ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର କରିପାରିବେନି ପୋଲିସବାବୁ

ଜୟପୁର ୪/୯: ରାଜସ୍ଥାନରେ ଏବେ ଡ୍ଯୁଟି ସମୟରେ ପୋଲିସ କର୍ମଚାରୀ ନିଜ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ । ପୋଲିସବାବୁମାନେ ଡ୍ୟୁଟି ଆରମ୍ଭ କରିବା ପୂର୍ବରୁ ନିଜ ପ୍ରଭାରୀ ପାଖରେ ନିଜ ମୋବାଇଲ୍ ଫୋନ୍ ଜମାକରିବେ । ଏହି ଆଦେଶ ଡିଜିପି ଲ ଆଣ୍ଡ ଅର୍ଡର ଏମଏଲଏ ଲାଠର ଦ୍ୱାରା ଜାରି କରାଯାଇଛି ।

ଏହି ନିୟମ ପରେ ଏବେ ପ୍ରଦେଶରେ ଡ୍ୟୁଟି ସମୟରେ କୌଣସି ବି ପୋଲିସ କର୍ମୀ ନିଜ ଫୋନକୁ ବ୍ୟବହାର କରିପାରିବେ ନାହିଁ । ଡିଜିପିଙ୍କ ଦ୍ୱାରା ଏହି ଆଦେଶ ରାଜ୍ଯର ଆଇନ୍ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଗ୍ରହଣ କରାଯାଇଛି । ପୂର୍ବରୁ ଅନେକ ଥର ପୋଲିସ ବାବୁମାନେ ଡ୍ୟୁଟି ସମୟରେ ମୋବାଇଲ୍ ଚଲାଉଥିବା ନଜର ଆସୁଥିଲେ କିମ୍ବା ହ୍ୱାଟ୍ସଆପରେ ଚାଟିଂ କରୁଥିବା ନଜର ଆସୁଥିଲେ । ଏଥିପାଇଁ ଆଇନ୍ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ପରେ ଏବେ ପୋଲିସ କର୍ମୀ ବିଆଇପି ମୁଭମେଣ୍ଟ, ଧାରଣା ପ୍ରଦର୍ଶନ ସମୟରେ ମଧ୍ୟ ନିଜ ମୋବାଇଲ୍ ଫୋନର ପ୍ରୟୋଦ କରିପାରିବେ ନାହିଁ । ପୋଲିସକର୍ମୀଙ୍କ ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଯୋଗୁଁ ଆଇନ୍ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