PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ଜାତୀୟ ସ୍ତର ମିଳିବ ପ୍ରୋତ୍ସାହନ : ଧର୍ମେନ୍ଦ୍ର

ଭୁବନେଶ୍ୱର ୨୭/୧୨: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ଏଣିକି ଓଡ଼ିଶା ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ । ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସହଯୋଗରେ ଭାରତୀୟ ରେଳପଥ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନରେ ଓଡ଼ିଆ ସଂସ୍କୃତି ଓ କଳାକୁ ପ୍ରତିଫଳନ କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ରାଜଧାନୀ ଏକ୍ସପ୍ରେସ୍‌ର ୩ ଯୋଡ଼ା ଟ୍ରେନ୍‌ରେ ଓଡ଼ିଆ ସଂସ୍କୃତିକୁ ପ୍ରତିଫଳିତ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ବିଭିନ୍ନ ରାଜ୍ୟ ଦେଇ ଟ୍ରେନ ଗତି କରିବା ବେଳେ ଲୋକମାନେ ଟ୍ରେନ୍‌ର ବାହାର ପାଖେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ସଂସ୍କୃତି ଓ କଳାକୁ ଦେଖିପାରିବେ ।

ନାଲ୍‌କୋ ଦ୍ୱାରା ପ୍ରାୟୋଜିତ ଏହି ଟ୍ରେନ୍‌ର ପ୍ରତି କୋଚ୍‌ର ବାହାର ପାଖେ ରାଜ୍ୟର ବିଭିନ୍ନ ନୃତ୍ୟ, ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି, ଐତିହ୍ୟ, ଜୀବଜନ୍ତୁକୁ ପ୍ରଦର୍ଶିତ କରାଯାଇଛି । ଫଳରେ ଏହା ଓଡ଼ିଶାର ପାରମ୍ପରିକ କଳା ଓ ପର୍ଯ୍ୟଟନକୁ ସୁଦୂରପ୍ରସାରୀ କରିବ ବୋଲି ସେ କହିଛନ୍ତି ।

ଏ ଅବସରରେ ଶ୍ରୀ ପ୍ରଧାନ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ରେଳ ଟିକେଟ୍‌ର ପ୍ରଚଳନ କରିଥିଲେ । ଏଣିକି ରାଜ୍ୟର ସମସ୍ତ ୩୧୭ ରେଳ ଷ୍ଟେସନରେ ମିଳିବାକୁ ଥିବା ଅଣସଂରକ୍ଷିତ ଟିକେଟ୍‌ରେ ଇଂରାଜୀ, ହିନ୍ଦୀ ସମେତ ଓଡ଼ିଆ ଭାଷାରେ ଟ୍ରେନ୍‌ ଯାତ୍ରା ବିବରଣୀ ରହିବ । ପୂର୍ବରୁ ଏହା କେବଳ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ହେଉଥିଲା ।

ଓଡ଼ିଶାରେ ଆଞ୍ଚଳିକ ଭାଷାରେ ଏଭଳି ଟିକେଟ୍‌ ବ୍ୟବସ୍ଥାର ପ୍ରଚଳନ କରିଥିବାରୁ ପେଟ୍ରୋଲିୟମ ମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଡ. ରଘୁନାଥ ମହାପାତ୍ର, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ, ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର ଓ ଖୋର୍ଦ୍ଧା ରୋଡ୍‌ ଡିଆର୍‌ଏମ୍‌ ଶଶିକାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।