ୟୁନିଫର୍ମରେ ପ୍ରି-ଓ୍ବେଡି ଭିଡିଓ ସୁଟ୍ କରିବା ମହଙ୍ଗା ପଡିଲା ଏହି ପୋଲିସ ଅଧିକାରୀଙ୍କୁ,ଏବେ ଆଇଜିଙ୍କ ଠାରୁ ମିଳିଲା ଏଭଳି ନୋଟିସ୍

ଜୟପୁର,୨୭।୮: ଆଜିକାଲି ଯୁବପୀଢିଙ୍କ ଭିତରେ ପ୍ରି ଓ୍ବେଡିଂର କ୍ରେଜ ବଢିବାରେ ଲାଗିଛି। ଯଦିଓ ପୂର୍ବରୁ ବଡ ବଡ ସହରରେ ଏହାକୁ ନେଇ ଲୋକଙ୍କ ଭିତରେ ଖୁବ୍ ଉତ୍ସାହ ରହୁଥିଲା, କିନ୍ତୁ ଏବେ ଛୋଟ ସହରରେ ମଧ୍ୟ ଏହାକୁ ପସନ୍ଦ କରିପାରେ ଲାଗିଲେଣି। କିନ୍ତୁ ଏହି ପ୍ରି-ଓ୍ବେଡିଂ ସୁଟ୍ କରିବା ଏବେ ଜଣେ ପୋଲିସ ଅଧିକାରୀଙ୍କ ପାଇଁ ଡାକିଆଣିଛି ବିପଦ। ରାଜସ୍ଥାନର ଜଣେ ପୋଲିସ ଅଧିକାରୀ ଜଣକବ ନିଜର ବିବାହ ପାଇଁ ପ୍ରି-ଓ୍ବେଡିଂ ଭିଡିଓ ସୁଟ୍ କରିଥିଲେ। ସବୁଠାରୁ ବଡ କଥା ହେଲା ସେ ୟୁନିଫର୍ମରେ ଥାଇ ମଧ୍ୟ ନିଜର ଭାବି ପତ୍ନୀଙ୍କ ସହିତ ଏହି ଭିଡିଓ ସୁଟ୍ କରିଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ବାବୁ ଜଣଙ୍କୁ ଏବେ ବିଭାଗର ଉପରିସ୍ଥ ଅଧିକାରୀଙ୍କ ଠାରୁ ନୋଟିସ୍ ଜାରି କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଘଟଣା ସମ୍ପର୍କରେ ଜଣାପଡିବା ପରେ ଆଇଜି(ଇନ୍ସପେକ୍ଟର ଜେନେରାଲ)ଙ୍କ ପକ୍ଷରୁ ଏହି ପୋଲିସ  ଅଧିକାରୀଙ୍କୁ ନୋଟିସ୍ ଜାରି କରାଯାଇଛି। ସେ ୟୁନିଫର୍ମରେ ଥିବା ବେଳେ ଏଭଳି ଭିଡିଓ ସୁଟ୍ କରିବା ବେଆଇନ୍ ବୋଲି କୁହାଯିବା ସହ ତାଙ୍କୁ ଶିଷ୍ଟାଚାର ରଖିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ, ଏହି ପୋଲିସ ଅଧିକାରୀ ଜଣକ ରାଜସ୍ଥାନର ଚିତୋଡଗଡ ଜିଲ୍ଲା ମଣ୍ଡଫିୟା ଥାନାର ଇନ୍ସପେକ୍ଟର ଧନପତ ବୋଲି ଜଣାପଡିଛି। ସେ ନିଜର ପ୍ରି-ଓ୍ବେଡିଂ ଭିଡିଓ ସୁଟ୍ କରି ଏହାକୁ ୟୁଟ୍ୟୁବରେ ଅପଲୋଡ୍ କରିଥିଲେ।

ଭିଡିଓରେ ତାଙ୍କୁ ୟୁନିଫର୍ମ ଦେଖିବାକୁ ମିଳୁଥିବା ବେଳେ ଝିଅଟିଏ ସ୍କୁଟିରେ ବିନା ହେଲମେଟରେ ଯାଉଥିବା ବେଳେ ତାଙ୍କୁ ଯେତେବେଳେ ସେ ଧରନ୍ତି, ଝିଅଟି ତାଙ୍କୁ କ୍ଷମା ମାଗେ। ଏହା ସହିତ ଝିଅଟି ପୋଲିସକୁ ଟଙ୍କା ଦିଏ ଓ ପୋଲିସ ମଧ୍ୟ ଟଙ୍କା ନେଇଯାଏ। ଏହାପରେ ଦେଖିବାକୁ ମିଳେ ଝିଅଟି ପୋଲିସ ବାବୁ ପକେଟରୁ କିଭଳି ପର୍ସ କାଢି ନିଅନ୍ତି। ଝିଅଟି ପର୍ସ ଦେବା ବାହାନାରେ ପୋଲିସ ବାବୁ ଜଣଙ୍କୁ ଦ୍ବିତୀୟ ଥର ସାକ୍ଷାତ କରନ୍ତି, ଆଉ ଏହାପରେ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଯାଏ ପ୍ରେମ।

ଦୁହିଁଙ୍କର ଏହି ପ୍ରି-ଓ୍ବେଡିଂ ଭିଡିଓ ଖୁବ୍ ସୁନ୍ଦର ଭାବରେ ସୁଟ୍ କରାଯାଇଥିଲେ ମଧ୍ୟ ପୋଲିସ ଅଧିକାରୀ ଜଣକ ଏବେ ବିବାଦକୁ ଟାଣି ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଅପଲୋଡ ହେବାପରେ ପୋଲିସ ବିଭାଗ ପକ୍ଷରୁ   ନୋଟିସ୍ ଜାରି କରାଯାଇଛି। ବିଭାଗର କହିବା ଅନୁଦାରେ ଏଭଳି କରିବା ଫଳରେ ପୋଲିସର ନକାରତ୍ମକ ଛବି ତିଆରି ହେଉଛି।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…