ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଦେଶର ବିକାଶ ପାଇଁ କ୍ଷମତାର ପରିବର୍ତ୍ତନ ଆଣନ୍ତୁ: ସଚିନ ପାଇଲଟ

ବାଲେଶ୍ୱର  (ଆଲୋକ କୁମାର ବାରିକ) ୧୮/୫: ଦଶ ବର୍ଷ ଧରି ବିଜେପି କେନ୍ଦ୍ରରେ କ୍ଷମତାରେ ଅଛି। ପୂର୍ବଭଳି ଦେଶରେ ସେମିତି କିଛି ଆଶାନୁରୂପ ବିକାଶ ହୋଇନି। ଦେଶରେ ବିକାଶ ସହ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ ଏଥର କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି ବାଲେଶ୍ୱର ସହରର ମିଶନ ପଡ଼ିଆରେ ଅନୁଷ୍ଠିତ କଂଗ୍ରେସ ସାଧାରଣ ସଭାରେ ଉଦବୋଧନ ଦେଇ ଏଭଳି କହିଲେ ରାଜସ୍ଥାନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ। 

ଶନିବାର ମଧ୍ୟାହ୍ନରେ ମିଶନ ପଡ଼ିଆରେ ଅନୁଷ୍ଠିତ ଜନସଭାରେ ଶ୍ରୀ ପାଇଲଟ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଥିଲେ। ସେ କହିଥିଲେ ନିର୍ବାଚନ ଆସିଲେ ଓଡିଶା କଥା କେନ୍ଦ୍ର ନେତାଙ୍କର ମନେ ପଡ଼େ। ସେମାନେ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି। ବିଜେଡି ନେତା ମଧ୍ୟ ସମାନ କଥା କହନ୍ତି। ଓଡ଼ିଶାରେ ବିଜେପି- ବିଜେଡି ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି। ଏହି ନିର୍ବାଚନରେ ଆପଣମାନେ ଯାହାକୁ ଭୋଟ ଦେବେ ତାହା ବିଜେପି ଖାତାକୁ ଯିବ। ଏହି କଥା ଭୋଟରମାନେ ଜାଣିବା ଜରୁରୀ। ରାଜ୍ୟରେ ବିକାଶ ଚାହୁଁଥିଲେ କଂଗ୍ରେସଙ୍କୁ ଭୋଟ ଦିଅନ୍ତୁ ବୋଲି ସେ କହିଥିଲେ। କେନ୍ଦ୍ରରେ ବିଜେପି ସରକାର ବିଭିନ୍ନ ପ୍ରକାର ମିଛ ପ୍ରତିଶ୍ରୁତି ଦେଇଛି। ଏହାର ପରିଣାମ ନିର୍ବାଚନ ସରିଥିବା ବିଭିନ୍ନ ରାଜ୍ୟରେ ପ୍ରତିଫଳିତ ହୋଇଛି। ଯାହାର ପ୍ରଭାବ ଏବେ ବିଜେପି ନେତାଙ୍କ ଭାଷଣରେ ଦେଖିବାକୁ ମିଳିଛି। କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବ ବୋଲି ସେମାନେ କହି ବୁଲୁଛନ୍ତି। ସେମାନଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ବୋଲି ସେ କହିଥିଲେ। 


କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଘରର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୧ ଲକ୍ଷ ଟଙ୍କା ଯିବ। ଏହା ବ୍ୟତୀତ ବିଭିନ୍ନ ଜଣ କଲ୍ୟାଣକାରୀ ଯୋଜନା ହାତକୁ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।  ଜିଲ୍ଲା ସଭାପତି ସଞ୍ଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ବାଲେଶ୍ୱର ସଦର ବିଧାୟିକା ପ୍ରାର୍ଥୀ ମୋନାଲିସା ସାମଲ, ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


  • PrameyaOdia
  • prameya
  • General Election 2024
  • Odisha election 2024
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.