ପେଟ୍ରୋଲ ଦାମ୍ ୧୦୦ଟଙ୍କା ଅତିକ୍ରମ କଲା – ବ୍ୟବସାୟୀ VAT ହ୍ରାସ୍ କରିବାକୁ କଲେ ଅନୁରୋଧ

ରାଜସ୍ଥାନ – ରାଜସ୍ଥାନରେ ସୋମବାର ଦିନ ପେଟ୍ରୋଲର ଦାମ୍ ୧୦୦ଟଙ୍କା ଅତିକ୍ରମ କରିଛି । କିଛି ଦିନ ତଳେ ଲୋକେ ଯେଉଁ କଥାକୁ କଟାକ୍ଷ ଓ ବ୍ୟଙ୍ଗ କରି କହୁଥିଲେ , ତାହା ଏବେ ରାଜସ୍ଥାନରେ ସତ ହୋଇଛି ।
ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସୋମବାର ଦିନ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି । ଏଠାରେ ପ୍ରିମିୟମ ପେଟ୍ରୋଲ ୧୦୧.୫୪ ଟଙ୍କା ପ୍ରତି ଲିଟର ବିକ୍ରି ହୋଇଛି । ସେପଟେ ସାମାନ୍ୟ ପେଟ୍ରୋଲ ୯୭.୬୯ ଟଙ୍କା ପ୍ରତି ଲିଟର ବିକ୍ରି ହୋଇଛି । ପେଟ୍ରୋଲର ଏହି ଶତକରେ ଚିନ୍ତିତ ହୋଇ ବ୍ୟବସାୟୀମାନେ ଓ ସାଧାରଣ ନାଗରିକମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଏବଂ ରାଜ୍ୟରେ ରାଜ୍ୟରେ ଭାଟ୍ ଦରରେ ହ୍ରାସ କରିବାକୁ ଦାବି ଜଣାଇଛନ୍ତି ।
ଉଲ୍ଲେଖନୀୟ ଯେ, ରାଜସ୍ଥାନରେ ପେଟ୍ରୋଲ ଡିଜେଲ ଉପରେ ଦେଶରେ ସବୁଠୁ ଅଧିକ ଭାଟ୍ ଲାଗିଥାଏ । ରାଜ୍ୟରେ ପେଟ୍ରୋଲ ଉପରେ ୩୮ ପ୍ରତିଶତ ଓ ଡିଜେଲ ଉପରେ ୨୮ ପ୍ରତିଶତ ଟାକ୍, ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗିଥାଏ । କରୋନା ସମୟରେ କରୋନା ଫଣ୍ଡ ସଂଗ୍ରହ କରିବାକୁ ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୦ ପ୍ରତିଶତ ଅତିରିକ୍ତ ଭାଟ୍ ଲଗେଇ ଦେଇଛନ୍ତି । ଏହି କାରଣରୁ ରାଜ୍ୟରେ ପେଟ୍ରୋଲ-ଡିଜେଲ ଆହୁରି ମହଙ୍ଗା ହୋଇଯାଇଛି