PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଟ୍ରେନରେ ସେପ୍ଟେମ୍ବରରୁ ଏସି ଚେୟାର କାର,ଏକ୍‌ଜିକ୍ୟୁଟିଭ୍‌ କ୍ଲାସର ବଳକା ସିଟ୍‌ରେ ମିଳିବ ୨୫% ରିହାତି

ନୂଆଦିଲ୍ଲୀ ୨୯/୮: ଖୁବ୍‌ଶୀଘ୍ର ଆପଣଙ୍କୁ ଶତାବ୍ଦୀ, ଗତିମାନ, ତେଜସ୍‌, ଇଣ୍ଟର୍‌ସିଟି ଏବଂ ଡବଲ ଡେକର୍‌ ଟ୍ରେନ୍‌ ଟିକେଟ୍‌ରେ ୨୫% ପର୍ଯ୍ୟନ୍ତ ରିହାତି ମିଳିପାରେ । ଏହି ଟ୍ରେନ୍‌ଗୁଡିକରେ ସିଟ୍‌ ଖାଲି ରହୁଥିବାରୁ କ୍ଷତି କମ୍‌ କରିବା ପାଇଁ ରେଳବାଇଁ ଏ ନିଷ୍ପତ୍ତି ନେଇଛି । ସେପ୍ଟେମ୍ବରରୁଏସି ଚେୟାର କାର ଏବଂ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ ସିଟ୍‌ରେ ଏହା କାର୍ଯ୍ୟକାରୀ ହେବ । ଏହି ସୁବିଧା ଉକ୍ତ ଟ୍ରେନ୍‌ଗୁଡିକରେ ମିଳିବ ଯେଉଁଥିରେ ସିଟ୍‌ ଖାଲି ପଡୁଥିବ । ରିହାତିକୁ ନେଇ ନିଷ୍ପତ୍ତି ନେବାର ଅଧିକାର ପ୍ରତି ରେଳ ମଣ୍ଡଳର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକଙ୍କ ନିକଟରେ ରହିବ ।

ପ୍ରତି ରେଳ ମଣ୍ଡଳକୁ ଏ ନେଇ ସୂଚିତ କରାଯାଇଛି । ସିଟ୍‌ ଖାଲି ରହୁଥିବା ଟ୍ରେନ୍‌ଗୁଡିକୁ ଚିହ୍ନଟ କରିବାକୁ ରେଳ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ରିହାତି ମୂଳ ଭଡ଼ା ଉପରେ ଦିଆଯିବ । ଜିଏସ୍‌ଟି, ସଂରକ୍ଷଣ ଦେୟ, ସୁପରଫାଷ୍ଟ ଶୁଳ୍କ ଓ ଅନ୍ୟାନ୍ୟ ଦେୟ ପୃଥକ ଭାବେ ଆଦାୟ କରାଯିବ । ସର୍କୁଲାର ଅନୁସାରେ ଗତବର୍ଷ ୫୦%ରୁ କମ୍‌ ମାସିକ ଉପସ୍ଥିତି ରହିଥିବା ଟ୍ରେନ୍‌ଗୁଡିକରେ ରିହାତି ସୁବିଧା ପ୍ରଦାନ କରାଯିବ । ଏହି ଟ୍ରେନଗୁଡିକୁ ଚିହ୍ନଟ କରିବା ପାଇଁ ରେଳ ବୋର୍ଡ ସମସ୍ତ ମଣ୍ଡଳଗୁଡିକୁ ୩୦ ସେପ୍ଟେମ୍ବର ଯାଏ ସମୟ ଦେଇଛି । ଟ୍ରେନ୍‌ଗୁଡିକରେ ସିଟ୍‌ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରିହାତି ଧାର୍ଯ୍ୟ କରିବାର ସ୍ୱାଧୀନତା ସମସ୍ତ ରେଳ ମଣ୍ଡଳକୁ ଦିଆଯାଇଛି । ଏହି ରିହାତି ବାର୍ଷିକ, ଅର୍ଦ୍ଧବାର୍ଷିକ, ଋତୁକାଳୀନ କିମ୍ବା ସାପ୍ତାହିକ ଭିତ୍ତିରେ ଦିଆଯାଇପାରେ । ଏହି ସ୍କିମ୍‌ ଲାଗୁ ହେବା ପରେ ଆଉ କୌଣସି ପ୍ରକାର ରିହାତି ଦିଆଯିବ ନାହିଁ । ସ୍କିମ୍‌ ଲାଗୁ ହେବାର ୪ ମାସ ପରେ ରିପୋର୍ଟ ଦେବାକୁ ସମସ୍ତ ରେଳ ମଣ୍ଡଳଗୁଡିକୁ କୁହାଯାଇଛି ।

ଏହି ସ୍କିମ୍‌ ଜରିଆରେ ରେଳପଥର ରାଜସ୍ୱ ବୃଦ୍ଧି ହେବା ସହ ଟ୍ରେନ୍‌ଗୁଡିକରେ ସିଟ୍‌ ପୂରଣ ହେବ । ସୂଚନାଯୋଗ୍ୟ, ସଡ଼କ ପଥ ଏବଂ ଶସ୍ତା ବିମାନ ଭଡ଼ା ଯୋଗୁ ରେଳପଥ ତୀବ୍ର ପ୍ରତିଯୋଗିତାର ସାମ୍ନା କରୁଛି ।
ତେବେ ଏହି ସ୍କିମ୍‌ ଆସିବା ପରେ ବି ଚେନ୍ନାଇ ସେଣ୍ଟ୍ରାଲ-ମହୀଶୂର ଶତାବ୍ଦୀ ଏକ୍ସପ୍ରେସ, ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ ଶତାବ୍ଦୀ ଟ୍ରେନ ଏବଂ ନ୍ୟୁ ଜଳପାଇଗୁଡି-ହାଓଡା ଶତାବ୍ଦୀ ଏକ୍ସପ୍ରେସ୍‌ରେ ପ୍ରଚଳିତ ରିହାତି ବ୍ୟବସ୍ଥା ଜାରି ରହିବ ।

ସମ୍ବନ୍ଧିତ ଖବର