PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଆରମ୍ଭ ହେଲା ‘ଜିଓ ରେଲ୍ ଆପ୍’: ଟ୍ରେନ୍ ସମୟ ଜାଣିବାଠୁ ଆରମ୍ଭ କରି ତତ୍କାଳ ଟିକେଟ୍ ବୁକିଂ ପର୍ଯ୍ୟନ୍ତ ରହିଛି ସବୁ ସୁବିଧା

source:www.indiatoday.in

ଭୁବନେଶ୍ୱର ୨୮/୧:  ଡିଜିଟାଲ କ୍ଷେତ୍ରରେ ଭାରତକୁ ସଫଳ କରିବା ଦିଗରେ ନିଜର ଚେଷ୍ଟା ଜାରି ରଖିଥିବା ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଆଣିଦେଇଛି । ପ୍ରଥମ ଥର ପାଇଁ ଜିଓ ଫୋନ୍ ଓ ଜିଓ ଫୋନ୍ ୨ରେ  ସମ୍ପୂର୍ଣ୍ଣ ନୂଆ ରୂପେ ଉନ୍ମୋଚିତ ହୋଇଛି ଜିଓ ରେଲ୍ ଆପ୍ । ଏହି ଆପ୍ ମାଧ୍ୟମରେ  ୟୁଜର୍ସ  ଯେକୌଣସି ଜିଓଫୋନରୁ ଆଇଆରସିଟିସିର ଟିକଟ ସଂରକ୍ଷଣ ସେବା ହାସଲ କରିପାରିବେ ।

ଏହି ଆପ୍ ଜରିଆରେ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ କିମ୍ବା ଇ-ୱାଲେଟ୍ ବ୍ୟବହାର କରି ଟିକଟ ବୁକ୍ ଓ ଟିକେଟ୍ କ୍ୟାନସେଲ କରିପାରିବେ । ପିଏନଆର ସ୍ଥିତି ଯାଂଚ, ଟ୍ରେନ୍ ସୂଚନା, ସମୟ, ରୁଟ୍, ସିଟ୍ ଉପଲବ୍ଧତା ଏବଂ ଏପରି ଅନେକ ସେବାକୁ ସେମାନଙ୍କ ଜିଓଫୋନ୍ର ବଟନ୍ ଦବାଇ ଜାଣିପାରିବେ  ୟୁଜର୍ସ । ଏହି ଆପ୍ ଜିଓ ଆପ୍ ଷ୍ଟୋରରେ ଉପଲବ୍ଧ ହେବ ।

ଏହି ଆପ୍ ମାଧ୍ୟମରେ ତତ୍କାଳ ଟିକେଟ ମଧ୍ୟ ବୁକିଂ କରିହେବ । ଯଦି ବ୍ୟବହାରକାରୀଙ୍କ ଆଇଆରସିଟିସି ଆକାଉଣ୍ଟ ନଥିବ ତେବେ ଏହି ଆପ୍ ଜରିଆରେ ସେମାନେ ଏକ ଆକାଉଣ୍ଟ ତିଆରି କରିପାରିବେ ଏବଂ ଟିକେଟ୍ ବୁକିଙ୍ଗ କରିପାରିବେ । ଏହି ଆପ୍ ଜରିଆରେ ବୁକିଙ୍ଗ ହୋଇଥିବା ଟିକଟର ପିଏନଆରକୁ ମଧ୍ୟ ରେଲ ଜିଓ ଆପ୍ ବ୍ୟବହାରକାରୀମାନେ ଯାଞ୍ଚ କରିପାରିବେ । ଏହି ଆପରେ ଅନେକ ପ୍ରକାର ଉନ୍ନତ ସେବା ପ୍ରଦାନ କରିବାର ଯୋଜନା ରହିଛି ଯେପରିକି ପିଏନ୍ଆର ସ୍ଥିତି ପରିବର୍ତ୍ତନ ଆଲର୍ଟ, ଟ୍ରେନ୍ର ସ୍ଥିତି ଜାଣିବା (ଲୋକେଟ୍ ଟ୍ରେନ୍) ଓ ଭବିଷ୍ୟତରେ ଖାଦ୍ୟ ବରାଦ ଆଦି ଯୋଜନା ରହିଛି । ଏହି ଆପକୁ ଯେପରି ବ୍ୟବହାରକାରୀମାନେ ଅତି ସହଜରେ ବ୍ୟବହାର କରିପାରିବେ ସେହିଭଳି ଉପାୟରେ ପ୍ରସ୍ତୁତ କରାଯାଇଛି ।