
ମୁମ୍ୱାଇ – ସୁପରିହିଟ୍ ମ୍ୟୁଜିକଲ ଡ୍ରାମା ଫିଲ୍ମ ଆଶିକି ରୁ ପ୍ରସିଦ୍ଧ ଲାଭ କରିଥିବା ରାହୁଲ ରାୟଙ୍କର ବ୍ରେନ୍ ଷ୍ଟୋକ୍ ହୋଇଛି । ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେବେ ଏହି ଦୁର୍ଘଟଣା ଘଟିଲା ରାହୁଲ ଶ୍ରୀନଗରରେ କାରଗିଲ୍ ଫିଲ୍ମର ସୁଟିଂ କରୁଥିଲେ ।

ସୂଚନା ମୁତାବକ , କାରଗିଲ୍ ର ସୁଟିଂ ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଅଭିନେତାଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍ ଖାନ୍ , ସଲଖାନ ଖାନ ଅନୁମତି ଦେବେ ତ ?

ଡାକ୍ତରଙ୍କ କହିବାନୁସାରେ ରାହୁଲଙ୍କର ମସ୍ତିଷ୍କର ବାମ ଭାଗରେ ରକ୍ତ ଜମାଟ ହୋଇଯାଇଛି । ତାଙ୍କୁ ଠିକ୍ କରିବାରେ ସମୟ ଲାଗିବ । ସୋସିଆଲ ମିଡ଼ିଆରେ ରାହୁଲଙ୍କର ଫଟୋ ଭାଇରାଲ ହେଉଛି।
ମାଳଦ୍ୱୀପରେ ବଲିଉଡ୍ ଷ୍ଟାରଙ୍କ ଲାଗିଛି ଏବେ ମେଳା …
ଉଲ୍ଲେଖନୀୟ ଯେ, ଫିଲ୍ମର ସୁଟିଂ ବହୁତ ଉଚ୍ଚରେ ହେଉଥିଲା । ଅଧିକ ଉଚ୍ଚତା ହେବା କାରଣରୁ ଅକ୍ସିଜେନ୍ କମ୍ ଥିଲା ଏବଂ ଟିମ୍ ମେମ୍ୱରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ।

ରାହୁଲ ରାୟ ୧୯୯୦ ରେ ରିଲିଜ୍ ହୋଇଥିବା ଫିଲ୍ମ ଆଶିକିରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରୁ ରାହୁଲ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ସେ ବଲିଉଡ୍ରେ ଅଧିକ ଦିନ ତିଷ୍ଠି ରହି ପାରିନଥିଲେ । ଅଶିକି ପରେ ତାଙ୍କ ପାଖରେ ଫିଲ୍ମର ଲାଇନ୍ ଲାଗି ଯାଇଥିଲା, ଏମିତି କି ସେ ୪୭ଟି ଫିଲ୍ମ ସାଇନ୍ କରିଥିଲେ । ଆଉ ଏଥିରେ ସେ ୧୯ଜଣଙ୍କର ଟଙ୍କା ଫେରେଇ ଦେଇଥିଲେ । ଏମିତି ଥିଲା କି ଯେବେ ତାଙ୍କର ୨୩ଟି ଫିଲ୍ମ ଫ୍ଲୋରରେ ଥିଲା ଏବଂ ଦିନରେ ୩ଟି ଫିଲ୍ମକୁ ସୁଟିଂ କରି , ସେ ରାତିରେ ଅନ୍ୟ ଫିଲ୍ମ ପାଇଁ କାମ କରୁଥିଲେ ।

କିନ୍ତୁ ଧିରେ ଧିରେ ରାହୁଲଙ୍କର ଚମକ ଫିକା ପଡ଼ିବାକୁ ଲାଗିଲା । ଫିଲ୍ମ ନମିଳିବା ପରେ ସେ ଅଷ୍ଟ୍ରେଲିଆ ଚାଲିଗଲେ । ମଝିରେ ମଝିରେ ସେ ଭାରତ ମଧ୍ୟ ଆସୁଥିଲେ । ରାହୁଲ ରାୟଙ୍କୁ ଦର୍ଶକ ପାଖାପାଖି ଭୁଲିବାକୁ ବସିଥିଲେ । ହେଲେ ବିଗ୍ ବସ୍ ତାଙ୍କୁ ପୁଣି ନୂଆ ପରିଚୟ ଦେଲା । ରାହୁଲ ରାୟ ବିଗ୍ବସ୍ର ପ୍ରଥମ ସିଜନର ଅଂଶ ଥିଲେ ଏବଂ ଏହାର ୱିନର ମଧ୍ୟ ହୋଇଥିଲେ।