PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନକଲି ଅଟା କାରଖାନାରେ ଚଢାଉ, ବିଭିନ୍ନ ନାମିଦାମୀ କମ୍ପାନୀର ଅଟା ଜବତ

ଯାଜପୁର,୧୬।୧୨:    ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ସିମେଣ୍ଟ ଠାରୁ ଆରମ୍ଭ କରି ତେଲ, ମସଲା, ଗୁଟଖା ଆଦି ଜବତ ହୋଇଛି। ତେବେ ଆଜି ଯାଜପୁରରୁ ନକଲି ଅଟା ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି।

ପୋଲିସର କହିବାନୁସାରେ, ବିଭିନ୍ନ ନାମିଦାମୀ କମ୍ପାନୀ ଯାଜପୁର ସହରରେ ନକଲି ଅଟା ବିକ୍ରି ହେଉଥିବା ଅଭିଯୋଗ କରିଥିଲେ। ଏହାପରେ ଦେବୀଦ୍ୱାର ଅଞ୍ଚଳର କେଶବ ଚନ୍ଦ୍ର ପାଣିଙ୍କ ଅଟାକଳରେ ଚଢାଉ କରାଯାଇଥିଲା। ସେଠାରେ ବହୁ ପରିମାଣର ନାମିଦାମୀ କମ୍ପାନୀର ନକଲି ଅଟା ଜବତ ହୋଇଛି। ଏଠାରେ ସେ ପୂର୍ବରୁ ଲୋକଙ୍କ ଗହମ ପେଶାଇ ଅଟା କରୁଥିଲା।କିନ୍ତୁ ପରେ ସେ ନକଲି ଅଟା ପ୍ୟାକେଟରେ ଭର୍ତ୍ତି କରି ବିକ୍ରି କରୁଥିଲା।

ଏହି ଚଢାଉରେ ୫୦ ପ୍ୟାକେଟର ନକଲି ଅଟା, ୨୨୦ ପିସ୍ ଖୋଲା ପ୍ୟାକେଟ୍ ଆଦି ଜବତ କରାଯାଇଛି। ପୋଲିସ କେଶବକୁ ଅଟକ ରଖି ପଚରାଉଚରା କରୁଛି।