ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ପାହାଡ଼ ଉପରୁ କଳା ମୁଗୁନି ପଥର ଚାଲାଣ ବେଳେ ଚଢାଉ, ୨ଟି କମ୍ପ୍ରେସର୍ ମେସିନ୍ ଓ ଗୋଟିଏ ପ୍ରୋକଲିନ୍ ଜବତ

ଟାଙ୍ଗୀ, ୦୩/୦୮ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ କୟଥପଲ୍ଲା ଗ୍ରାମର ଜରିପୁଟ ପାହାଡ଼ରୁ ରାତି ଅଧରେ କଳାମୁଗୁନୀ ପଥର ଚୋରି ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ । ଟାଙ୍ଗୀ ପୋଲିସ ଏବଂ ତହସିଲ ପକ୍ଷରୁ ମିଳିତ ଉଦ୍ୟମରେ ଏହି ଚଢାଉ ହୋଇଛି। ଚଢାଉ ବେଳେ ଦୁଇଟି କମ୍ପ୍ରେସର୍ ମେସିନ୍ ସହିତ ଗୋଟିଏ ପ୍ରୋକଲିନ୍ ଜବତ କରିଛି ପ୍ରଶାସନ । ଏହି ଘଟଣାରେ ୬ ଜଣକୁଂ ଅଟକ ରଖିଛି ଟାଙ୍ଗୀ ପୋଲିସ ।

ସରକାରଙ୍କ ଦ୍ୱାରା ଲିଜ୍ ଅବଧି ଶେଷ ହୋଇଯିବା ପରେ ମଧ୍ୟ କିଛି ପଥର ମାଫିଆ ବିଳମ୍ବିତ ରାତ୍ରରେ କମ୍ପ୍ରେସର୍ ଦ୍ୱାରା ପାହାଡ ଫଟେଇ କଳା ମୁଗୁନି ପଥର ଚୋରି କରି ନେଉଥିଲେ । ଏଭଳି ଅଭିଯୋଗ ଆସୁଥିବାରୁ ଗତକାଲି ବିଳମ୍ବିତ ରାତ୍ରରେ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଏବଂ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଚଢ଼ାଉ କରି ଏହି ଧରପଗଡ କରିଛନ୍ତି । ପଥର ମାଫିଆଙ୍କ ଏହି ଚୋରି ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.