PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ପର୍ନ ଫିଲ୍ମ ଓ ଭିଡିଓ ମାମଲା: ୧୨୧ ପର୍ନ ଭିଡିଓକୁ ୯ କୋଟିରେ ବିକି ଥାନ୍ତେ, ଅଶ୍ଲୀଳ ଫିଲ୍ମ ପ୍ରୋଜେକ୍ଟର ନାମ ଥିଲା ‘ଖ୍ବାବ୍’

ମୁମ୍ବାଇ: ପର୍ନୋଗ୍ରାଫିକ୍‌ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରିବା ଅଭିଯୋଗରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ନିକଟରେ ଗିରଫ ହୋଇଥିବାବେଳେ ମୁମ୍ବାଇ ପୁଲିସର ଟିମ୍‌ ଶୁକ୍ରବାର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଜୁହୁସ୍ଥିତ ବଙ୍ଗଳାରେ ତଦନ୍ତ ପାଇଁ ପହଞ୍ଚିଥିଲା । ଏହି ସମୟରେ ପୁଲିସ ନିଜ ସହ କୁନ୍ଦ୍ରାଙ୍କୁ ନେଇଥିବାବେଳେ ଦୀର୍ଘ ୪ ଘଣ୍ଟା ଧରି ସେଠାରେ ପତି-ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିଥିବା ଜଣାପଡ଼ିଛି । ସେହି ତଦନ୍ତରୁ ବିସ୍ଫୋରକ କଥା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ସ୍ୱାମୀଙ୍କ ସମସ୍ତ କଳା କାରନାମା ସଂପର୍କରେ ଶିଳ୍ପାଙ୍କୁ ଜଣାଥିଲା । ସେ କୁନ୍ଦ୍ରାଙ୍କ ଅନେକ କଂପାନିରେ ପାର୍ଟନର ଅଛନ୍ତି । ସେଥିମଧ୍ୟରେ ଆଡଲ୍ଟ କଂପାନି ‘କେନରିନ୍‌’ ସାମିଲ ।

କୁନ୍ଦ୍ରା ବହୁତ ଥର ଏହି ଆପ୍‌ ଦ୍ୱାରା ହେଉଥିବା ରୋଜଗାରରୁ ମୋଟା ଅଙ୍କର ଅର୍ଥ ଶିଳ୍ପାଙ୍କ ବ୍ୟାଙ୍କ୍‌ ଏକାଉଣ୍ଟରୁ ଉଠାଇଥିଲେ । ଅନେକ ଝିଅ ମଧ୍ୟ ନିଜ ବୟାନରେ କହିଛନ୍ତି ଯେ, ଏଭଳି ଫିଲ୍ମରେ ଅଭିନୟ ପୂର୍ବରୁ ସେମାନଙ୍କୁ ଶିଳ୍ପାଙ୍କ ସହ କଥା କରାଯାଇଥିଲା । ଏଭଳିସ୍ଥିତିରେ ଶିଳ୍ପା ଜାଣିଶୁଣି ସ୍ୱାମୀଙ୍କର ଭୁଲ୍‌ କାମ ସଂପର୍କରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ସେପଟେ କୁନ୍ଦ୍ରାଙ୍କୁ ଶୁକ୍ରବାର ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ତାଙ୍କୁ ଆଗାମୀ ୨୭ ତାରିଖ ଯାଏ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ଏହି ସମୟରେ ମୁମ୍ବାଇ ପୁଲିସ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଯେ, ଏହି ମାମଲା କେବଳ କିଛି ପର୍ନ ଫିଲ୍ମ ଯାଏ ସୀମିତ ନୁହେଁ । ଅଭିଯୁକ୍ତ ସଂଗଠିତ ଭାବେ ଏହି ର‌୍ୟାକେଟ୍‌କୁ ଚଳାଉଥିଲେ । କୁନ୍ଦ୍ରା ପର୍ନୋଗ୍ରାଫିରୁ ରୋଜଗାର କରୁଥିବା ଟଙ୍କାକୁ ଅନଲାଇନ୍‌ ବେଟିଂରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି ।

ସେଥିଲାଗି ତାଙ୍କ ୟେସ୍‌ ବ୍ୟାଙ୍କ୍‌ ଓ ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଆଫ୍ରିକା ଏକାଉଣ୍ଟ ସଂପର୍କରେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ସେହିପରି ତାଙ୍କ ହ୍ୱାଟସଆପ୍‌ ଚାଟ୍‌ରୁ ଜଣାପଡ଼ିଛି ଯେ, ୧୨୧ ପର୍ନ ଭିଡିଓକୁ ସେ ୯ କୋଟି ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲେ । ଏହା ଏକ ଅନ୍ତର୍ଜାତୀୟ ସ୍ତରର ଡିଲ୍‌ ଥିଲା ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ କୁନ୍ଦ୍ରା ନିଜ ଗିରଫଦାରି ବିରୋଧରେ ବମ୍ବେ
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିଜର ଗିରଫଦାରିକୁ ସେ ଅବୈଧ ବୋଲି ଦର୍ଶାଇଛନ୍ତି । ତାଙ୍କ ଅନୁସାରେ ପୁଲିସ ତାଙ୍କୁ ଧାରା ୪୧ଏ ଅନୁସାରେ ନୋଟିସ୍‌ ଦେଇନଥିଲା ।

