ସଂସଦରେ ଠିକ୍ ସମୟରେ ପହଁଞ୍ଚିବା ପାଇଁ ଯେତେବେଳେ ଦୌଡି ଥିଲେ ରେଳମନ୍ତ୍ରୀ ପୀୟୂଷ ଗୋୟଲ, ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ ୟୁଜର କହିଲେ…

ନୂଆଦିଲ୍ଲୀ,୫।୧୨: ପୀୟୂଷ ଗୋୟଲଙ୍କ ଏକ ଫଟୋ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋରେ ​‌ସେ କ୍ୟାବିନେଟ୍ ମିଟିଂ ପରେ ସଂସଦ ଅଭିମୁଖେ ଦୌଡୁଥିବାର ଦେଖିବାକୁ ମିଳୁଛି। ବୁଧବାର ପୀୟୂଷ ଗୋୟଲଙ୍କ ଏହି ଫଟୋ ସାମନାକୁ ଆସିବା ପରେ ଟ୍ବିଟରରେ ଲୋକମାନେ ତାଙ୍କ କାମକୁ ନେଇ ଥିବା ନିଷ୍ଠାକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି। ମିଳିଥିବା ଖବର ଅନୁସାରେ, ପୀୟୂଷ ଗୋୟଲ, ସଂସଦର ପ୍ରଶ୍ନକାଳରେ ଠିକ୍ ସମୟରେ ପହଁଞ୍ଚିବା ପାଇଁ ଦୌଡୁଥିଲେ।

କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଦୁଇ ଗୃହରେ ମନ୍ତ୍ରୀଙ୍କ ପ୍ରଶ୍ନକାଳ ସମୟରୁ ପହଁଞ୍ଚିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଏବେ ପୀୟୂଷ ଗୋୟଲଙ୍କ ଏହି ଫଟୋ ସାମନାକୁ ଆସିଛି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି। ବିଜେପି ମୁଖପାତ୍ର ସୁରେଶ ନାଖୁଆ ମଧ୍ୟ ପୀୟୂଷ ଗୋୟଲଙ୍କ ଏହି ଫଟୋକୁ ନିଜର ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସେୟାର କରିବା ସହ ସେ କହିଛନ୍ତି, କ୍ୟାବିନେଟ୍ ମିଟିଂ ପରେ ସଂସଦର ପ୍ରଶ୍ନକାଳରେ ଭାଗ ନେବା ପାଇଁ ପୀୟୁଷ ଗୋୟଲ  ଦୌଡୁଛନ୍ତି।’

ଅନେକ ଟ୍ବିଟର ୟୁଜର ତାଙ୍କର ଏହି ଫଟୋକୁ ଦେଖି ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା କାମ ପ୍ରତି ପୀୟୁଷ ଗୋୟଲଙ୍କ ନିଷ୍ଠାକୁ ଦର୍ଶାଉଛି।’

ଆଉ ଜଣେ ୟୁଜର ଲେଖିଛନ୍ତି, କର୍ମ ହିଁ ପୂଜାର ଏହା ହେଉଛି ସଠିକ୍ ଉଦାହରଣ।’

   ସମ୍ବନ୍ଧିତ ଖବର


ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ଗୋଟିଏ ଥର ବ୍ଲଡ ଟେଷ୍ଟରୁ ଚିହ୍ନଟ ହୋଇପାରିବ ୫୦ ପ୍ରକାର କ୍ୟାନ୍ସର, ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି

ଅର୍ଣ୍ଣବଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ମୃତଦେହ; ପାଦରେ ଛୁଞ୍ଚି ମାରିଲେ ବାହାରୁଚି ରକ୍ତ, ଅନେକ ଦିବ୍ୟଶକ୍ତି ରହିଥିବା ବିଶ୍ବାସ…

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, କେବେ ଦିନେ ରାସ୍ତା କଡରେ ଭିକ ମାଗୁଥିଲେ ଆଜି ବିଶ୍ବ ପାଇଁ ଉଦାହରଣ

ଆଜି ୩ଟି କରୋନା ଭ୍ୟାକସିନ ପ୍ରସ୍ତୁତି ସେଣ୍ଟର ବୁଲିବେ ପ୍ରଧାନମନ୍ତ୍ରୀ; ଅହମଦାବାଦ, ପୁଣେ ଓ ହାଇଦ୍ରାବାଦରେ କରିବେ ସମୀକ୍ଷା…