ହୁକ୍କା ବାରରେ ଚଢ଼ଉ: ମାଲିକ ଗଣିଲେ୧୫ ହଜାର, ଗ୍ରାହକ୨ହଜାର, ବିନା ଲାଇସେନ୍ସରେ ଚାଲିଥିଲା ବାର୍‌

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିନା ଲାଇସେନ୍ସରେ ଚାଲିଥିବା ଏକ ହୁକା ବାର୍‌ରେ ଆଜି ମଲ୍‌ଟି ଡିସିପ୍ଲିନାରୀ ସ୍କ୍ୱାଡ୍‌(ଏମ୍‌ଡିଏସ୍‌) ଚଢ଼ଉ କରିଛି । ହୁକା ବାରରୁ ବିପୁଳ ମାତ୍ରାରେ ନିକୋଟିନ୍‌ ଯୁକ୍ତ ତମାଖୁ ସାମଗ୍ରୀ ଜବତ କରିଛି । ଏହାଛଡ଼ା ବାର ମାଲିକ ଓ ହୁକ୍କା ଟାଣୁଥିବା ଗ୍ରାହକଙ୍କ ଠାରୁ ମୋଟ ୧୭,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ପୁଲିସ, ଅବକାରୀ ବିଭାଗ, ଫୁଡ୍‌ ସେଫ୍ଟି ଅଫିସର ଓ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏମ୍‌ଡିଏସ୍‌ ଚନ୍ଦ୍ରଶେଖରପୁରର ଡମଣା-ପଟିଆ ରାସ୍ତାକଡ଼ରେ ଥିବା ‘ଉପ୍ରି କିଚେନ୍‌ ଆଣ୍ଡ କାଫେ’ରେ ପୂର୍ବାହ୍ନରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ବାର୍‌ରେ ଉପସ୍ଥିତ ୪ ଗ୍ରାହକଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରା ଯାଇଥିଲା । ତେବେ ଅର୍ବାନ ପୁଲିସ ଆକ୍ଟ ଅନୁସାରେ ପୁଲିସ୍‌ ବାର ମାଲିକଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ବିନା ଲାଇସେନ୍ସରେ ହୁକ୍କା ବାର ଚଳାଉଥିବା କାରଣରୁ ଅବକାରୀ ବିଭାଗ ୧୦ ହଜାର ଟଙ୍କାର ଫାଇନ୍‌ କଷିଥିଲା । ଫୁଡ୍‌ ସେଫ୍ଟି ଅଫିସର ବାର୍‌ରୁ ଜବତ ନିକୋଟିନ୍‌ ଯୁକ୍ତ ତମାଖୁ ନମୁନା ଯାଞ୍ଚ ପାଇଁ ନେଇଛନ୍ତି ।

ସ୍କ୍ୱାଡ୍‌ରେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ୱରଞ୍ଜନ ନାୟକ, ଅବକାରୀ ଇନ୍ସପେକ୍ଟର ଦେବାଶିଷ ପଟେଲ, ଫୁଡ୍‌ ସେଫ୍ଟି ଅଫିସର ସତ୍ୟଜିତ୍‌ ପଟେଲ, ଡ୍ରଗ୍ସ ଇନ୍ସପେକ୍ଟର ପ୍ରବେଶ କୁମାର ଲେଙ୍କା ପ୍ରମୁଖ ସାମିଲ ଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ସହିଦନଗର ବିଏମ୍‌ସି ଭବାନୀ ମଲ୍‌ର ୪ଟି ହୁକ୍କା ବାରରେ ଏମ୍‌ଡିଏସ୍‌ ପକ୍ଷରୁ ଚଢ଼ଉ କରା ଯାଇଥିଲା । ସେଠାରୁ ମଧ୍ୟ ବିପୁଳ ମାତ୍ରାରେ ନିକୋଟିନ୍‌ ଯୁକ୍ତ ତମାଖୁ ଜବତ ହୋଇଥିଲା ।

   ସମ୍ବନ୍ଧିତ ଖବର


ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା

ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ଭସାଣି ପୂର୍ବରୁ ଆକ୍ସନ୍ ମୋଡ୍‌ରେ ପୋଲିସ: ବେଆଇନ ମଦ କାରବାର ଆଡ୍ଡାରେ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