କରୋନା ପାଇଁ ପୂର୍ବତଟ ରେଲଓ୍ବେର ବ୍ୟାପକ ପଦକ୍ଷେପ: ଡିପୋରୁ କୀଟାଣୁମୁକ୍ତ ହେବ ସବୁ ଟ୍ରେନ୍‌

ଭୁବନେଶ୍ୱର ୧୪/୩: ଯାତ୍ରୀଙ୍କୁ ନିରାପଦ ରେଳଯାତ୍ରା ସେବା ଯୋଗାଇବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ନିଜର ସମସ୍ତ ଟ୍ରେନ୍‌କୁ ଡିପୋରୁ କୀଟାଣୁମୁକ୍ତ କରାଯାଉଛି । ଟ୍ରେନ୍‌ରେ ଥିବା ସମସ୍ତ ଡୋର୍‌ ସ୍କ୍ରିନ୍‌ ଓ ବ୍ଲାଙ୍କେଟକୁ ହଟାଇ ଦିଆଯାଇଛି । ଏପରିକି କରୋନା ସଂକ୍ରମଣରୁ ବର୍ତ୍ତିବା ଉଦ୍ଦେଶ୍ୟରେ ଯାତ୍ରୀମାନଙ୍କୁ ବ୍ୟାପକ ସଚେତନତା କରାଯାଉଛି । ପୂର୍ବତଟ ରେଳପଥ ସୂତ୍ରରୁ ଏମିତି ସୂଚନା ମିଳିଛି ।

ଓଡ଼ିଶାର ପାଖାପାଖି ୩ ଲକ୍ଷ ଲୋକ ପ୍ରତିଦିନ ଟ୍ରେନ୍‌ ଯୋଗେ ଯାତାୟାତ କରିଥାନ୍ତି । ଯଦିଓ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି, ନିବାରକ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ଅନେକ ପଦକ୍ଷେପ ଗ୍ରହଣ କରିଛି । ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓଡ଼ିଶାରୁ ଯାତାୟାତ କରୁଥିବା ସବୁ ଟ୍ରେନ୍‌କୁ ଭୁବନେଶ୍ୱର ଓ ପୁରୀରେ ଥିବା ଡିପୋରୁ ହିଁ କୀଟାଣୁମୁକ୍ତ କରାଯାଉଛି । ଟ୍ରେନ୍‌ର ସବୁ ବଗିରେ ତନ୍ନତନ୍ନ କରି ଔଷଧ ସ୍ପ୍ରେ ଦ୍ୱାରା କୀଟାଣୁମୁକ୍ତ କରାଯାଉଛି । ଏହାବ୍ୟତୀତ ଏସି ବଗିରେ ପୂର୍ବରୁ ଦିଆଯାଉଥିବା ବ୍ଲାଙ୍କେଟ (୭ ଦିନରେ ଥରେ ସଫା ହେଉଥିବା)କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି ।

ଏହା ପରିବର୍ତ୍ତେ ଏସି ବଗିର ତାପମାତ୍ରାକୁ ସାମାନ୍ୟ ବଢ଼ାଇ ଦିଆଯାଇଛି । ଯାତ୍ରୀମାନଙ୍କ ଅନୁରୋଧକ୍ରମେ ସେମାନଙ୍କୁ ପ୍ରତ୍ୟେକ ଦିନ ସଫା ହେଉଥିବା ଅତିରିକ୍ତ ଲେନିନ୍‌ ଚାଦର ଯୋଗାଇ ଦିଆଯାଉଛି । ଟ୍ରେନ୍‌ର ଏସି ବଗିଗୁଡ଼ିକରେ ଥିବା ଡୋର୍‌ ସ୍କ୍ରିନ୍‌ଗୁଡ଼ିକୁ ମଧ୍ୟ ହଟାଇ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି । ପୂର୍ବରୁ ଟ୍ରେନର ଟଏଲେଟ୍‌ଗୁଡ଼ିକୁ କେତେକ ନିର୍ଦ୍ଦିଷ୍ଟ ମଧ୍ୟବର୍ତ୍ତୀ ଷ୍ଟପେଜରେ ପାଣିରେ ସଫା କରାଯାଉଥିଲା । ଏବେ ଏହି ଟଏଲେଟ୍‌ଗୁଡ଼ିକୁ କୀଟାଣୁମୁକ୍ତ ଔଷଧ ଜରିଆରେ ସଫା କରାଯାଉଛି । ଏହାଛଡ଼ା ଟ୍ରେନ୍‌ର ସବୁ ଟଏଲେଟ୍‌ରେ ସାନିଟାଇଜର୍‌ ରଖାଯାଉଛି । ଦୂରଗାମୀ ଟ୍ରେନ୍‌ଗୁଡ଼ିକରେ ପ୍ୟାଣ୍ଟ୍ରି କାର୍‌ଗୁଡ଼ିକ ଜରିଆରେ ରୋଗ ସଂକ୍ରମଣ ହେବାର ସର୍ବାଧିକ ଆଶଙ୍କା ଥିବାରୁ ଏଥିପାଇଁ ଅଧିକ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି । ପ୍ୟାଣ୍ଟ୍ରି କାର୍‌ର ସବୁ କର୍ମଚାରୀ ମୁହଁରେ ମାସ୍କ, ହାତରେ ଗ୍ଲୋଭ୍‌ସ ପିନ୍ଧୁଛନ୍ତି ବୋଲି ପୂର୍ବତଟ ରେଳପଥର ଅଧିକାରୀ କହିଛନ୍ତି ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି