ଡିଜିଟାଲ୍‌ ରୂପରେ ଆସିବ ‘ରଜର ରାଜକୁମାରୀ ସିଜନ୍‌-୩’

ଭୁବନେଶ୍ୱର ୨୧/୫: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ହୋଇଛି ‘ରଜର ରାଜକୁମାରୀ ସିଜନ-୩’ର ରୂପ। ନୂଆ ସିଜନ୍‌ରେ ପ୍ରତିଯୋଗିତା, ବିଚାର ପଦ୍ଧତି ଓ ପୁରସ୍କାର ରାଶି ବି ସମାନ ରହିବ, ମାତ୍ର ବଦଳିବ ପ୍ଲାଟ୍‌ଫର୍ମ । ଲାଇଭ୍‌ ବଦଳରେ ଏଥର ଡିଜିଟାଲ୍‌ ରୂପରେ ଆସିବ ରଜର ରାଜକୁମାରୀ ।

ଏଥିରେ ଭାଗନେବାକୁ ଚାହୁଁଥିବା ପ୍ରତିଯୋଗୀ ଟିକ୍‌ଟକ୍‌ ମାଧ୍ୟମରେ ନିଜର ପ୍ରତିଭାକୁ ପଠାଇ ପାରିବେ । ବିଚାରକଙ୍କ ନମ୍ବର ଓ ଦର୍ଶକଙ୍କ ମତାମତକୁ ନେଇ ହେବ ପ୍ରତିଯୋଗୀଙ୍କ ଭାଗ୍ୟ ପରୀକ୍ଷା । ତେଣୁ ଏ ପ୍ରକ୍ରିୟାରେ ସାମିଲ ହେବାକୁ ଚାହୁଁଥିବା ପ୍ରତିଯୋଗୀ ଡେରି ନକରି ଟିକ୍‌ଟକ୍‌ ଭିଡିଓ ପଠାନ୍ତୁ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଜୁନିୟର ଗ୍ରୁପ୍‌ର ବୟସ ସୀମା ୪ରୁ ୧୧ବର୍ଷ ଥିବାବେଳେ ସିନିୟର ଗ୍ରୁପ୍‌ ପାଇଁ ବୟସ ସୀମା ରହିଛି ୧୨ରୁ ୨୪ ବର୍ଷ । ପ୍ରତିଯୋଗୀମାନେ ନିଜ ଟିକ୍‌ଟକ୍‌ ଭିଡିଓ ସହିତ ନାମ, ବୟସ ପ୍ରମାଣପତ୍ର ମୋବାଇଲ୍‌ ନମ୍ବର ୯୯୩୮୯୧୫୨୫୫ ରେ ଜୁନ ୫ ସୁଦ୍ଧା ପଠାଇବାକୁ ଅନୁରୋଧ କରାଯାଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା, ଅନ୍ୟ ଦୁଇ ଜଣ ଗୁରୁତର

ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ୍

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ମାଲବାହୀ ଟ୍ରକ- କାର୍ ମୁହାଁମୁହିଁ ଧକ୍କା, ‌ ଡ୍ରାଇଭର ଓ ଯାତ୍ରୀ ଆହତ