ବଙ୍ଗୋପ ସାଗର ଉପରେ ସାଇକ୍ଲୋନିକ୍‌ ସର୍କୁଲେସନ୍‌- ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା, ଏହି ଜିଲ୍ଲାମାନଙ୍କ ପାଇଁ ରେଡ୍‌ ଆଲର୍ଟ

ଭୁବନେଶ୍ୱର – ବଙ୍ଗୋପ ସାଗର ଉପରେ ମଙ୍ଗଳବାରରେ ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୃଷ୍ଟି ହୋଇ ବୁଧବାରରେ ଏହା ଲଘୁଚାପରେ ପରିଣତ ହୋଇଛି । ଏହା ଆହୁରି ଘନୀଭୂତ ହୋଇ ଅବପାତ ବା ଡିପ୍ରେସନ୍‌ରେ ପରିଣତ ହେବ । ଏହା ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବାଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଏହି ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଡିପ୍ରେସନ୍‌ରେ ପରିଣତ ହେବ ବୋଲି ଆଇଏମ୍‌ଡି ବା ଭାରତୀୟ ପାଣିପାଗ ସଂସ୍ଥା ସୂଚନା ଦେଇଛି । ୧୦ଟି ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଥିବା ବେଳେ ୯ ଟି ଜିଲ୍ଲାପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ରାଜ୍ୟର ଅଧିକାଶଂ ସ୍ଥାନରେ ବର୍ଷା ଲାଗି ରହିଛି । ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଦ କେନ୍ଦ୍ର୍ ପକ୍ଷରୁ ସୂଚନା ଦିଆଯାଇଛି । , ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,ଢେଙ୍କାନାଳ,ବୌଦ୍ଧ, କଟକ ,ଅନୁଗୁଳ ,ଜଗତସିଂହପୁର, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଜିଲ୍ଲାମାନଙ୍କ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

କଳାହାଣ୍ଡି, ଖୋର୍ଦ୍ଧା, ମାଲକାନଗିରି ,କୋରାପୁଟ କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ପୁରୀ ଏବଂ କନ୍ଧମାଳ, ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାମାନଙ୍କ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଶନିବାର ଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।