PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଆଜିଠୁ ବର୍ଷା କମିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଜାଗାରେ ପ୍ରବଳ ବର୍ଷା ହୋଇଛି । ଶୁକ୍ରବାର ମଧ୍ୟ ତୁହାକୁ ତୁହା ବର୍ଷା ହୋଇଛି ବିଭିନ୍ନ ସ୍ଥାନରେ । ଅନୁମାନ କରାଯାଉଛି, ଶନିବାରଠାରୁ ଲଘୁଚାପ ପ୍ରଭାବ କମିବା ସହ ବର୍ଷା ବି କ୍ରମଶଃ ହ୍ରାସ ପାଇବ । ତଥାପି କେତେକ ଜାଗାରେ ଭଲ ବର୍ଷା ହୋଇପାରେ । ଶୁକ୍ରବାର ସକାଳ ୮ଟା ୩୦ରୁ ଅପରାହ୍‌ଣ ସାଢ଼େ ୫ଟା ଭିତରେ କେନ୍ଦୁଝରରେ ୪୪, ସୋନପୁରରେ ୩୭, ବାରିପଦାରେ ୩୧ ମିମି ବର୍ଷା ହୋଇଥିବାବେଳେ ଅନେକ ଜାଗାରୁ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି ।

ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଶନିବାର ବର୍ଷା ପ୍ରକୋପ ସାମାନ୍ୟ କମିବ । ରାଜ୍ୟର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ ଲଗାଣ କିମ୍ବା ପ୍ରବଳ ବର୍ଷା ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ଲଘୁଚାପଜନିତ ବର୍ଷା ସତ୍ତେ୍ୱ ରାଜ୍ୟ ୧୬ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି ।