PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବିନା ଟଙ୍କାରେ ମଧ୍ୟ ଏବେ ବୁକ୍ କରିପାରିବେ ଟ୍ରେନ ଟିକେଟ୍, ଜାଣନ୍ତୁ ଆଇଆରସିଟିସିର ନୂଆ ଅଫର

ନୂଆଦିଲ୍ଲୀ,୧୯।୪: ଯଦି ଆପଣଙ୍କ ଟ୍ରେନ ଟିକେଟ୍ ବୁକ୍ କରିବାକୁ ଚାହୁଁଛନ୍ତି ଆଉ ପାଖରେ ଟଙ୍କା ନାହିଁ ତେବେ କ’ଣ କରିବେ? ଏଭଳି ସ୍ଥିତିରେ ଆପଣ ଟିକେଟ୍ ବୁକ୍ କରିପାରିବେ ନାହିଁ। କିନ୍ତୁ ଏବେ ଆପଣଙ୍କୁ ଏଭଳି କରିବାକୁ ପଡିବନି। କାରଣ ଟଙ୍କା ନଥିଲେ ମଧ୍ୟ ଆପଣ ରେଳ ଟିକେଟ ନେଇପାରିବେ ଓ ଏହି ଟଙ୍କାକୁ ୧୪ ଦିନ ପରେ ଦେଇପାରିବେ। ଏଥିରେ ଅର୍ଥଶାସ୍ତ୍ର ପ୍ରାଇଭେଟ୍ ଲିମିଟେଡର ପାଇଲଟ୍ ପ୍ରୋଜେକ୍ଟ ଇ-ପେ ଲେଟର ଆପଣଙ୍କୁ ସାହାର୍ଯ୍ୟ କରିବ। ଏହି ପ୍ରୋଜେକ୍ଟକୁ ଇଣ୍ଡିଆନ୍ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେସନ୍(ଆଇଆରସିଟିସି) ଆରମ୍ଭ କରିଛି। ତେବେ ଆସନ୍ତୁ ଜାଣିବା ଏହି ପ୍ରୋଜେକ୍ଟ ଜରିଆରେ ଆଉ କ‘ଣ କରିପାରିବେ।

source:https://www.zeebiz.com

ଏହି ପ୍ରୋଜେକ୍ଟ ଜରିଆରେ ଯେ କୌଣସି ବ୍ୟକ୍ତି ଆଇଆରସିଟିସିର ଓ୍ବେବସାଇଟରେ କୌଣସି ଟଙ୍କା ନଦେଇ ଅନଲାଇନ୍ ଟିକେଟ୍ ବୁକି କରିପାରିବେ ଓ ଏହାର ପେମେଣ୍ଟ ୧୪ ଦିନ ପରେ କରିପାରିବେ। ଏହି ସେବାର ଲାଭ ନେଉଥିବା ଗ୍ରାହକଙ୍କୁ ପେମେଣ୍ଟ କରିବା ସମୟରେ ୩.୫ ପ୍ରତିଶତ ସର୍ଭିସ ଚାର୍ଜ ଦେବାକୁ ହେବ। ଯଦି ଆପଣ ୧୪ ଦିନ ଭିତରେ ପେମେଣ୍ଟ କରନ୍ତି ତେବେ ଅତିରିକ୍ତ ସୁଦ୍ଧ ଦେବାକୁ ପଡିବନି। ଏହାବ୍ୟତୀତ ଯଦି ଆପଣ ଠିକ୍ ସମୟରେ ଟଙ୍କା ଦେଇଦିଅନ୍ତି ତେବେ ଆପଣଙ୍କ କ୍ରେଡିଓ୍ ଲିମିଟ ମଧ୍ୟ ବଢିଯିବ। ଏହି ସୁବିଧାର ଲାଭ ଆପଣଙ୍କୁ ଆଇଆରସିଟିସିର ଆକାଉଣ୍ଟରରୁ ଉଠାଇ ପାରିବେ। ଏହି କଥାକୁ ଧ୍ୟାନ ରଖନ୍ତୁ ଯେ, ଆପଣଙ୍କ ଦ୍ବାରା ନିଆଯାଇଥିବା ଟିକେଟର ମୂଲ୍ୟ ଆପଣଙ୍କ କ୍ରେଡିଟ୍ କାର୍ଡ ସୀମା ଭିତରେ ରହିବା ଦରକାର ଓ ଠିକ୍ ସମୟରେ ପେମେଣ୍ଟ ହେବା ଦରକାର। ଯଦି ଆପଣ ପେମେଣ୍ଯରେ ବିଳମ୍ବ କରନ୍ତି ତେବେ କ୍ରେଡିଟ୍ ଲେସ୍ ହୋଇଯିବ ଏହାପରେ ଆପଣ ଏହି ସୁବିଧାର ଲାଭା ଉଠାଇ ପାରିବେ ନାହିଁ।

