PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ଭୁବନେଶ୍ବର ୨୯।୧୦ : ରାଜଭବନ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ଆସିଲା ମାଂସ ଖଣ୍ଡର ଡିଏନ୍‌ଏ ରିପୋର୍ଟ। ବିସ୍ପୋରଣ ସ୍ଥାନରୁ ସଂଗୃହୀତ ମାଂସ ଖଣ୍ଡର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ତାହାର ଡିଏନ୍‌ଏ ରିପୋର୍ଟ ଆସିଛି। ସୀମାଞ୍ଚଳ ପରିଡ଼ାଙ୍କ ଘଟଣାସ୍ଥଳରେ ମୃତ୍ୟୁ ନେଇ ଉଠିଥିଲା ଅଭିଯୋଗ। ଏହି ଅଭିଯୋଗ ଆଣିଥିଲେ ସୀମାଞ୍ଚଳଙ୍କ ପରିବାର ଲୋକ। ସୀମାଞ୍ଚଳଙ୍କ ପରିବାର ଲୋକଙ୍କର ମଧ୍ୟ ହୋଇଥିଲା ଡିଏନ୍‌ଏ ଟେଷ୍ଟ। ବିସ୍ପୋରଣରେ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ସ୍ପଷ୍ଟ ହେଲା। ୪୮ ଘଣ୍ଟା ପରେ ପୂର୍ଣ୍ଣାଙ୍ଗ ଡିଏନ୍‌ଏ ରିପୋର୍ଟ ବୋଲି ସିପି କହିଛନ୍ତି। କୌଣସି ଦ୍ବିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଉଲ୍ଲେଖ ନାହିଁ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ରାଜଭବନ ପାର୍ଶ୍ବ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଖଣ୍ଡବିଖଣ୍ଡିତ ମାଂସ ଖଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ତଦନ୍ତକାରୀ ପୁଲିସ୍‌ ହାତରେ ଲାଗିଥିଲା । ବିସ୍ଫୋରଣ ସ୍ଥଳରେ ଜଣେ ବ୍ୟକ୍ତିଙ୍କ ଦେହାବଶେଷ ମିଳିଥିବା ନେଇ ସନ୍ଦେହ କରାଯାଇଥିଲା। ଡିଏନ୍‌ଏ ରିପୋର୍ଟରୁ ମୃତକଙ୍କ ପ୍ରକୃତ ସଂଖ୍ୟା ଜଣାପଡିବ ବୋଲି ପୁଲିସ କହିଥିଲା। ବ୍ୟବଚ୍ଛେଦ ହୋଇଥିବା ମାଂସରେ କିଛି ପଶୁ(କୁକୁର)ଙ୍କର ଥିବା ରିପୋର୍ଟରୁ ଜଣାପଡିଥିଲା ।

ସୀମାଞ୍ଚଳଙ୍କ ପରିବାରରୁ ସାମ୍ପୁଲ…


ଜବତ ମାଂସପିଣ୍ଡୁଳାର ଡିଏନ୍‌ଏ ପରୀକ୍ଷା ପାଇଁ ତଦନ୍ତକାରୀ ଅଧିକାରୀ ତଥା କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତି ପୂର୍ବରୁ କୋର୍ଟରେ ଆବେଦନ କରିଥିଲେ । ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇଥିଲେ । ଦେହାବଶେଷର ଡିଏନ୍‌ଏ ସାମ୍ପୁଲ ସହ ନିଖୋଜ ଥିବା ସୀମାଞ୍ଚଳ ପରିଡାଙ୍କ ପରିବାର ଲୋକଙ୍କ ଡିଏନ୍‌ଏକୁ ତୁଳନା କରାଯିବ ବୋଲି କୁହାଯାଇଥିଲା । ଏନେଇ ଫୋରେନ୍ସିକ୍‌ ବିଭାଗର ଏକ ଟିମ୍‌ ଗଞ୍ଜାମସ୍ଥିତ ସୀମାଞ୍ଚଳଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ରକ୍ତର ସାମ୍ପୁଲ ଆଣିଥିଲେ ।