ପ୍ରମୁଖ ଖବର
  • ନୀଳଗିରି : କୂଳଡିହା ଅଭୟାରଣ୍ୟରେ ଫୁଟିଲା ଗୁଳି, ଶିକାରୀ ଗୁଳିଲେ ଦୁଇ ବନ କର୍ମଚାରୀ ଗୁରୁତର
  • ||
  • ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ, ନବରଙ୍ଗପୁରର ଉମରକୋଟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ୨୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଘଡ଼ଘଡ଼ି ସହ ୩୦-୫୫ କିମି ପର୍ଯ୍ୟନ୍ତ ପବନ ଡର: ବୁଧବାର ଉପକୂଳ ଓ ଦକ୍ଷିଣରେ ବେଶି
  • ||
  • ଚିନ୍ତାମଣିଶ୍ୱର ହତ୍ୟାକାଣ୍ଡର ପର୍ଦ୍ଦଫାସ୍‌: ପିଙ୍କୁ ଓ ନିହାରିକାଙ୍କୁ ବାନ୍ଧିଲା ପୋଲିସ, ଅନ୍ୟ ୪ ଜଣଙ୍କୁ ଧରିବାକୁ ତନାଘନା
  • ||

ମୋବାଇଲ୍ ୟୁଜର୍ସଙ୍କ ଉପରେ ପ୍ରଥମରୁ ଥିଲା ରାଜ କୁନ୍ଦ୍ରାଙ୍କ ନଜର, ଭିଡିଓ ପୋଷ୍ଟ କରି ବ୍ୟବସାୟ ପାଇଁ ଦେଇଥିଲେ ପରାମର୍ଶ

ମୁମ୍ବାଇ ୨୪।୭: ପର୍ଣ୍ଣୋଗ୍ରାଫି ମାମଲାରେ ଫସି ରହିଥିବା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ମୁସ୍କିଲ କମିବାରେ ନାଁ ନେଉନି। ରାଜଙ୍କୁ ଜୁଲାଇ ୨୭ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ସେପଟେ ପୋଲିସ ଶୁକ୍ରବାର ଦିନ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରିଛି। ରାଜ କୁନ୍ଦ୍ରା ଗିରଫ ହେବା ପରଠାରୁ ତାଙ୍କର ଅନେକ ପୁରୁଣା ଭିଡିଓ ଏବଂ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବ୍ୟବସାୟ ସହ ଜଡିତ ପ୍ରଶ୍ନର ଉତ୍ତର ଦେଉଛନ୍ତି। ରାଜ କହିଛନ୍ତି ଯେ 'ଶୀଘ୍ର ଧନୀ ହେବା ପାଇଁ କୌଣସି ଫରମୁଲା ନାହିଁ' ଏହା ବ୍ୟତୀତ ପାଣ୍ଡେମିକ୍‌ରେ ଇନୋଭେସନର ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଲୋକଙ୍କୁ ଉତ୍ପାଦ ମାଧ୍ୟମରେ ଲୋକଙ୍କୁ ଫୋନ ସହ ସଂଯୋଗ କରିବାର ବିଚାର ରହିଛି।

ଭିଡିଓରେ ରାଜ କୁନ୍ଦ୍ରା କହିଛନ୍ତି ଯେ 'ଯେକୌଣସି ପ୍ରକାରର ଟେକ୍ନୋଲୋଜି, ଯାହା ସମସ୍ତଙ୍କୁ ଫୋନ୍ ଦେଖିବା ଏବଂ ଫୋନ୍ ବ୍ୟବହାର କରିବାକୁ ପ୍ରେରଣା ଯୋଗାଏ । ଯଦି ଆପଣ ସେମାନଙ୍କୁ ସେହି ପ୍ରଟକ୍ଟ ଦେଇ ପାରିବ… ମୁଁ ସବୁବେଳେ କୁହେ କି ଆପଣ ଆଜି ଯାହା ବି ବ୍ୟବସାୟ ଦେଖୁଛନ୍ତି ସେଥିରେ ଫୋନ୍ ଅନ୍ତର୍ଭୂକ୍ତ କରନ୍ତୁ।’

ରାଜ ଆହୁରି କହିଛନ୍ତି ଯେ 'ପାଣ୍ଡେମିକ୍-ପ୍ରୁଫର ଅର୍ଥ ମୋବାଇଲ୍ ଫୋନ୍ ବ୍ୟବହାର ଏବଂ ଏହାକୁ ସକାରାତ୍ମକ ଢ଼ଙ୍ଗରେ ବ୍ୟବହାର କରିବା। ଯାହା ଦ୍ବାରା ଆପଣଙ୍କର ପରବର୍ତ୍ତୀ ଆବିଷ୍କାର କହେ ‘ଆପଣ ଜାଣନ୍ତି, ମୁଁ ୩୦-୪୦-୫୦ ମିଲିଅନ୍‌ ୟୁଜର୍ସ ପାଇବାକୁ ଯାଉଛି । ଯେଉଁମାନେ ଫୋନ୍ ମାଧ୍ୟମରେ ମୋ ଉତ୍ପାଦ ସହିତ ସଂଯୁକ୍ତ ଅଟନ୍ତି । ଏଥିରେ ମୁଁ ଯାହା ବିକ୍ରି କରିବାକୁ ଚାହୁଁଛି ତାହାଦ୍ବାରା  ସାହାଯ୍ୟ କରିବ। ଆପଣ ଘରୁ କାମ କରିପାରିବେ। '

ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ହଟଶଟ ନାମକ ଏକ ଆପରେ ଷ୍ଟ୍ରିମିଂ କରିଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ରାଜ କୁନ୍ଦ୍ରାଙ୍କ ହ୍ବାଟସ୍ ଆପ୍ ଚାଟ୍ ପ୍ରକାଶ କରିଛି ଯେ ସେ ବ୍ୟାକଅପ୍ ଯୋଜନା ସହ ଥିଲେ ଏବଂ ନୂଆ ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.