ରାଜ୍ ଠାକରେ ହେବେ କଂଗ୍ରେସ-ଏନସିପି ମେଣ୍ଟର ଷ୍ଟାର ପ୍ରଚାରକ

ମୁମ୍ବାଇ ୮।୪: କୁହାଯାଏ କି ରାଜନୀତି ସମ୍ଭାବ୍ୟତାର ଖେଳ। ଏହି କଥା ପୁଣି ଥରେ ସତ ହୋଇଛି ଯେତେ​‌ବେଳେ ମହାରା​‌ଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେଙ୍କୁ କଂଗ୍ରେସ ଓ ଏନସିପି ମେଣ୍ଟର ଷ୍ଟାର ପ୍ରଚାରକ ବନାଯାଇଛି। ମୁଖ୍ୟ କଥା ହେଲା ୨୦୧୯ରେ ଲୋକସଭା ନିର୍ବାଚନରେ ଏମଏନଏସ୍ କୈାଣସି ପ୍ରାର୍ଥୀ ଦେଇନାହିଁ। ଏବେ ଦଳର କେହି ବି ବିଧାୟକ ବିଧାନସଭା​‌ରେ ନାହାନ୍ତି। ବିଏମସିରେ ଜଣେ ମାତ୍ର କର୍ପୋରେଟର ଅଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ ଠାକରେ କଂଗ୍ରେସ- ଏନସିପି ମେଣ୍ଟକୁ ସମର୍ଥନର ହାତ ବଢ଼ାଇଛନ୍ତି।

ସେ ଦକ୍ଷିଣ ମୁମ୍ବାଇରୁ କଂଗ୍ରେସର ପ୍ରାର୍ଥୀ ମିଲିନ୍ଦ ଦେଓ୍ବଡ଼ାଙ୍କୁ ସମର୍ଥନ କରି ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଠିକ ସେହିପରି ରାଜ୍ ଠାକରେ ଉତ୍ତର କେନ୍ଦ୍ର ମୁମ୍ବାଇରୁ ପ୍ରିୟା ଦତ୍ତ, ଉତ୍ତର ମୁମ୍ବାଇରୁ କଂଗ୍ରେସରୁ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡରକର ଓ ଉତ୍ତର ପୂର୍ବ ମୁମ୍ବାଇ ଆସନରୁ ସଂଜୟ ଦୀନ ପାଟିଲଙ୍କ ପାଇଁ ମଧ୍ୟ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ ଘୋଷଣା କରିଥିଲେ ଯେ ତାଙ୍କ ଦଳ ଏଥର ଲୋକସଭା ନିର୍ବାଚନ ଲଢ଼ିବ ନାହିଁ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି