ବଗି ଛାଡି ଚାଲିଗଲା ରାଜଧାନୀ ଏକ୍ସପ୍ରେସ ଇଞ୍ଜିନ୍, କାଠଯୋଡି ବ୍ରିଜ୍ ଉପରେ ଅଟକିଲେ ଶହଶହ ଯାତ୍ରୀ

କଟକ ୨/୪: ବଗି ଛାଡି ପଳାଇଲା ଇଞ୍ଜିନ । ମଙ୍ଗଳବାର କଟକ କାଠଯୋଡି ପୋଲ ଉପରେ ବଗି ଛାଡି ଚାଲିଗଲା ରାଜଧାନୀ ଏକ୍ସପ୍ରେସ ଇଞ୍ଜିନ । ଶହ ଶହ ଯାତ୍ରୀ ବ୍ରିଜ୍ ଉପରେ ଅଟକି ରହିଛନ୍ତି ।
ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ରାଜଧାନୀ ଏକ୍ସପ୍ରେସ । କଟକ ଷ୍ଟେସନଠୁ ମାତ୍ର କିଛି ଦୂରରେ ଥିବା କାଠଯୋଡି ପୋଲ ଉପରେ ଟ୍ରେନ୍ ଇଞ୍ଜିନ୍ ବଗିକୁ ଛାଡି ଚାଲିଯାଇଛି । ଫଳରେ ବ୍ରିଜ୍ ଉପରେ ସମସ୍ତ ଏସି ବଗି ଅଟକି ରହିଛି । ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି । ଏଥିରେ କାହାର ଅବହେଳା ରହିଛି ତାର ତଦନ୍ତ କରାଯିବ ।