ପ୍ରମୁଖ ଖବର
  • ବିଜେପି ଫୋକସ୍‌ରେ ଓଡ଼ିଶା, ଆସୁଛନ୍ତି ହେଭିଓ୍ବେଟ୍, ଆସନ୍ତା ୮ରେ ରାଜନାଥ ସିଂ, ୯ରେ ନୀତିନ ଗଡ଼କାରୀ, ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଆସନ୍ତା ୧୦ରେ ଦୋହା ଡାଏମଣ୍ଡ୍‌ ଲିଗ୍‌ , କିଶୋରଙ୍କ ସହ ସିଜନ ଆରମ୍ଭ କରିବେ ନୀରଜ ଚୋପ୍ରା
  • ||
  • ଖପୁରିଆ କରତକଳରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ, ଚନ୍ଦନ ଯାତ୍ରା ପାଇଁ ଚିରଟ କାଠ ଗଲା ଶ୍ରୀକ୍ଷେତ୍ର
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ
  • ||
  • ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି, ୬ ଲେକାସଭା, ୪୨ବିଧାନସଭା ଆସନରେ ଆଜିଠୁ ନାମାଙ୍କନ
  • ||
  • ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ
  • ||
  • ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା
  • ||

ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା, ୬ ଜଣଙ୍କ ମୃତ୍ୟୁ, ଗୋଟିଏ ପରିବାରର ରହିଛନ୍ତି ୫ ଲୋକ...

ନୂଆଦିଲ୍ଲୀ: ରାଜସ୍ଥାନରୁ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଏଠାରେ ଥିବା ଶ୍ରୀଗଙ୍ଗା ନଗରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ସମେତ ମୋଟ୍ ୬ ଜଣଙ୍କ ମୃତ୍ୟୁ ହୋଇଛି । ଲୋକସଭା ନିର୍ବାଚନରେ ଭୋଟ୍ ସମୟରେ ଏହି ବଡ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ପୁରା ପରିବାର ଜଣେ ସମ୍ପର୍କୀୟଙ୍କ ଶୋକସଭାରୁ ଫେରୁଥିଲେ । ତେବେ ଅନୁପଗଡର ସମଜା କୋଠି ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପରିବାର ସଦସ୍ୟଙ୍କ ଭର୍ତ୍ତି ଏକ କ୍ରୁଜ୍ କାର ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।

ଏହି ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସେହି ସମୟରେ ରାୟ ସିଂ ନଗରର କିକରୱାଲୀ ଗାଁର ଏକ ପରିବାର ସେମାନଙ୍କ ସମ୍ପର୍କୀୟଙ୍କ ଶୋକସଭାରୁ ଫେରୁଥିଲେ। ଗାଡିରେ ପାଞ୍ଚ ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଉପସ୍ଥିତ ଥିବା କୁହାଯାଉଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.