ଯୁବତୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ଝିଅର ପରିବାର ଲୋକ ଅଭିଯୁକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିବା ପରେ ମଳ ଖୁଆଇଲେ

ଧୌଲପୁର,୨୯।୧୧: ରାଜସ୍ଥାନର ଧୌଲପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି।  ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଯୁବକଙ୍କୁ ପରିବାର ଲୋକ ନିସ୍ତୁକ ମାଡ ପରେ ତାଙ୍କୁ ମଳ ଖୁଆଇଥିଲେ। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏ ନେଇ ପୋଲିସ ଦୁଇଟି ମାମଲା ରୁଜୁ କରିଛି। ଯୁବତୀଙ୍କୁ ଅସଦାଚରଣ ମାମଲାରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି। ଦ୍ବିତୀୟଟି ଯୁବକୁ ମାଡ ମାରିବା ଏବଂ ମଳ ଖୁଆଇବା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସର ସୂଚନା ଅନୁସା​‌ରେ, ଯୁବତୀଙ୍କୁ ଅସଦାଚରଣ ମାମଲାରେ ଯୁବକଙ୍କୁ ମାରପିଟ୍ କରିବା ଅଭିଯୋଗରେ ଅନ୍ୟ ୭ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ, ଆଗକୁ ତଦନ୍ତ ଜାରି ରହିଛି, ତାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଅଭିଯୁକ୍ତ ହାତ ଯୋଡି ଲୋକଙ୍କ ସାମନାରେ ବସିଛି। ଏଠାରେ ଲୋକମାନେ ତାଙ୍କୁ ଗାଳି ଦେବା ସହିତ ମାଡ ମାରିଥିଲେ ଓ ମଳ ଖୁଆଇବାକୁ ବାଧ୍ୟ କରିଥିଲେ।

ସେଭଳି ଏହି ମାମଲାରେ ପୋଲିସର ପ୍ରତିକିୟା ଆସିଛି। ବସେଡି ଥାନାର ଏସଏସଓ ବାନେ ସିଂ କହିଛନ୍ତି, କାଲି ସନ୍ଧ୍ୟାରେ ଦୀପକ କୁମାର ପରିବାର ଲୋକ ବସେଡି ଥାନାକୁ ଆସି ରିପୋର୍ଟ ଦାଖଲ କରିଛନ୍ତି, ଯାହା ଅନୁସାରେ କେହି ୨୫ ତାରିଖ ରାତିରେ ଦୀପକଙ୍କୁ ଫୋନ କରି ଏକ ସ୍ଥାନକୁ ଡକାଇତିଲେ। ଯେତେବେଳେ ସେ ପହଁଞ୍ଚିଥିଲେ ତେବେ ୭-୮ ଜଣ ଲୋକ ତାଙ୍କୁ ଅତି ନିର୍ମମ ଭାବରେ ମାଡ ମାରିଥିଲେ ଓ ଏହା ସହିତ ଆହୁରି ମଧ୍ୟ ଆମାନବୀୟ ବ୍ୟବହାର କରିଥିଲେ। ଏହା ଉପରେ ତୁରନ୍ତ ରିପୋର୍ଟ ରୁଜୁ କରାଯାଇଛି, ଯାହା ଅନୁସାରେ କେହି ୨୫ ତାରିଖ ରାତିରେ ଦୀପକଙ୍କୁ ଫୋନ୍ କରି ଗୋଟିଏ ସ୍ଥାନକୁ ଡକାଇଥିଲେ। ଯେତେବେଳେ ସେ ପହଁଞ୍ଚିଥିଲେ- ସେଠାରେ ୭ ରୁ ୮ ଜଣ ଲୋକ ଅତି ନିର୍ମମ ଭାବରେ ମାଡ ମାରିଥିଲେ ଓ ତାଙ୍କୁ ଅମାନବୀୟ ବ୍ୟବହାର କରିଥିଲେ। ଏହାପରେ ତୁରନ୍ତ ମାମଲା ରୁଜୁ କରାଯାଇଥିଲା ଓ ଅଭିଯୁକ୍ତଙ୍କର ତଲାସୀ ନିଆଯାଉଛି।