ଭିଡିଓ ପିଛା ୩ ଲକ୍ଷ ଦର :
ସେହି ଇ-ମେଲ୍‌ରେ ପର୍ନ ଭିଡିଓ ପ୍ରସ୍ତୁତି ନେଇ ବିବରଣୀ ଦିଆଯିବା ପରେ କିଛି ସର୍ତ୍ତ କଥା କୁହାଯାଇଥିଲା । ସେ ଅନୁସାରେ ଯଦି ଭିଡିଓ ହଟସଟ୍‌ ଡିଜିଟାଲ ଟିମ୍‌କୁ ପସନ୍ଦ ହୁଏ ତା’ ହେଲେ ତାକୁ କିଣିନିଆଯିବ । ବଦଳରେ ୩ ଲକ୍ଷ ଟଙ୍କା ଦିଆଯିବ । ସୁଟିଂ ପୂର୍ବରୁ ଫିମେଲ୍‌ ଲିଡ୍‌ଙ୍କର ପୂରା ପ୍ରୋଫାଇଲ୍‌ ହଟସଟ୍‌ ଟିମ୍‌କୁ ପଠାଇବାକୁ ହେବ । ସେହି ଟିମ୍‌ର ଅନୁମତି ପରେ ଯାଇ ସୁଟିଂ କରାଯିବ । ଅଭିନେତ୍ରୀଙ୍କର ସୋସିଆଲ ମିଡିଆରେ ଦବ୍‌ଦବା ରହିବା ତଥା ସେ ସ୍ୱେଚ୍ଛାରେ ବୋଲ୍ଡ ସିନ୍‌ କରିବାକୁ ରାଜି ଥିବା ଦରକାର । ସେହିପରି କିଣାଯିବା ପରେ ଭିଡିଓର ସବୁ ଅଧିକାର
ହଟସଟ୍‌ ଡିଜିଟାଲ ନିକଟରେ ରହିବ ବୋଲି ସେଥିରେ ସର୍ତ୍ତ ରହିଥିଲା।

ଅଶ୍ଳୀଳ ଫିଲ୍ମ ପ୍ରୋଜେକ୍ଟର ନାମ ଥିଲା ‘ଖ୍ୱାବ୍‌’:

ଇତିମଧ୍ୟରେ କୁନ୍ଦ୍ରାଙ୍କର ଏକ ଇ-ମେଲ୍‌ ମଧ୍ୟ ଲିକ୍‌ ହୋଇଛି । ସେଥିରେ ତାଙ୍କର ‘ଡାର୍ଟି’ ଫିଲ୍ମ ମେକିଂର ପୂରା ନିୟମ କାନୁନ ଲେଖାଯାଇଛି । ଅଶ୍ଳୀଳ ଫିଲ୍ମର ଏହି କାରବାର ସହ ଜଡ଼ିତ ପ୍ରକଳ୍ପର ନାମ ‘ଖ୍ୱାବ୍‌’ ଦିଆଯାଇଥିଲା । ‘ହଟସଟ୍‌’ର କଣ୍ଟେଣ୍ଟ ହେଡ୍‌ଙ୍କ ପକ୍ଷରୁ ଗତବର୍ଷ ଅଗଷ୍ଟ ୧୪ ସନ୍ଧ୍ୟା ୫.୨୫ରେ ପାରସ ରାନ୍ଧୱା ଓ ଜ୍ୟୋତି ଠାକୁର ନାମକ ଦୁଇଜଣ ଲୋକଙ୍କୁ ଏକ ଇ-ମେଲ୍‌ ପଠାଯାଇଥିଲା । ସେଥିରେ ‘ପ୍ରୋଜେକ୍ଟ ଖ୍ୱାବ’କୁ ନେଇ ସଂପୂର୍ଣ୍ଣ ବିବରଣୀ ଦିଆଯାଇଥିଲା । ଅଶ୍ଳୀଳ ଫିଲ୍ମର ସୁଟିଂ କେମିତି ହେବ? କ୍ୟାମେରା କେଉଁ ଦିଗରେ ରହିବ, ଅଭିନେତ୍ରୀଙ୍କ ପ୍ରୋଫାଇଲ୍‌ କେମିତି ହେବ, ଲାଇଭ୍‌ ଷ୍ଟ୍ରିମିଂ କରୁଥିବା କଳାକାରଙ୍କୁ କେମିତି ଅଧିକରୁ ଅଧିକ ଦେଖାଯାଇପାରିବ, ସୋସିଆଲ ମିଡିଆରେ ବୋଲ୍ଡ ଟିଜର, ପୋଷ୍ଟର କିଭଳି ରହିବ ସେସବୁ ସଂପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା । ଓଟିଟି ପ୍ଲାଟଫର୍ମରେ ସବସ୍କ୍ରାଇବର ବୃଦ୍ଧି କରିବାକୁ ନେଇ ମଧ୍ୟ ଏଥିରେ ତଥ୍ୟ ଦିଆଯାଇଥିଲା

ସମ୍ବନ୍ଧିତ ଖବର