ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

୧୫ରୁ ପୁଣି ବର୍ଷା

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ତିନି ଦିନ ପରେ ପାଗ ପୁଣି ବଦଳିବ ପାଗ । ପଶ୍ଚିମା ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟକୁ ମେଘ ବାଦଲ ଘେରିବ । ୧୫ ଓ ୧୬ ତାରିଖରେ ବର୍ଷା କରାଇବ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ତା’ ପରେ ଉପକୂଳ ଓ କେନ୍ଦ୍ରୀୟ ଅଞ୍ଚଳରେ ବର୍ଷା ହୋଇପାରେ । ବର୍ଷା ଓ କୋହଲା ପାଗ ଯୋଗୁ ଦିନ ତାପମାତ୍ରା ବି ଖସିଯିବ । ଏଭଳି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।
ରବିବାରଠାରୁ ରାଜ୍ୟରେ ଆକାଶ ମେଘମୁକ୍ତ ଅଛି । ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା କମିଛି । ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ କେନ୍ଦୁଝର ୧୦, ଅନୁଗୁଳ ୧୦, ଦାରିଙ୍ଗିବାଡ଼ି ୧୦.୫, ଟିଟିଲାଗଡ଼ ୧୦.୫, ସମ୍ବଲପୁର ୧୦.୯, ବଲାଙ୍ଗିର ୧୧ ଡିଗ୍ରୀ ସେଲସିୟସ୍‌ ଥିଲା । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । ବାଲେଶ୍ୱର ୧୧.୫ ଥିବାବେଳେ କଟକ ୧୨.୮, ଭୁବନେଶ୍ୱର ୧୩.୪ ଡିଗ୍ରୀକୁ ଖସି ଆସିଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା ଦୁଇଦିନ ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ତା’ ପରବର୍ତ୍ତୀ ଦୁଇଦିନ ରାତି ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଇବ । ୧୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଡକ୍ଟର ସାହୁଙ୍କ କହିବାନୁଯାୟୀ ଓଡ଼ିଶା ଚଳିତବର୍ଷ ବାରମ୍ବାର ପଶ୍ଚିମା ପବନ ପ୍ରବାହିତ ହେଉଛି । ଏଥିଯୋଗୁ ଏଭଳି ଅଦିନିଆ ବର୍ଷା ହେଉଛି । ଆସନ୍ତା ୩ ଦିନ ପାଗ ଶୁଖିଲା ରହିବ । ମାତ୍ର ୧୫ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ବଲାଙ୍ଗିରରେ ହାଲ୍‌କା ବର୍ଷାରୁ ସ୍ପଳ୍ପ ସମ୍ଭାବନା ଅଛି । ଠାଏ ଠାଏ ଘଡ଼ଘଡ଼ି କିମ୍ବା କୁଆପଥର ବର୍ଷା ବି ହୋଇପାରେ । ଆସନ୍ତା ୧୬ ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବର୍ଷା ହୋଇପାରେ । ସମ୍ଭାବ୍ୟ ବର୍ଷା ଓ କୋହଲା ପାଗ ଯୋଗୁ ୧୬ ତାରିଖରେ ଦିନ ତାପମାତ୍ରା ମଧ୍ୟ ହ୍ରାସ ପାଇବ । ଥଣ୍ଡା ଅନୁଭୂତ ହେବ । ୧୭ ତାରିଖରୁ ପାଗ ପୁଣି ସୁଧୁରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.