ବେଆଇନ ମଦ କାରଖାନାରେ ଚଢ଼ଉ, ୧୨ଲିଟର ପୋଚ ମଦ ନଷ୍ଟ: ୨ ଗିରଫ

ବ୍ରହ୍ମଗିରି,୧୯/୪: ବ୍ରହ୍ମଗିରି ଥାନା ଅଞ୍ଚଳରେ ବେଆଇନ୍‌ ଭାବେ ପୋଚ ମଦ ପ୍ରସ୍ତୁତ ବଢିଚାଲିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ପୋଚମଦ କାରଖାନା ମଧ୍ୟ ବଢିଚାଲିଛି । କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସରକାରୀ ଲାଇସେନ୍‌ସପ୍ରାପ୍ତ ବିଦେଶୀ ମଦ ଦୋକାନ ବନ୍ଦ୍‌ ରହିଥିବାରୁ ପୋଚ ମଦ ପ୍ରସ୍ତୁତକାରୀ ମାନଙ୍କର କଚେପୁଅ ବାର । ତେବେ ବ୍ରହ୍ମଗିରି ପୁଲିସ ଆଇଆଇସି ମନୋଜ କୁମାର ଶତପଥୀଙ୍କ ତତ୍ୱାବଧାନରେ ଗତ ଶୁକ୍ରବାର ଜଙ୍ଗଲ ଅଞ୍ଚଳରେ ଚଢଉ କରାଯାଇ ପ୍ରାୟ ୧୨ଶହ ଲିଟର ପୋଚ ମଦ ନଷ୍ଟ କରାଯାଇଥିବା ବେଳେ ପ୍ରସ୍ତୁତକାରୀଙ୍କ ମଧ୍ୟରୁ କେହି ଧରା ପଡି ନ ଥିଲେ ।

ସୂଚନା ମୁତାବିକ, ଶନିବାର ଦିନ କୌଣସି ସୁତ୍ରରୁ ଖବର ପାଇ ବ୍ରହ୍ମଗିରି ତହସିଲଦାର କିଶୋରଚନ୍ଦ୍ର ପଣ୍ଡାଙ୍କ ସମେତ ବ୍ରହ୍ମଗିରି ଥାନା ଏସ୍‌ଆଇ ଭଗବାନ ଜେନା ଓ ଯୋଗମାୟା ସାହୁ ସଦଳେବଳେ ନାଗେଶ୍ୱର ନିକଟସ୍ଥ ଜଙ୍ଗଲରେ ଥିବା ପୋଚ ପ୍ରସ୍ତୁତ କାରଖାନା ଉପରେ ଚଢଉ କରିଥିଲେ । ଘଟଣାସ୍ଥଳରୁ ୧୨୦ ଲିଟର ପୋଚ ମଦ ଓ ପୋଚ ପ୍ରସ୍ତୁତ ନିମନ୍ତେ ଥିବା ଡେକଚି, ଗୁଡ, ଆମୋନିଆ ସମେତ ବିଭିନ୍ନ ସାମଗ୍ରୀ ଜବତ କରି ଦୁଇଜଣଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ନାଗେଶ୍ୱର ଗାଁର ଲକ୍ଷ୍ମୀଧର କାଣ୍ଡି ଓ ବୁଦ୍ଧିସାହି ଗାଁର କେଦାର କାଣ୍ଡି । ଏ ନେଇ ୬୦/୨୦ରେ ଏକ ମାମଲା ରୁଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଏସ୍‌ଆଇ ଯୋଗମାୟା ସାହୁ ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ

ସେଣ୍ଟ୍ରାଲ ଜେଲର ୩ ଅଧିକାରୀ ଓ ୫୦ କଏଦୀ କରୋନା ପଜିଟିଭ, ଭୟଙ୍କର ରୂପ ନେଉଛି ମହାମାରୀ

ଯୋଗୀଙ୍କ ମନ୍ତ୍ରୀ ଚେତନ ଚୌହାନଙ୍କ ସ୍ଥିତି ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ବନ୍ୟା ପାଣିରେ ଠିଆ ହୋଇ ପୋଲିସକର୍ମୀ କଲେ ପତାକା ଉତ୍ତୋଳନ, କର୍ତ୍ତବ୍ୟ ଆଗରେ ହାରମାନିଲା ପ୍ରତିକୂଳ ପରିସ୍ଥିତି

ଅଜଣା ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର, ପୋଲିସର ଛାନଭିନ୍‌ ଜାରି

ହୃଦଘାତରେ ଆଖି ବୁଜିଲେ ମୃତ ଡାକ୍ତରଙ୍କ ସଂପର୍କୀୟ ଭାଇ