍ମୀରରେ କିଛି ଆତଙ୍କବାଦ ନଥିଲା । ପିଏମ୍ ମୋଦି ନିଜର ଭୁଲ୍ ନୀତି ସହିତ ମହବୁବା ମୁଫତିଙ୍କ ସହିତ ମିଶି ଜମ୍ମୁ କଶ୍ମୀରରେ ସରକାର ଚଲାଇଲେ । ଏହା ପରେ କଶ୍ମୀରରେ ପରିସ୍ଥିତି ବିଗିଡି ଗଲା । ମୋଦିଙ୍କ ଭୁଲ୍ ନୀତି ଯୋଗୁଁ ପାକିସ୍ତାନ, କଶ୍ମୀରୀ ଲୋକଙ୍କୁ ଆତଙ୍କବାଦ ଦିଗରେ ବଢାଇବାରେ ସଫଳ ହୋଇଗଲା ।