ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ରାଜସ୍ଥାନ ରାଜନୀତିରେ ହଲଚଲ୍: ବସୁନ୍ଧରା ରାଜେଙ୍କୁ ଛାଡି ଦିଲ୍ଲୀ ଗଲେ ବିଜେପିର ସମସ୍ତ ବରିଷ୍ଠ ନେତା...

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଆଜି (ଶୁକ୍ରବାର) ରାଜସ୍ଥାନ ବିଜେପିର ସମସ୍ତ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି । ଏହାକୁ ନେଇ ରାଜସ୍ଥାନରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ଜେପି ନଡାଙ୍କୁ ଭେଟିବାକୁ ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ, ବିଧାୟକ ଦଳ ନେତା ଗୁଲାବଚନ୍ଦ କଟାରିଆ, ଏବଂ ରାଜେନ୍ଦ୍ର ରାଠୋର ଦିଲ୍ଲୀ ପହଞ୍ଚିଛନ୍ତି । ସବୁଠୁବଡ କଥା ହେଉଛି ରାଜସ୍ଥାନ ରାଜନୀତି ସହ ଜଡିତ ଏହି ବୈଠକକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଡକାଯାଇନାହିଁ । ହଠାତ୍ ଜେପି ନାଡାଙ୍କର ଏହି ନେତାଙ୍କ ଡାକରାକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି । ଶେଷ ଥର ପାଇଁ ଯେତେବେଳେ ଏହି ଲୋକମାନେ ସାକ୍ଷାତ କରିବାକୁ ଯାଇଥିଲେ, ରାଜସ୍ଥାନରେ କଂଗ୍ରେସର ରାଜନୈତିକ ସଙ୍କଟ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ପୁଣି ଥରେ ସାକ୍ଷାତ କରିବାକୁ ଯାଇଛନ୍ତି, ତେବେ ସାଧାରଣ ଲୋକମାନେ ଆଲୋଚନା ଆରମ୍ଭ କରିଛନ୍ତି ଯେ ଜେପି ନାଡା ରାଜସ୍ଥାନର ଏହି ତିନିଜଣ ବରିଷ୍ଠ ନେତାଙ୍କୁ କାହିଁକି ଦିଲ୍ଲୀ ଡାକିଛନ୍ତି ? କୁହାଯାଉଛି ଯେ ଜେପି ନାଡାଙ୍କ ସହ ଏହି ସାକ୍ଷାତ ପରେ ରାଜ୍ୟ ରାଜନୀତିରେ କୌଣସି ବଡ ପରିବର୍ତ୍ତନ ହୋଇପାରେ । ତେବେ ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ଯେ ଏହା ଏକ ସାଧାରଣ ବୈଠକ ଏବଂ ରାଜସ୍ଥାନରେ ବିଧାନସଭା ପାଇଁ ତିନିଟି ଉପ-ନିର୍ବାଚନ ଅନୁଷ୍ଠିତ ହେବଏହାର ପ୍ରସ୍ତୁତି ସମ୍ପର୍କରେ ଏହି ବୈଠକ ଡକାଯାଇଛି । କିନ୍ତୁ ଏହି ବୈଠକରେ ବସୁନ୍ଧରା ରାଜେଙ୍କୁ ଡକାଯାଇନଥିବା ସ୍ପଷ୍ଟ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଜସ୍ଥାନ ବିଜେପି ରାଜନୀତିରେ ବସୁନ୍ଧରା ରାଜେଙ୍କ ଦିନ ଅନ୍ତ ହୋଇଛି ।

ନିକଟରେ ବସୁନ୍ଧରା ରାଜେଙ୍କ ବିରୋଧୀ ନେତା ଘନଶ୍ୟାମ ତିୱାରୀ ବିଜେପିକୁ ଫେରିଥିଲେ । ବସୁନ୍ଧରା ରାଜେଙ୍କ ବିରୋଧ ଯୋଗୁଁ ଘନଶ୍ୟାମ ତିୱାରୀଙ୍କ ଦଳକୁ ଫେରିବା ସମ୍ଭବ ହେଉନଥିଲା ।  କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ରାଜସ୍ଥାନ ରାଜନୀତିରେ ବସୁନ୍ଦରାଙ୍କ ବିରୋଧୀ ଶିବିର ଅଧିକ ଶକ୍ତିଶାଳୀ ହେଉଛି ଏବଂ ଘନଶ୍ୟାମ ତିୱାରୀଙ୍କ ପ୍ରତ୍ୟାବର୍ତ୍ତନ ଏହି ଆଡକୁ ଦର୍ଶାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.