PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସବୁ ମାଟିରେ ମିଶିଗଲା : ରାଜ କୁନ୍ଦ୍ରା ୫ ମାସରେ ପର୍ଣ୍ଣ ଭିଡିଓରୁ ରୋଜଗାର କରିଥିଲେ ୧.୧୭ କୋଟି, ୨୦୨୩ ସୁଦ୍ଧା ଲକ୍ଷ୍ୟ ଥିଲା ୩୪ କୋଟି

ମୁମ୍ବାଇ ୨୮।୭: ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ତଦନ୍ତ ଜାରି ରହିଛି। ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭୂମିକାକୁ ନେଇ ଲଗାତାର ପ୍ରଶ୍ନ ଉଠାଯାଉଛି। ତେବେ ପଚରାଉଚରା ପରେ ପୋଲିସ ତାଙ୍କୁ ଏପର୍ଯ୍ୟନ୍ତ କ୍ଲିନ୍ ଚିଟ୍ ଦେଇନାହିଁ। ସମସ୍ତ ସମ୍ଭାବ୍ୟ ଦିଗକୁ ପୋଲିସ ଅନୁସନ୍ଧାନ କରୁଛି। ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ବିଷୟରେ ଅନେକ ପ୍ରକାରର ଖବର ସାମ୍ନାକୁ ଆସିଛି। ତେବେ ଖବର ଆସିଛି ଯେ ଏହି ଭିଡିଓଗୁଡିକ ମାଧ୍ୟମରେ ସେ ୨୦୨୩ ପର୍ଯ୍ୟନ୍ତ ନିଜର ମୋଟା ଟାର୍ଗେଟକୁ ବି ପୂରା କରିବେ ବୋଲି ସ୍ଥିର କରିଥିଲେ।

ଅଶ୍ଳୀଳ ଭିଡିଓ ମାମଲାରେ ପୋଲିସ ରାଜ କୁନ୍ଦ୍ରାଙ୍କ ଘର ଓ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ କରିଥିଲା ​​ଯେଉଁଥିରେ ସେମାନେ ବହୁ ପରିମାଣର ଡାଟା ଜବତ କରିଛନ୍ତି। ପୋଲିସ ତାଙ୍କ ଘରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଅନେକ ଉପକରଣ ପାଇଛି, ଯାହା ସେମାନଙ୍କୁ ଏହି ମାମଲାର ସମାଧାନ କରିବାରେ ସାହାଯ୍ୟ କରିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ କୁନ୍ଦ୍ରା ଏହି ଭିଡିଓ ମାଧ୍ୟମରେ ବହୁତ ରୋଜଗାର କରୁଥିଲେ। ତେଣୁ ସେ ୨୦୨୩ ବର୍ଷ ପାଇଁ ମଧ୍ୟ ତାଙ୍କର ଇନ୍‌କମ୍‌ ଟାର୍ଗେଟ ମଧ୍ୟ ସ୍ଥିର କରିସାରିଥିଲେ। ଏହି ଆପ୍ସ ମାଧ୍ୟମରେ ୨୦୨୩ ସୁଦ୍ଧା ୩୪ କୋଟି ଟଙ୍କା ରୋଜଗାର କରିବା ତାଙ୍କର ଲକ୍ଷ୍ୟ ଥିଲା। ମାତ୍ର ସବୁ ସ୍ବପ୍ନ ସ୍ବପ୍ନରେ ହିଁ ମିଶିଗଲା।

ରାଜ କୁନ୍ଦ୍ରା ଏବଂ ତାଙ୍କ ସାଙ୍ଗରେ ମିଶିଥିବା ଲୋକ ଯେଉଁ ଆପ୍‌ ପାଇଁ କାମ କରୁଥିଲେ,ତାହା ପେଡ୍‌ ସବ୍ସକ୍ରାଇବର୍ସଙ୍କ ପାଇଁ ଥିଲା। ପୋଲିସର ସୂଚନାନୁସାରେ, ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ଅଗଷ୍ଟରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ହଟସଟ ଗ୍ରାହକଙ୍କ ଠାରୁ ୧.୧୭ କୋଟି ଟଙ୍କା ରୋଜଗାର କରିଥିଲେ। ଏହି ରୋଜଗାର ଆପଲ୍ ଆପ୍ ଷ୍ଟୋର୍‌ରୁ ଆସିଛି । ଡିସେମ୍ବର ୨୦୨୦ ସୁଦ୍ଧା, ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ମଧ୍ୟ ରହିଥିଲା, ଏଭଳି ପରିସ୍ଥିତିରେ ପୋଲିସ ଅନୁମାନ କରୁଛି ଯେ ସେମାନେ ମଧ୍ୟ ଏଥିରୁ ଭଲ ଅର୍ଥ ଉପାର୍ଜନ କରିଥାନ୍ତେ।

ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ କାନପୁରରେ ରାଜ କୁନ୍ଦ୍ରାଙ୍କ ଦୁଇଟି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଜବତ କରିବାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲା। ଏସବିଆଇ ଅଧିକାରୀମାନେ କହିଥିଲେ ଯେ ଏହି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା କରାଯାଇଥିଲା।