PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମୋଦି, ମମତାଙ୍କୁ ରାହୁଲଙ୍କ ସମାଲୋଚନା

source:https://www.livemint.com

କୋଲକାତା,୨୩ ।୩(ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ମାଲଦା ଜିଲ୍ଲାର ଚଞ୍ଚଲଠାରେ ଆୟୋଜିତ ନିର୍ବାଚନ ର‌୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କହିଛନ୍ତି ସେମାନେ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବାରେ ବିଫଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ମୋଦି ହେଉଛନ୍ତି ଧନି ଲୋକଙ୍କ ଚୌକିଦାର । ନୀରବ ମୋଦି, ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଭଳି ପଳାତକ ଅପରାଧୀଙ୍କ ପାଇଁ ସେ ଚୌକିଦାରୀ କରନ୍ତି । କିନ୍ତୁ ଗରିବ ଓ କୃଷକଙ୍କ ପାଇଁ ଚୌକିଦାରୀ କରନ୍ତି ନାହିଁ ।

ସେହିଭଳି ମମତାଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ବେଙ୍ଗଲ କେବଳ ଜଣେ ମାତ୍ର ଲୋକଙ୍କ ଇଚ୍ଛାରେ ପରିଚାଳିତ ହେଉଛି । ମମତା କାହାରି କଥା ଶୁଣନ୍ତି ନାହିଁ କିମ୍ବା କାହା ସହ କଥାବାର୍ତ୍ତା ବି କରୁନାହାନ୍ତି । ତାଙ୍କୁ ଯାହା ଭଲ ଲାଗୁଛି ସେ କରୁଛନ୍ତି । ପଶ୍ଚିମବଙ୍ଗର କ’ଣ ଭିନ୍ନ ସ୍ୱର ନାହିଁ? ସମଗ୍ର ରାଜ୍ୟକୁ ଜଣେ ବ୍ୟକ୍ତି ଚଳାଇବାକୁ ଛାଡିଦିଆଯିବା ଉଚିତ କି ବୋଲି ରାହୁଲ ପଚାରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ମମତା ସରକାର କିଛି କରିନଥିବା ସେ ଅଭିଯୋଗ କରିଛନ୍ତି । କହିଛନ୍ତି ମମତା କେବଳ ଭାଷଣ ଦିଅନ୍ତି, କାମ କରନ୍ତି ନାହିଁ । ରାଜ୍ୟର ଯୁବକ, କୃଷକ ପାଇଁ କିଛି ହୋଇନାହିଁ । ସମଗ୍ର ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଚାଷୀଙ୍କ ପାଇଁ ଋଣ ଛାଡ କରିଛନ୍ତି କି? ଯୁବକମାନଙ୍କୁ କୌଣସି ଚାକିରି ଦେଇଛନ୍ତି କି? ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ସହାୟତା କରିଛନ୍ତି କି? ଉପସ୍ଥିତ ଜନତାଙ୍କ ମଧ୍ୟରେ ଗୋଟିଏ ଉତ୍ତର ମିଳିଥିଲା ନା ।

ରାହୁଲ କହିଥିଲେ କି ଶାସକ ତୃଣମୂଳ କଂଗ୍ରେସ ଗୁଣ୍ଡାମାନେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ । ମୁଁ ଆପଣମାନଙ୍କ ସହିତ ରହିଛି । ଦିଲ୍ଲୀରେ ଖୁବଶୀଘ୍ର ଆମେ ସରକାର ଗଢ଼ିବୁ । ଆପଣଙ୍କ ପ୍ରତି ଏଭଳି ଅବସ୍ଥା ଆଉ ବେଶୀଦିନ ରହିବ ନାହିଁ । ରାହୁଲ କହିଥିଲେ କି ମାଲଦାର ସାଧାରଣ ଜନତା ବହୁକଷ୍ଟ ସତ୍ତେ୍ୱ କଂଗ୍ରେସ ସହିତ ରହିଛନ୍ତି । ଦଳ ଯେଭଳି ଅବସ୍ଥାରେ ଥାଉନା କାହିଁକି ଆପଣମାନେ ସମର୍ଥନ ଓ ସହାୟତା କରିଛନ୍ତି । ମେ ଜୀବଦ୍ଦଶାରେ କେବେ ବି ଏହାକୁ ଭୁଲିପାରିବି ନାହିଁ । ଦଲି୍ଲୀରେ ଆମ ସରକାର ଗଠନ ହେଲେ ଏକଥା ମୁଁ ନଶ୍ଚିତି ଭାବେ ମନେ ପକାଇବି । ଆପଣମାନଙ୍କ ଆବଶ୍ୟକତାକୁ କଂଗ୍ରେସ ପୁରଣ କରିବ । ସେ ଚାଷ ଓ ଚାଷୀଙ୍କ ସମସ୍ୟା ହେଉ କିମ୍ବା ଯୁବକଙ୍କ ଚାକିରି ସମସ୍ୟା । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଆପଣଙ୍କୁ ସହାୟତା ଜାରି ରଖିବି । ମମତା ସରକାର ପୂର୍ବର ବାମପନ୍ଥୀ ସରକାର ଭଳି । କଂଗ୍ରେସ ସରକାର ଗଠନ ନହେଲେ ରାଜ୍ୟର ଭାଗ୍ୟ ବଦଳିବ ନାହିଁ ବୋଲି ରାହୁଲ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର