ସ୍କୁଲରୁ ଫେରୁଥିବାବେଳେ ନାବାଳିକାଙ୍କୁ କାରରେ ଉଠାଇନେଇ ଗଣଦୁଷ୍କର୍ମ, ବାରମ୍ବାର ଆସୁଛି ଅଶ୍ଲୀଳ ଭିଡିଓ ଭାଇରାଲ୍ ଧମକ

ଜୟପୁର ୨୮/୮: ରାଜସ୍ଥାନରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୀକରର ମୁଣ୍ଡଋରେ ଏକ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଏବଂ ତାଙ୍କ ଅଶ୍ଲୀଷ ଭିଡିଓ ବନାଇବା ନେଇ ତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି । ପିଡିତାଙ୍କ ବୟାନ ରେକର୍ଡ କରି ଯାଞ୍ଚ ଆରମ୍ଭ କରିଛି ପୋଲିସ ।

ଏହି ଘଟଣାଟି ୨୧ ଅଗଷ୍ଟର । ନାବାଳିକା ଜଣକ ସ୍କୁଲରୁ ଫେରୁଥିଲେ । ସେହି ସମୟରେ ଏକ କାରରେ କିଛି ଯୁବକ ଆସି ତାଙ୍କୁ ରାସ୍ତା ମଝିରୁ ଅପହରଣ କରି ନେଇଗଲେ ଏବଂ ଗଣଦୁଷ୍କର୍ମ କଲେ । ଏହାପରେ ୨୪ ଅଗଷ୍ଟରେ ତାଙ୍କୁ ରେୱାଡି ରେଲୱେ ଷ୍ଟେସନରେ ଛାଡିଦେଇ ଚାଲିଗଲେ । ୨୧ ଅଗଷ୍ଟକୁ ନାବାଳିକା ନିଖୋଜ ହେବା ପରେ ତାଙ୍କ ମା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଲାନି ।

୨୪ ଅଗଷ୍ଟରେ ଯେତେବେଳେ ଝିଅ ଘରକୁ ଫେରିଲା, ମା ଥାନାରେ ଗଣଦୁଷ୍କର୍ମ ନେଇ ଅଭିଯୋଗ କଲେ । କିନ୍ତୁ ଏହା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ନାବାଳିକାର ମା ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଥାନାରୁ ରିପୋର୍ଟର କପି ମାଗିବା ପରେ ମଧ୍ଯ ତାଙ୍କୁ ମିଳିଲାନି । ପିଡିତାଙ୍କ ମା କହୁଛନ୍ତି ଯେ ଗଣଦୁଷ୍କର୍ମର ଭିଡିଓ ଭାଇରାଲ କରିଦେବା ପାଇଁ  ତାଙ୍କ ପାଖକୁ ଧମକ ଆସୁଛି । ନାବାଳିକାଙ୍କ ମା କିଛି ସ୍ଥାନୀୟ ଲୋକଙ୍କୁ ନେଇ ଥାନାକୁ ଯିବାପରେ ଶେଷରେ ପୋଲିସ ମାମଲା ହାତକୁ ନେଲା ଏବଂ ପିଡିତାଙ୍କ ମେଡିକାଲ୍ ଯାଞ୍ଚ କରିବା ପରେ ଦୁଷ୍କର୍ମକାରୀଙ୍କୁ ଖୋଜୁଛି ।

   ସମ୍ବନ୍ଧିତ ଖବର


ମହଙ୍ଗା ପଡ଼ିଲା ନାବାଳିକାଙ୍କ ଉଲଗ୍ନ ଫଟୋ ଭାଇରାଲ କରିବା – ଗିରଫ ହେଲେ ଯୁବକ

କରୋନା – ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ

ହାତୀ ଆଣିଦେଲେ ପତି – ସ୍ୱପ୍ନ ପୁରା କଲେ ଜୀବନ ସାଥି

ଡ୍ରଗ୍ସ ଲିଙ୍କ୍‌ରେ ୩ ଅଭିନେତ୍ରୀ – ଦୀପିକା , ସାରା ଓ ଶ୍ରଦ୍ଧାଙ୍କୁ ସମନ ଜାରି

ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ଚୀନ୍ ଅରବପତି, ୧୮ ବର୍ଷ ଜେଲ

ପତ୍ନୀ ବାପା ଘରୁ ଆସିବାକୁ ରାଜି ହେଲେନି ବୋଲି ଏମିତି କାଣ୍ଡ କଲେ ସ୍ୱାମୀ …