PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

୭୨ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ୯ ଏବଂ ୧୦ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର – ଚାଷୀଙ୍କୁ ବେଶ ସାହାୟକ ହୋଇଛି ଏହି ଲଘୁଚାପ ବର୍ଷା। ଦୁଇ ଦିନ ଭିତରେ ୧୯୬ ବ୍ଲକରେ ୫୦ ପ୍ରତିଶିରୁ ଅଧିକ ବର୍ଷା ହୋଇଛି। ଏପଟେ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ୭୨ ଘଣ୍ଟା ଭିତରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରବାହରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଖାସ କରି ୯ ଓ ୧୦ ତାରିଖରେ ଭଲ ବର୍ଷା ହେବ। ୯ ତାରିଖରେ କଳାହାଣ୍ତି, ବୌଦ୍ଧ, ବଳାଙ୍ଗୀର, ସୋନପୁରରେ ଅତିପ୍ରବଳ ଓ କୋରାପୁଟ, ସମ୍ବଲପୁର ଏଆଂ ନୂଆପଡାରେ ପ୍ରବଳ ବର୍ଷା ହେବ। ୧୦ ତାରିଖରେ ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତମାନ ପାଇଁ ମରୁଡି ଆଶଙ୍କା ଟଳିଲା। ଲଘୁଚାପ ବର୍ଷା ପାଇଁ ଏବେ ଚାଷୀଙ୍କୁ ବେଶ ସହାୟକ ହୋଇଛି । ବର୍ତ୍ତମାନ ୧୯୬ ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ଯେଉଁଥିପାଇଁ ଚାଷୀ ଏବେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏପଟେ ୯ ତାରିଖ ରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି । ତା ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବ। କିନ୍ତୁ ୧୪ ପରେ ରାଜ୍ୟରୁ ବର୍ଷା ଉଭାନ ହୋଇଯିବ। ଯେଉଁଥିପାଇଁ ଓୟୁଏଟି ସମେତ କୃଷି ବିଶେଷଜ୍ଞ ତୁରନ୍ତ ଚାଷ କାମ ସରିବାକୁ ପରାର୍ମଶ ଦେଇଛନ୍ତି…

ଚଳିତ ବର୍ଷ ସ୍ବଭାବିକ ଠାରୁ କମ ବର୍ଷା ହୋଇଥିବାରୁ ୧୧ ଟି ଜିଲ୍ଲାରେ ଚାଷ କାର୍ଯ୍ୟ ଠପ ହୋଇଯାଇଥିଲା । ଏପରିକି ତଳି ମଉଳି ଯାଇଥିଲା। ମରୁଡି ଆଶାଙ୍କ ସୃଷ୍ଟି ହୋଇଥିଲା। କିନ୍ତୁ ଚାଷୀ ମନରେ ଆଶା ସଞ୍ଚାର ହୋଇଛି । ତେଣୁ ଚାଷୀ ମାନଙ୍କୁ ୧୪ ତାରିଖ ଭିତରେ ସମସ୍ତ ତଳି ରୁଆ ବେଉଷଣା କାମ ସରିବାକୁ ବିଶେଷଜ୍ଞ ମାନେ କହିଛନ୍ତି । କାରଣ ୧୪ ତାରିଖରେ ୭ ଦିନ ଯାଏ ଆଉ ବର୍ଷା ନାହିଁ। ତେଣୁ ତୁରନ୍ତ ସବୁ କାମ ସରିବାକୁ କୁହିଛନ୍ତି ବିଶେଷଜ୍ଞ।ଏପରିକି ଓୟୁଏଟି ପକ୍ଷରୁ ଚାଷୀମାନଙ୍କୁ ପରାର୍ମଶ ଜାରି କରାଯାଇଛି। ଚାଷୀ ମାନଙ୍କ ତଳି ଏବେ ୪୦ରୁ ୪୫ ଦିନ ହୋଇଗଲାଣି । ତୁରନ୍ତ ଘାସ ବଛନ୍ତୁ, ପ୍ରଥମରେ ମଝିଆଳ ଜମିରେ ରୁଆକାର୍ଯ୍ୟ ସାରନ୍ତୁ, ତପରେ ଖଲୁଆ ଜମିରେ ରୁଆ କାମ ଶେଷ କରନ୍ତୁ, ଅନୁମୋଦିତ କିସମ ଯଥା ସହଭାଗୀ, ଉନ୍ନତ ଲଲାଟ, ଖଣ୍ତଗିରି, ଲଲାଟ, ଏମ.ଟି.ୟୁ ୧୦୧୦ ସିଆର, ଧାନ ୧୦୧, ସତ୍ୟଭାମା କିସମର ଧାନ ରୁଅନ୍ତୁ। ପିଲ ସାର ପ୍ରୟୋଗ କରନ୍ତୁ , ଫସଫରସ ଏବଂ ପଟାସ ସାର ପ୍ରୟୋଗ କରିବାକୁ ପରାର୍ମଶ ଦେଇଛନ୍ତି ବିଶେଷଜ୍ଞ।

ଜୁନ ୧ରୁ ଅଗଷ୍ଟ ୬ ମଧ୍ୟରେ ରାଜ୍ୟରେ ୫୭୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ଠାରୁ ୧୧ପ୍ରତିଶତ କମ ବର୍ଷା ହୋଇଛି। ଏହି ସମୟ ଭିତରେ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ୧୬ପ୍ରତିଶତ ଅଧିକ ବର୍ଷା ହୋଇଛି।