PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପୂର୍ବତଟ ରେଳପଥ ବିଭାଜନ ପ୍ରସଙ୍ଗ: ପୁଣି ଯୁବ, ଛାତ୍ର ବିଜେଡିର ବିକ୍ଷୋଭ

ଭୁବନେଶ୍ୱର,୪ ।୩(ବ୍ୟୁରୋ): ପୂର୍ବତଟ ରେଳବାଇ ବିଭାଜନ ବିରୋଧରେ ଆଜି ପୁଣି ବିକ୍ଷୋଭ କରିଛି ବିଜେଡି଼ । କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ଗତକାଲି ବିରୋଧ କରିବା ପରେ ଆଜି ଜୋନ୍‌ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ବିଜୁ ଯୁବ-ଛାତ୍ର ଜନତା ଦଳର ସଦସ୍ୟ । ଆଉ ଦକ୍ଷିଣତଟ ରେଳପଥର ମୁଖ୍ୟାଳୟ ନ ଖୋଲିବାକୁ ଦାବି କରିଛନ୍ତି ।
ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୨ଟା ଯାଏଁ ଚନ୍ଦ୍ରଶେଖରପୁର ଜୋନ୍‌ ଅଫିସ ସାମ୍ନାରେ ଯୁବ ଓ ଛାତ୍ରର ଶତାଧିକ ସଦସ୍ୟଙ୍କ ଧାରଣା ଚାଲିଥିଲା । ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ସଞ୍ଜୟ କୁମାର ଦାସବର୍ମା ଏହାର ନେତୃତ୍ୱ ନେଇଥିଲେ । ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିବା ସହ ସରକାର ବିରୋଧୀ ନାରାବାଜି କରିଥଲେ । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ଓଡ଼ିଶାର ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର ଏକ ଷଡ଼ଯନ୍ତ୍ର ରଚିଛି । ଏଠାକାର ରେଳପଥକୁ ସଜାଡିବା ପାଇଁ ୩ଟି ନୂଆ ଡିଭିଜନ ପ୍ରତିଷ୍ଠା କରିବାକୁ ରାଜ୍ୟ ପକ୍ଷରୁ ଦାବି କରାଯାଉଥିବା ବେଳେ ଦକ୍ଷିଣ ତଟ ରେଳପଥ ନାଁରେ ଏଭଳି ବିଭାଜନ ଓଡିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପୁଣି ଥରେ ପ୍ରତିଫଳିତ ହୋଇଥିବା ଦଳ ପ୍ରକାଶ କରିଛି ।
ବିକ୍ଷୋଭରେ ବିଧାୟକ ପ୍ରଶାନ୍ତ ଜଗଦେବ, ଯୁବ ବିଜେଡି ସଭାପତି ଅମରେଶ ପତ୍ର, ଉପଦେଷ୍ଟା ଅମରେଶ ଜେନା, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ଦୁର୍ଗା ସାମନ୍ତରାୟ, ଧୃତି ମାର୍ଥ, ମଳୟ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ଦଳ ପକ୍ଷରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯାଇଥିଲା । ଯୁବ ଓ ଛାତ୍ର ବିଜେଡିର ସଦସ୍ୟ ଏକ ବାଇକ୍‌ ରାଲିରେ ରେଳବାଇ ଜୋନ୍‌ ଅଫିସ ଘେରିବାକୁ ଯାଉଥିଲେ । ଜୟଦେବ ବିହାରରେ ପୁଲିସ ସେମାନଙ୍କୁ ଅଟକାଇବାକୁ ସେଠାରେ ବସିରହି ପ୍ରତିବାଦ କରିଥିଲେ ।