source: https://www.thebetterindia.com

ସବୁଠାରୁ ପ୍ରଥମେ ଆପଣ ଆଇଆରସିଟିସି ଆକାଉଣ୍ଟରେ ଲଗିନ୍ କରନ୍ତୁ କିମ୍ବା ଯଦି ଆକାଉଣ୍ଟ ନାହିଁ ତେବେ ନୂଆ ତିଆରି କରନ୍ତୁ। ଏହାପରେ ଟିକେଟ୍ ଆପଣଙ୍କୁ ବୁକ୍ କରିବାକୁ ପଡିବ। ଏଥିରେ ଦିଆଯାଇଥିବା ସବୁ ଡିଟେଲ ଭରିବା ପରେ ଆପଣ ସୁବିଧା ଅନୁସାରେ ଟ୍ରେନ ଚୟନ କରି ପରେ ବୁକ୍ ନାଓ ଅପସନରେ କ୍ଳିକ କରନ୍ତୁ। ଏହା ପରେ ନୂଆ ପେଜ୍ ଖୋଲିବ। ଯେଉଁଥିରେ ଆପଣଙ୍କୁ ପାସେଞ୍ଜର ଡିଟେଲ ଓ କ୍ରେପଚା କୋଡ୍ ଭରିବାର ଅପସନ୍ ଆସିବ। ଏହାକୁ ଭରିବା ପରେ ନେକ୍ସ ବଟନରେ କ୍ଳିକ କରନ୍ତୁ। ଏହା ଉପରେ କ୍ଳିକ କରିବା ପରେ ଆପଣଙ୍କ ସାମନାରେ ନୂଆ ପେଜ୍ ଖୋଲିବ। ଯେଉଁଥିରେ ଆପଣଙ୍କୁ ପେମେଣ୍ଟ ଡିଟେଲ ଭରିବାକୁ ହେବ। ଏଥିରେ ଆପଣ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ, ଭୀମ ଆପ୍, ନେଟ୍ ବ୍ୟାଙ୍କିଙ୍ଗରୁ ପେମେଣ୍ଟ କରିପାରିବେ। ଏଥିପାଇଁ ଆପଣଙ୍କୁ ଇ-ପେ ଲେଟରର ଅପସନ୍ ମିଳିବ ଆପଣ ଏହା ଉପରେ କ୍ଳିକ କରନ୍ତୁ। କ୍ଳିକ୍ କରିବା ପରେ ଆପଣଙ୍କୁ ଏହି ସୁବିଧାର ଲାଭ ଉଠାଇବା ପାଇଁ ଇ-ପେ ଲେଟର ଉପରେ ରେଜିଷ୍ଟେ୍ରସନ କରିବାକୁ ପହିବ। ଏଥିପାଇଁ ଆପଣଙ୍କୁ www. Epayletter.inରେ ଯାଇ ରେଜିଷ୍ଟେ୍ରସନ କରିବାକୁ ପଡିବ। ରେଜିଷ୍ଟେ୍ରସନ କରିବା ପରେ ଆପଣଙ୍କ ସାମନାରେ ବିଲ୍ ପେମେଣ୍ଟ ଅପସନ୍ ଆସିବ। ଏହାପରେ ସିଲେକ୍ଟ  କରିବା ପରେ ଆପଣଙ୍କୁ ବିନା ପେମେଣ୍ଟରେ ଟ୍ରେନ ଟିକେଟ୍ ମିଳିବ।

ସମ୍ବନ୍ଧିତ ଖବର