PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଏଥର ଆମେଥି କାହାର ?

ଲକ୍ଷ୍ନୌ,୧୦ା୪(ଏଜେନ୍ସି): ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଥି ଆସନକୁ ନେଇ ଅଧିକ ଚର୍ଚ୍ଚା । ବିଜେପି ଏଥର ଏହି ଆସନକୁ ଛଡ଼ାଇନେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଥିବା ବେଳେ କଂଗ୍ରେସ ପୁଣି ଏହା ଉପରେ ନିଜର ହକ୍‌ ଜମାଇବ ବୋଲି ଜିଦ୍‌ ଧରିଛି । ଦୁଇ ଦଳର ଏହି ବିଲେଇ କଳିରେ କିଏ ଜିତିବ,
ତାହା ଆମେଥି ଭୋଟର୍‌ ହିଁ ନିର୍ଣ୍ଣୟ କରିବେ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ଦଳ ପକ୍ଷରୁ ଜୋର୍‌ଦାର ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଆମେଥି ଆସନରୁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେପି ଟିକେଟ୍‌ରୁ ଏଠାରୁ ନିର୍ବାଚନ ଲଢ଼ୁଥିବା ସ୍ମୃତି ଇରାନୀ ମଧ୍ୟ ଠୋସ୍‌ ରଣନୀତି ଆପଣାଇ ଆଗକୁ ବଢୁଛନ୍ତି । ୟୁପିର ଆମେଥି ଲୋକସଭା ଆସନକୁ କଂଗ୍ରେସର ଗଡ଼ ବୋଲି କୁହାଯାଉଛି । କଂଗ୍ରେସ ପ୍ରାର୍ଥୀ ଏଠାରେ ୧୩ ଥର ଜିତିଛନ୍ତି । ୨୦୦୪ରୁ ରାହୁଲ ଗାନ୍ଧି ଏହି ଆସନରୁ ଜିତିଆସୁଥିବା ବେଳେ ତାଙ୍କ ପୂର୍ବରୁ ୟୁପଏି ଅଧ୍ୟକ୍ଷା ସୋନଅିା ଗାନ୍ଧି ଏହି ଆସନରୁ ଲୋକସଭା ସାଂସଦ ରହିଥିଲେ । ୧୯୯୮ରେ ଏଠାରେ ବିଜେପିର ସଞ୍ଜୟ ସିହ୍ନା ଥରେ ମାତ୍ର ଜିତିଥିଲେ । କିନ୍ତୁ ୧୯୯୯ ଭୋଟ୍‌ରେ ସୋନିଆ ଗାନ୍ଧି ବିଜୟୀ ହୋଇଥିଲେ ।

ଲଗାତର ୩ ଥର ଏଠାରୁ ଜିତିଆସୁଥିବା ରାହୁଲ ଗାନ୍ଧିଙ୍କୁ ହରାଇବା ଏତେ ସହଜ ହେବନାହିଁ । ତା’ଛଡ଼ା ୨୦୧୪ରେ ଦେଶରେ ମୋଦି ଲହରି ଥିବା ସତ୍ତେ୍ୱ ଆମେଥିରେ ରାହୁଲ ୧ ଲକ୍ଷ ୭ ହଜାର ଭୋଟ୍‌ ବ୍ୟବଧାନରେ ସ୍ମୃତିଙ୍କୁ ହରାଇଥିଲେ । ତେଣୁ ତାଙ୍କୁ ହରାଇବା ସ୍ମୃତିଙ୍କ ପକ୍ଷେ ବେଶ୍‌ କଷ୍ଟକର ବ୍ୟାପାର । ଅନ୍ୟପକ୍ଷରେ ଭୋଟ୍‌ ଭାଗକୁ ଦେଖିଲେ, ବିଜେପି ଏଠାରେ ଜିତିବା ସମ୍ଭାବନା ରହିଛି । ରାହୁଲ ଗାନ୍ଧି ୨୦୧୪ ନିର୍ବାଚନରେ ଆମେଥିରେ ମୋଟ ୪,୦୮,୬୫୧ ଭୋଟ୍‌ ପାଇଥେିଲ । ସ୍ମୃତି ଇରାନୀ ୩,୦୦,୭୪୮ ଭୋଟ୍‌ ପାଇ ପରାଜିତ ହୋଇଥିଲେ । କିନ୍ତୁ ଭୋଟ୍‌ ଭାଗରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଥିଲା । କଂଗ୍ରେସର ଭୋଟ୍‌ ଭାଗ ୪୬.୭୧%କୁ ଖସିଆସିଥିଲା । ୨୦୦୯ ତୁଳନାରେ ଏହା ୨୫.୦୭% କମଥିଲିା । ବିଜେପିର ଭୋଟ୍‌ ଭାଗ ୨୮.୫୭% ବଢ଼ି ୩୪.୩୮%ରେ ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର