PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଓ୍ବାଇନାଡରେ ରାହୁଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ: ୩ ଗାନ୍ଧିଙ୍କ ସହ ହେବ ଲଢେଇ, ଭ୍ରମରେ ପଡିପାରନ୍ତି ଭୋଟର

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଥର ଆମେଥି ସହିତ କେରଳର ଓ୍ବାଇନାଡରୁ ମଧ୍ୟ ଲୋକସଭା ନିର୍ବାଚନ ଲଢୁଛନ୍ତି। କିନ୍ତୁ ସବୁଠାରୁ ମଜାଦାର କଥା ହେଉଛି ଏଥର ସେ କେବଳ ଓ୍ବାଇନାଡରୁ ନିଜର ରାଜନୈତିକ ପ୍ରତିଦ୍ବନ୍ଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ତାହା ନୁହେଁ ନିଜ ଗାନ୍ଧି ସରନେମ୍ (ସାଙ୍ଗିଆ) ଥିବା ଆଉ ୩ଜଣ ପ୍ରତିଦ୍ବନ୍ଦୀଙ୍କ ସହିତ ତାଙ୍କର ମଧ୍ୟ ହେବ ଲଢେଇ। କାରଣ ରାହୁଲଙ୍କ ବ୍ୟତୀତ ୨୩ ଅପ୍ରେଲରେ ଭୋଟଦାନ ପୂର୍ବରୁ ରାଘୁଲ ଗାନ୍ଧି, କେଇ ରାହୁଲ ଗାନ୍ଧି ଏବଂ କେଏମ ଶିବପ୍ରସାଦ ଗାନ୍ଧି ନାମ ଥିବା ୩ଜଣ ପ୍ରାର୍ଥୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

source: https://indianexpress.com

ପ୍ରକୃତ କଥା ହେଉଛି ଗତ ଗୁରୁବାର ରିଟର୍ନିଂ ଅଫିସରଙ୍କ ଉପସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାର କିଛି ଘଣ୍ଟା ପରେ କେଇ ରାହୁଲ ଗାନ୍ଧି(୩୩ବର୍ଷ) ନାମକ ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ କୋଟାୟମର ଏରୁମେଲି ଗାଁର ବୋଲି ଜଣାପଡିଛି। କେଇ ରାହୁଲ ଗାନ୍ଧି ଜଣେ ଲୋକସଙ୍ଗୀତ ଗବେଷକ, ତାଙ୍କର ସାନ ଭାଇଙ୍କ ନାମ ହେଉଛି କେଇ ରାଜୀବ ଗାନ୍ଧି, ଯିଏକି ଜଣେ ସିପିଏମ ସମର୍ଥକ। ଉଲ୍ଳେଖନୀୟ ଯେ ତାଙ୍କର ବାପା ସ୍ବଗର୍ତ କୁଞ୍ଜୁମୋନ ଜଣେ କଂଗ୍ରେସୀ ସମର୍ଥକ ଥିଲେ ଓ ଗାନ୍ଧି ପରିବାରର ପ୍ରଶଂସକ ମଧ୍ୟ ଥିଲେ।

source: https://indianexpress.com

ସେଭଳି ଓ୍ବାଇନାଡରୁ ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ରାଘୁଲ ଗାନ୍ଧି। ତାମିଲନାଡୁ  କୋଏମ୍ବାଟୁରର ହେଉଛନ୍ତି ୩୦ ବର୍ଷୀୟ ରାଘୁଲ ଗାନ୍ଧି। ସେ ଏଆଇଏମକେ ପ୍ରାର୍ଥୀ ଭାବରେ ଏଥର ନିର୍ବାଚନ ଲଢିବେ। ରାଘୁଲ କହିଛନ୍ତି, ତାଙ୍କ ବାପା କୃଷ୍ଣନ ପି. ଜଣେ ସ୍ଥାନୀୟ କଂଗ୍ରେସ ନେତା ଥିଲେ, ପରେ ସେ ଏଆଇଏଡିଏମକେରେ ଯୋଗ ଦେଇଥିଲେ। ଏହାଛଡା ମୋ ଭଉଣୀର ନାମ ମଧ୍ୟ ଇନ୍ଦିରା ପ୍ରିୟଦର୍ଶୀନି ରଖାଯାଇଥିଲା। ସେ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି।

