PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଫିଲ୍ମ ଜଗତରେ ଶୋକର ଛାୟା,କଥକ ଗୁରୁ ଓ ଅଭିନେତା ବୀରୁ କୃଷ୍ଣନଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ଅଭିନେତା ଓ କଥକ ଗୁରୁ ବୀରୁ କୃଷ୍ଣନଙ୍କ ଶନିବାର ସନ୍ଧ୍ୟାରେ ହୋଇଛି ପରଲୋକ। ରାଜା ହିନ୍ଦୁସ୍ତାନୀ, ଇସ୍କ ଓ ଅକେଲେ ହମ୍ ଅକେଲ ତୁମ୍ ଭଳି ହିଟ୍ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି। ଏହାଛଡା ସେ ଦୀର୍ଘ ବର୍ଷ ଧରି କଥକ ଗୁରୁ ମଧ୍ୟ ଥିଲେ। ବୀରୁଙ୍କ ପରଲୋକଙ୍କ ସମ୍ପର୍କରେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ନିଜର ଟ୍ବିଟର ଆକାଉଣ୍ଟ ଯୋଗେ ସୂଚନା ଦେଇଛନ୍ତି। ଆଥିୟାଙ୍କ ପରେ ପ୍ରିୟଙ୍କା ଚୋପ୍ରା, କରନବୀର ବୋହରା ଓ ଲାରା ଦତ୍ତ ମଧ୍ୟ ଟ୍ବିଟ କରି ବୀରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବୀରୁ ବଲିଉଡର ବହୁ ସୁପରଷ୍ଟାରଙ୍କୁ ନୃତ୍ୟ ଶିଖାଇଛନ୍ତି। ବୀରୁଙ୍କ ପରଲୋକ ଖବର ଜାଣି ପ୍ରିୟଙ୍କା କହିଛନ୍ତି, ଆପଣ ମୋତେ ଡ୍ୟାନ୍ସ କରିବା ଶିଖାଇଥିଲେ। ଆପଣଙ୍କ ଭିତରେ ଡ୍ୟାନ୍ସ ପାଇଁ ଏତେ ଧର୍ଯ୍ୟ  ଓ ଭଲପାଇବା ରହିଥିଲା ତାହା ଦ୍ବାରା ଆମେମାନେ ଆପଣଙ୍କ ଠାରୁ ବହୁତ କିଛି ଶିଖିପାରିଲୁ। ଗୁରୁଜୀ ଆପଣ ସବୁବେଳ ପାଇଁ ମନେରହିବେ।

ଆଥିୟା ସେଟ୍ଟୀ ବୀରୁଙ୍କୁ କଠିନ ପରିଶ୍ରମ, ଅନୁଶାସିନ ଓ କଥକ ଶିଖାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

କରନବୀର ବୋହରା ବୀରଙ୍କ ଶ୍ରଦ୍ଧାଞ୍ଜଳି ଦେଇ ଟ୍ବିଟ୍ କରିଛନ୍ତି, ମୋତେ ଏହା ଶୁଣି ଦୁଃଖ ଲାଗିଲା ଆମର ପ୍ରିୟ ଗୁରୁଜୀ ପଣ୍ଡିତ ଗୁରୁ କୃଷ୍ଣନ ଛାଡିକି ଆରପାରିକୁ ଚାଲିଗଲେ। ତାଙ୍କ ଭଳି ଗୁରୁ ମିଳିବା ଖୁବ୍ କଷ୍ଟକର। ଆମେ ତାଙ୍କଠାରୁ ବହୁତ କିଛି ଶିଖିଛୁ। ଫିଲ୍ମ ଇଣ୍ଡଷ୍ଟ୍ରୀର ଏହା ହେଉଛି ବହୁତ ବଡ କ୍ଷତି। ମୁଁ ଓ ତିଜେ ଗୁରୁଜୀଙ୍କ ବହୁତ ନିକଟତର ଥିଲୁ। ତାଙ୍କୁ କେବଳ ଗୁରୁଜୀ କହି ଡାକୁଥିଲୁ। ମୁଁ ତାଙ୍କୁ ୨ ସପ୍ତାହ ପୂର୍ବେ ଦେଖା କରିଥିଲି। ସେ ଆମର ମା’ ଭଳି ଥିଲେ। ମୁଁ ତାଙ୍କଠାରୁ ୪ବର୍ଷ କଥକ ଶିଖିଛି। ଡ୍ୟାନ୍ସ ବ୍ୟତୀତ ଆମକୁ ସେ ବଞ୍ଚିବାର ବାଟ ଦେଖାଇଥିଲେ। ମୋତେ ଭରସା ହେଉନି ସେ ଏବେ ଆଉ ଏ ଦୁନିଆରେ ନାହାନ୍ତି।

ଲାରା ଦତ୍ତ ଟ୍ବିଟ୍ କରିଛନ୍ତି, ଏହା ବହୁତ ଦୁଃଖର କଥା। ଗୁରୁଜୀଙ୍କ ପରିବାର ପାଇଁ ପ୍ରାର୍ଥନା ଓ ସମବେଦନା ଜଣାଉଛି।’

ସମ୍ବନ୍ଧିତ ଖବର