PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ରାଜ୍‌ଙ୍କୁ ମିଳୁନି ରାଜକୀୟ ସୁବିଧା : ୨୦୦ କଏଦୀଙ୍କ ସହ ରହୁଛନ୍ତି, ଖାଉଛନ୍ତି ଜେଲ୍ ଖାଦ୍ୟ…

ମୁମ୍ବାଇ ୩୧।୭ :  ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କ ଏବେ ଜେଲ୍‌ରେ ଦିନ କାଟୁଛନ୍ତି। ଜୁଲାଇ ୧୯ ରେ ମୁମ୍ବାଇ ଅପରାଧ ଶାଖା ଦ୍ୱାରା ଗିରଫ ହୋଇଥିବା କୁନ୍ଦ୍ରାଙ୍କୁ ଜୁଲାଇ ୨୭ ରେ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ ଏକ ରିପୋର୍ଟରେ କୁହାଯାଇଛି ଯେ, ରାଜ୍‌ଙ୍କୁ ଆର୍ଥର ରୋଡ୍ ଜେଲ୍ ମଧ୍ୟରେ କୌଣସି ସୁବିଧା ଦିଆଯାଉ ନାହିଁ। ଜେଲ୍ ସୂତ୍ରରୁ ପ୍ରକାଶ ଯେ କୁନ୍ଦ୍ରାଙ୍କୁ ଅନ୍ୟ କଏଦୀଙ୍କ ପରି ବ୍ୟବହାର କରାଯାଉଛି ଏବଂ ପ୍ରାୟ ୨୦୦ କଏଦୀଙ୍କ ସହ ସାଧାରଣ ବ୍ୟାରେକରେ ରଖାଯାଇଛି।

ଜୁଲାଇ ୨୭ ରେ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଆର୍ଥର ରୋଡ କାରାଗାରକୁ ପଠାଯିବା ପୂର୍ବରୁ ତାଙ୍କୁ ଜେଜେ ଡାକ୍ତରଖାନାକୁ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଇଥିଲା ଏବଂ ନେଗେଟିଭ୍ RT-PCR ରିପୋର୍ଟ ପାଇବା ପରେ ତାଙ୍କୁ ପଠାଯାଇଥିଲା। କୁନ୍ଦ୍ରା କୋଭିଡ୍-୧୯ ଭ୍ୟାକ୍ସିନର ଗୋଟିଏ ଡୋଜ୍ ନେଇଛନ୍ତି ଏବଂ ସେ ମେଡିକାଲରେ ଫିଟ୍ ଅଛନ୍ତି ବୋଲି ମୁମ୍ବାଇର କ୍ରାଇମ୍ ବ୍ରାଞ୍ଚ୍ ଅଧିକାରୀ କହିଛନ୍ତି।

ମହାରାଷ୍ଟ୍ରର ଜଣେ ଅଧିକାରୀ କହିଛନ୍ତି, ” କୁନ୍ଦ୍ରାଙ୍କୁ ଜେଲର ସର୍କଲ ନମ୍ବର ୬ ରେ ବ୍ୟାରେକ ନମ୍ବର ୪ ରେ ରଖାଯାଇଛି। ପ୍ରତ୍ୟେକ ବ୍ୟାରେକରେ ୨୦୦ ରୁ ଅଧିକ କଏଦୀ ଅଛନ୍ତି।  ୫୦ ଜଣ କଏଦୀଙ୍କ କ୍ଷମତା ଥିବା ଏହି ବ୍ୟାରେକରେ ବର୍ତ୍ତମାନ କୁନ୍ଦ୍ରାଙ୍କ ସମେତ ପ୍ରାୟ ୨୦୦ କଏଦୀ ରହିଛନ୍ତି।” କୁନ୍ଦ୍ରାଙ୍କ ସହ ଗିରଫ ହୋଇଥିବା କୁନ୍ଦ୍ରାଙ୍କ ଫାର୍ମର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କୁ ଅଲଗା ବ୍ୟାରେକରେ ରଖାଯାଇଛି ବୋଲି ଜେଲ୍ ଅଧିକାରୀମାନେ କହିଛନ୍ତି। ସେ ଆହୁରି କହିଛନ୍ତି, କୁନ୍ଦ୍ରାଙ୍କ ମଧ୍ୟ ସମାନ ଜଳଖିଆ ଦିଆଯାଉଛି ଯାହାକି ଅନ୍ୟମାନଙ୍କୁ ଦିଆଯାଉଛି । ସକାଳେ ଏକ ଗ୍ଲାସ୍ କ୍ଷୀର ଏବଂ କଦଳୀ । ପରେ, ମଧ୍ୟାନ୍ନ ଭୋଜନ ୧୧.୩୦ ରେ ଏବଂ ରାତ୍ରୀ ଭୋଜନ ୫ ଟାରେ । ଏଥିରେ ଚାପାତି, ଭେଜିଟେବଲ୍, ଗ୍ରେଭି ଏବଂ ରାଇସ୍ ରହିଥାଏ । ଯଦି କେହି ଅତିରିକ୍ତ ଆବଶ୍ୟକ କରନ୍ତି ତେବେ ସେ ଜେଲ କ୍ୟାଣ୍ଟିନରୁ ଯାଇ ଆଣି ପାରିବେ ।

ଅନ୍ୟପଟେ ଶିଳ୍ପା ସେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି । ୨୯ ମିଡିଆ ହାଉସ ବିରୋଧରେ କରିଥିବା ମାନହାନି ମକଦ୍ଦମାର ଶୁଣାଣି କରିଛନ୍ତି ବମ୍ୱେ ହାଇକୋର୍ଟ । ତେବେ ଶୁଣାଣି ସମୟରେ ମିଡିଆକୁ ଚୁପ ରହିବା ଘଟମାକୁ ମନା କରିଛନ୍ତି କୋର୍ଟ୍ । ବମ୍ୱେ ହାଇକୋର୍ଟ କହିଛନ୍ତି ଯଦି ଗଣମାଧ୍ୟମ ଖବର ପ୍ରସାରଣ କରୁଛି ତେବେ ଏହା ଭୁଲ ନୁହେଁ । ଏଥିରେ ଅସୁବିଧା ରହିଲା କେଉଁଠି । ତାଙ୍କ ଆଇନଜୀବୀଙ୍କୁ ତାଗିଦ କରି କୋର୍ଟ କହିଛନ୍ତି ଆପଣଙ୍କ ଏଜେଣ୍ଟଙ୍କ ସ୍ୱାମୀଙ୍କ ବିରୋଧରେ ବର୍ତ୍ତମାନ କେସ ଚାଲୁଛି । ତେଣୁ କୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରିବେନି । ଆପଣଙ୍କ କ୍ଲାଏଣ୍ଟ ଯେ କେହି ବି ହୁଅନ୍ତୁ ନାଁ ନାଁ କାହିଁକି ମାନବାନୀ ପାଇଁ ଗୋଟିଏ ନିୟମ ରହିଛି ।