source: https://www.bhaskar.com

ଓ୍ବାଇନାଡରେ ରାହୁଲ ଗାନ୍ଧିଙ୍କ ସହ ଲଢେଇ କରିବାକୁ ଥିବା ଆଉ ଜଣେ ଗାନ୍ଧି ହେଉଛନ୍ତି, ୪୦ ବର୍ଷୀୟ କେଏମ୍ ଶିବପ୍ରସାଦ ଗାନ୍ଧି। ସେ ପେଶାରେ ଜଣେ ସଂସ୍କୃତ ଶିକ୍ଷକ।  ସେ କହିଛନ୍ତି ଭାରତୀୟ ଗାନ୍ଧିବାଦୀ ପାର୍ଟି(କେରଳରେ ଏକ ଅଣସିକୃତୀ ପ୍ରାପ୍ତ ଦଳ)ରୁ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ। ତାଙ୍କ ବାପା କେକେ ମୁକୁନ୍ଦନ କଂଗ୍ରେସର ଜଣେ କର୍ମୀ ଥିଲେ। ଗତ ୩ ବର୍ଷ ତଳେ ଶିବପ୍ରସାଦ ଭାରତୀୟ ଗାନ୍ଧିବାଦୀ ଦଳରେ ସାମିଲ ହୋଇଥିଲେ, ଏହାପରେ ସେ ଗାନ୍ଧି ସରନେମକୁ ନିଜ ନାମ ସହିତ ଯୋଡି ଦେଇଥିଲେ। ସମାନ ନାମ ଥିବା ଏହି ପ୍ରାର୍ଥୀଙ୍କ କାରଣରୁ ଅନେକ ସମୟରେ ଭୋଟର ଭ୍ରମରେ ପଡିଯାଆନ୍ତି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ୍ ପ୍ରଥମ ଥର ଇଭିଏମ୍ ଉପରେ ପ୍ରାର୍ଥୀଙ୍କ ଫଟୋ ଲଗାଇବାର ଘୋଷଣା କରିଛନ୍ତି।

source: https://indianexpress.com

ନିର୍ବାଚନରେ ଏକା ଭଳି ନାମ ଥିବା କାରଣରୁ ବଡ ଦଳର ନେତାଙ୍କର ପୂର୍ବରୁ ବହୁବାର କ୍ଷତି ହୋଇସାରିଛି। କଂଗ୍ରେସ ନେତା ଭିଏମ୍ ସୁଧୀରନ ନିଜ ନାମ ଥିବା ଭିଏସ୍ ସୁଧୀରନଙ୍କ ଠାରୁ ହାରିଯାଇଥିଲେ। ଦୁହିଁଙ୍କ ଭିତରେ ମାତ୍ର ୧୦୦୯ ଭୋଟର ବ୍ୟବଧାନ ଥିଲା। ସେଭଳି କୋଝିକୋଡାରେ ୨୦୦୯ରେ ସମାନ ନାମ ଥିବା ୪ ଜଣ ପ୍ରାର୍ଥୀଙ୍କ କାରଣରୁ ମାକପାର ଏ ମହମ୍ମଦ ରିୟାସଙ୍କୁ ବିଶେଷ କ୍ଷତି ସହିବାକୁ ପଡିଥିଲା। ସମସ୍ତଙ୍କୁ ପ୍ରାୟ ୪ ହଜାର ଭୋଟ ମିଳିଥିଲା। ଏପରି ସ୍ଥଳରେ କଂଗ୍ରେସ ପ୍ରାର୍ଥୀ କେବଳ ୮୦୦ ଭୋଟରେ ଜିତିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର